୧୨ ବର୍ଷରେ ଅବକାରୀ ରାଜସ୍ବ ଆଦାୟରେ ୩୬୮% ବୃଦ୍ଧି

ଭୁବନେଶ୍ୱର, ୨।୧୦(ସୁନିତ୍‌ ମିଶ୍ର):ରାଜ୍ୟରେ ୨୦୧୨ ମସିହାରେ ଅବକାରୀ ରାଜସ୍ବ ଯେତିକି ଥିଲା ୨୦୨୨-୨୩ ବର୍ଷରେ ଏହା ୩୬୮ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୨ରେ ଅବକାରୀ ରାଜସ୍ବ ଆକାରରେ ରାଜ୍ୟ ସରକାର ୧୩୭୯.୯୧ କୋଟି ଟଙ୍କା ପାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୬୪୫୫.୦୬ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗତ ୧୨ ବର୍ଷର ତଥ୍ୟ ଅନୁଯାୟୀ କେବଳ କୋଭିଡ୍‌ କଟକଣା ଲାଗି ଗୋଟିଏ ବର୍ଷ ୨୦୨୦-୨୧ରେ ରାଜସ୍ବ ଆଦାୟରେ ୯.୮୩ ପ୍ରତିଶତ ହ୍ରାସ ପାଇଥିବାବେଳେ ବାକି ସବୁବର୍ଷ ରାଜସ୍ବ ପୂର୍ବ ତୁଳନାରେ ବଢ଼ିଚାଲିଛି। ବିଧାନସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପାତ୍ର କହିଛନ୍ତି ଯେ, ୨୦୧୧-୧୨ରେ ରାଜ୍ୟ ସରକାର ୧୩୭୯. ୯୧ କୋଟି ଟଙ୍କା ରାଜସ୍ବ ପାଇଥିବା ବେଳେ ଏହା ଗତ ବର୍ଷ ତୁଳନାରେ ୨୬.୦୯ ପ୍ରତିଶତ ଅଧିକ ଥିଲା। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୨୨-୨୩ ବର୍ଷରେ ରାଜ୍ୟରେ ୫୦୯ଟି ଅଫ୍‌ ସପ୍‌ ମୁଖ୍ୟ ମଦ ଦୋକାନ, ୧୨୪୦ଟି ଅଫ ସପ୍‌ ଶାଖା ମଦ ଦୋକାନ, ୨ଟି ପାଚୋଇ ଦୋକାନ, ୫୧ଟି ତାଡି ଦୋକାନ, ୩୫ଟି ମିଲିଟାରି କ୍ୟାଣ୍ଟିନ, ୪୬ଟି ବିୟର ପାର୍ଲର, ୧୯ଟି କ୍ଲବ ଅନ, ହୋଟେଲ ଓ ରେଷ୍ଟୁରାଣ୍ଟ, ଠିପିଖୋଲା ମଦ ଦୋକାନ ୬୭୩ଟି ଚାଲୁଥିଲା। ସେହିପରି ୨୦୨୩-୨୪ ସୁଦ୍ଧା ପ୍ରଚଳନ ଥିବା ମଦ ଦୋକାନ ତଥ୍ୟ ଅନୁୟାୟୀ, ରାଜ୍ୟରେ ଏବେସୁଦ୍ଧା ୧୯୨୮ଟି ବିଭିନ୍ନ କିସମର ମଦ ଦୋକାନ ପ୍ରଚଳନ ଅଛି। ବିୟର ପାର୍ଲର ୪୫ଟି, କ୍ଲ ଅନ୍‌ ୧୯ଟି, ହୋଟେଲ ୧୯୧ଟି, ଠିପି ବନ୍ଦ ବିଦେଶୀ ମଦ ଦୋକାନ ୧୧୫୬ଟି, ବିଦେଶୀ ପ୍ରିମିୟମ ମଦ ଦୋକାନ ୧୫ଟି ଏବଂ ରେଷ୍ଟୁରାଣ୍ଟ ଅନ ସପ୍‌ ୫୦୨ଟି ପ୍ରଚଳନ ଅଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଅଦ୍ୟାବଧି ନୂତନ ଠିପି ଖୋଲା ମଦ ଦୋକାନ ପାଇଁ ୧୧ଟି ଦରଖାସ୍ତ ଜିଲାସ୍ତରରେ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri