CORONAVIRUS UPDATE: ରାଜ୍ୟରେ ୩୬,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୩୮୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩ା୮(ବ୍ୟୁରୋ) : ସୋମବାର ୨୬ଟି ଜିଲାରୁ ୧୩୮୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୮୭୩ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
ଆଜି ଗଞ୍ଜାମରୁ ସର୍ବାଧିକ ୩୩୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୧ ଏବଂ କୋରାପୁଟରୁ ୯୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୩, ବାଲେଶ୍ୱର ୭୯,ବରଗଡ଼ ୩୩, ଭଦ୍ରକ ୨୫, ବଲାଙ୍ଗୀର ୫୧, କଟକ ୮୯, ଢେଙ୍କାନାଳ ୧୧, ଗଜପତି ୬୧, ଜଗତସିଂହପୁର ୨୨, ଯାଜପୁର ୧୮, ଝାରସୁଗୁଡ଼ା ୭, କଳାହାଣ୍ଡି ୪, କେନ୍ଦ୍ରାପଡ଼ା ୧୧, ସମ୍ବଲପୁର ୯୩, ମାଲକାନଗିରି ୩୯, ମୟୂରଭଞ୍ଜ ୨୯, ନବରଙ୍ଗପୁର ୨୬, ନୟାଗଡ଼ ୨୨, ନୂଆପଡ଼ା ୫, ପୁରୀ ୧୭, ରାୟଗଡ଼ା ୩୮, ସୋନପୁର ୬ ଏବଂ ସୁନ୍ଦରଗଡ଼ରରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭ରେ ପହଞ୍ଚିଥିବା ବେଳେ ୨୧,୯୫୪ ଜଣ ସୁସ୍ଥ ହୋଇଛନ୍ତି। ୧୪,୦୯୫ ଚିକିତ୍ସିତ ହେଉଛନ୍ତି।