ରାଜ୍ୟରେ ଆଜି ୩୫୮ ପଜିଟିଭ୍‌ ଚିହ୍ନଟ, ୪ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୩୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୫,୫୦୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୦୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୦ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଅନୁଗୋଳରୁ ସର୍ବାଧିକ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୬ ଏବଂ ବାଲେଶ୍ୱରରୁ ୩୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ଼ରୁ ୭, ଭଦ୍ରକ ୧, ବଲାଙ୍ଗୀର ୧୩, କଟକ ୨୮, ଦେବଗଡ଼ ୪, ଢେଙ୍କାନାଳ ୫, ଗଜପତି ୪, ଗଞ୍ଜାମ ୫, ଜଗତସିଂହପୁର ୪, ଯାଜପୁର ୧୫, ଝାରସୁଗୁଡ଼ା ୬, କଳାହାଣ୍ଡି ୪, କେନ୍ଦ୍ରାପଡ଼ା ୧୧, କେନ୍ଦୁଝର ୮, କୋରାପୁଟ ୮, ମୟୂରଭଞ୍ଜ ୧୭, ନବରଙ୍ଗପୁର ୬, ନୟାଗଡ଼ ୧, ନୂଆପଡ଼ା ୨୬, ପୁରୀ ୧, ରାୟଗଡ଼ା ୧ , ସମ୍ବଲପୁର ୨୧, ସୁନ୍ଦରଗଡ଼ ୨୯ ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୯।

ସେହିପରି ଆଜି ରାଜ୍ୟରେ ୪ ଜଣଙ୍କ ଜୀବନ ନେଇଛି କରୋନା। ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୫,୫୦୫ରେ ପହଞ୍ଚିଥିବା ବେଳେ ୩୨,୦,୫୮୪ଜଣ ସୁସ୍ଥ ହୋଇଛନ୍ତି। ୩୦୩୯ ଜଣ ଚିକିତ୍ସିତ ହେଉଛନ୍ତି। ୧୮୨୯ ଜଣଙ୍କ ମୃତ୍ୟୁ ଘଟିଛି।