ଦୈନିକ ଆସୁଛି ୩୬୦ଟନ୍‌ ଆମ୍ବ

ବ୍ରହ୍ମପୁର ଅଫିସ,୧୬ା୫ଗଞ୍ଜାମ ଜିଲା ସମେତ ରାଜ୍ୟ ବାହାରୁ ଆମ୍ବ ରପ୍ତାନି କ୍ଷେତ୍ରରେ ବ୍ରହ୍ମପୁର ନୀଳକଣ୍ଠେଶ୍ୱର ଆମ୍ବ ବଜାରର ବିଶେଷ ଚାହିଦା ରହିଛି। ଏହି ବଜାରକୁ ପ୍ରତିଦିନ ୩୬୦ ଟନ୍‌ ଆମ୍ବ ଆସୁଛି। ଏଠାରୁ ଗଞ୍ଜାମ ସମେତ କଟକ, ଭୁବନେଶ୍ୱରକୁ ମଧ୍ୟ ପଠାଯାଉଛି। ଏପରିକି ସମଗ୍ର ଦକ୍ଷିଣ ଓଡ଼ିଶାର ଏହା ଆମ୍ବ ବ୍ୟବସାୟର ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବନାହିଁ। ବଜାରରେ ବର୍ତ୍ତମାନ ଆମ୍ବ ବିକ୍ରି ବୃଦ୍ଧି ପାଇଛି। ସୁବର୍ଣ୍ଣରେଖା ଆମ୍ବର ଚାହିଦା ଅଧିକ ଥିବା ଜଣାପଡ଼ିଛି।
ଅମାବାସ୍ୟାକୁ ଦୃଷ୍ଟିରେ ରଖି ଏବେଠାରୁ ନୀଳକଣ୍ଠେଶ୍ୱର ହୋଲ୍‌ସେଲ୍‌ ବଜାରରେ ନାନା କିସମର ଆମ୍ବ ବିକ୍ରି ହେଉଥିବା ଦେଖିବାକୁ ମିଳିଛି, ଯେଉଁଠାରୁ କି ସହରର ରିଟେଲ ବ୍ୟବସାୟୀମାନେ କ୍ରୟକରି ବିକ୍ରି କରୁଛନ୍ତି। ବର୍ତ୍ତମାନ ବଜାରରେ ସୁବର୍ଣ୍ଣରେଖା, ବାଇଗଣପଲୀ, ନଡ଼ିଆ ଆମ୍ବ ଓ ଅମୃତ କଳସୀ ଭଳି କିସମ ଅଧିକ ବିକ୍ରି ହେଉଛି। ବର୍ତ୍ତମାନ ଆମ୍ବ କିଲୋପ୍ରତି ଦର ୭୦ରୁ ୧୦୦ ଟଙ୍କା ଯାଏ ରହିଛି। ତେବେ ରିଟେଲ ବ୍ୟବସାୟୀଙ୍କଠାରୁ ଆରମ୍ଭକରି ଖୁଚୁରା ବ୍ୟବସାୟୀମାନେ ନୀଳକଣ୍ଠେଶ୍ୱର ଆମ୍ବ ବଜାର ଉପରେ ହିଁ ନିର୍ଭର କରିଥାନ୍ତି।
ସୂଚନାଯୋଗ୍ୟ, ନୀଳକଣ୍ଠେଶ୍ୱର ଆମ୍ବ ବଜାର ୧୯୯୪ରେ ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ଏହି ବଜାରରେ ୮୨ଟି ଦୋକାନ ରହିଛି। ଏହି ବଜାରକୁ ଆନ୍ଧ୍ରରୁ ପ୍ରଚୁର ପରିମାଣର ଆମ୍ବ ଆମଦାନୀ ହେଉଛି। ଆନ୍ଧ୍ରର ବିଜୟନଗରମ୍‌, ରାଜମହେନ୍ଦ୍ରୀ ଓ ଟୁନି ଆଦି ଅଞ୍ଚଳରୁ ଆମ୍ବ ଆସୁଥିବା ବଜାର ସମ୍ପାଦକ ପ୍ରକାଶ ଚନ୍ଦ୍ର ଗୌଡ଼ କହିଛନ୍ତି। ଏହିସବୁ ଅଞ୍ଚଳରୁ ପାନକୁଲୁ ଓ କଲମ୍ବି ଆମ୍ବ ଆମଦାନୀ ହେଉଛି। ଏବେ ବଜାରକୁ ପ୍ରତିଦିନ ୩୬୦ ଟନ୍‌ ଆମ୍ବ ଆସୁଥିବା ସମ୍ପାଦକ କହିଛନ୍ତି। ଏହି ଆମ୍ବଗୁଡ଼ିକ କଟକ ଓ ଭୁବନେଶ୍ୱର ସମେତ ଅନ୍ୟ ଆଡକୁ ମଧ୍ୟ ପଠାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri