ରାଜ୍ୟରେ ଆଜି ୩,୫୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୩,୫୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧୬ ଜଣ କ୍ୱାରାଣ୍ଟାଇନ୍‌ ଥିଲେ। ବାକି ୧୫୧୯ଟି ହେଉଛି ଲୋକାଲ କେସ। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୩୩ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୨୦ ଜଣ ଚିହ୍ନଟ ହୋଇଛନ୍ତି।
୩,୫୩୫ ଟି ନୂଆ କେସ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୦୬୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୧୧ ହଜାର ୭୮୦ ଜଣ ସୁସ୍ଥ ହୋଇସାରିଛନ୍ତି। ୪୭ ହଜାର ୭୯୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।