Posted inଜାତୀୟ

ମରାଠା ସଂରକ୍ଷଣ ହିଂସାକୁ ନେଇ ଆକ୍ସନ ମୁଡରେ ପୋଲିସ, ୩୬୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ,୨।୯: ମହାରାଷ୍ଟ୍ରର ଜାଲନା ଜିଲାରେ ମରାଠା ସଂରକ୍ଷଣ ପାଇଁ ହେଉଥିବା ଆନ୍ଦୋଳନ ଶୁକ୍ରବାର ଦିନ ହିଂସାତ୍ମକ ରୂପ ନେଇଛି। ଏଥିରେ ପୋଲିସ ସମେତ ଅନେକ ଲୋକ ଆହତ ହୋଇଥିଲେ। ତେବେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏହି ସମୟରେ ପୋଲିସ ଏହି ଘଟଣାରେ ୩୬୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହା ବ୍ୟତୀତ ହିଂସା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୬ ଜଣଙ୍କୁ ଚିହ୍ନଟ କରାଯାଇଛି।
ଏହାପୂର୍ବରୁ ଶୁକ୍ରବାର ପୋଲିସ ଲାଟିଚାର୍ଜ କରି ଅମ୍ବାଦ ତହସିଲର ଧୁଲେ-ସୋଲାପୁର ରାସ୍ତାରେ ଥିବା ଆଣ୍ଟାରୱାଲୀ ସାରଥୀ ଗ୍ରାମରେ ହିଂସାତ୍ମକ ଜନତାଙ୍କୁ ଘଉଡାଇବା ପାଇଁ ଲୁହବୁହା ଗ୍ୟାସ ସହ ଗୁଳି ଚଳାଇଥିଲା। ଗ୍ରାମବାସୀ ଦାବି କରିଛନ୍ତି ଯେ ପୋଲିସ ପବନରେ ଗୁଳି ଚଳାଇଥିଲା କିନ୍ତୁ ଅଧିକାରୀମାନେ ଏହା ପ୍ରମାଣ କରିନାହାଁନ୍ତି।
ମନୋଜ ଜାରାଙ୍ଗେଙ୍କ ନେତୃତ୍ୱରେ ଆନ୍ଦୋଳନକାରୀମାନେ ମଙ୍ଗଳବାର ଠାରୁ ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବି କରି ଗ୍ରାମରେ ଭୋକ ଉପାସରେ ଥିଲେ। ରାଜନୈତିକ ପ୍ରଭାବଶାଳୀ ମରାଠା ସମ୍ପ୍ରଦାୟ ପାଇଁ ରାଜ୍ୟ ସରକାର ଦେଇଥିବା ସଂରକ୍ଷଣକୁ ସୁପ୍ରିମକୋର୍ଟ ବାତିଲ କରିସାରିଛନ୍ତି। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଜାରାଙ୍ଗେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଚେଷ୍ଟା କରିବା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri