ଭୁବନେଶ୍ୱର ସମେତ ୪ ସହରରେ ଚାଲିବ ୩୫୦ ଇ-ବସ୍‌

ଭୁବନେଶ୍ୱର,୯ା୧୦(ଅନିଲ ଦାସ):ବାୟୁ ଏବଂ ଶବ୍ଦ ପ୍ରଦୂଷଣକୁ ରୋକିବା ସହ ସାଧାରଣ ପରିବହନ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ରାଜ୍ୟର ସହରାଞ୍ଚଳରେ ଇଲେକ୍ଟ୍ରିକ ବସ୍‌ ସେବାକୁ ତ୍ୱରାନ୍ବିତ କରାଯିବ। ଏ ନେଇ ରାଜ୍ୟ ସରକାର ୪୦୦ ଇ-ବସ୍‌ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେଥିରୁ ପ୍ରଥମ ପର୍ଯ୍ୟାୟରେ ୨୦୦ ବସ୍‌ ଯୋଗାଇବାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଇତିମଧ୍ୟରେ ୪୫ଟି ଇ-ବସ୍‌ ପହଞ୍ଚିଛି। ଅବଶିଷ୍ଟ ଆସନ୍ତା ଡିସେମ୍ବର ସୁଦ୍ଧା ପହଞ୍ଚିବ ବୋଲି ଅର୍ବାନ କ୍ୟାପିଟାଲ ରିଜିଅନ ଟ୍ରାନ୍ସପୋର୍ଟ(କ୍ରୁଟ)ର ଜଣେ ଅଧିକାରୀ କହିଛନ୍ତି। ଭୁବନେଶ୍ୱର, କଟକ ଓ ରାଉରକେଲା ସହର ଓ ଏହାର ଆଖପାଖ ଅଞ୍ଚଳରେ ୧୦୦ଟି ଲେଖାଏ ଏବଂ ସମ୍ବଲପୁରରେ ୫୦ଟି ବସ୍‌ ଚଳାଚଳ କରିବ। ଏଥିସହିତ ରାଜ୍ୟର ଅନ୍ୟାନ୍ୟ ସହରାଞ୍ଚଳରେ ମଧ୍ୟ ଇ-ବସ୍‌ ସେବା ଆରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବା ଯୋଜନାରେ ଇଲେକ୍ଟ୍ରି ବସ୍‌ଗୁଡ଼ିକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଯୋଗାଇଦେବେ। ଇ-ବସ୍‌ ଯୋଜନାରେ ଦେଶର ୧୬୯ ସହରରେ ୧୦ ହଜାର ଇ-ବସ୍‌ ଚଳାଚଳ କରିବ। ଏହି ଯୋଜନାରେ କେନ୍ଦ୍ର ସରକାର ୨୦ରୁ ୪୦ ଲକ୍ଷ ଜନସଂଖ୍ୟା ଥିବା ସହର ପାଇଁ ୧୫୦, ୧୦ରୁ ୨୦ ଲକ୍ଷ ଜନସଂଖ୍ୟା ପାଇଁ ୧୦୦, ୫ରୁ ୧୦ ଲକ୍ଷ ଜନସଂଖ୍ୟା ପାଇଁ ୧୦୦ ଏବଂ ୫ ଲକ୍ଷ ଓ ଏହାଠାରୁ କମ୍‌ ଜନସଂଖ୍ୟା ସହର ପାଇଁ ୫୦ଟି ଇ-ବସ୍‌ ଯୋଗାଇଦେବେ। ଜନସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱର, କଟକ ଓ ରାଉରକେଲା ସହର ଜନସଂଖ୍ୟା ୫ରୁ ୧୦ ଲକ୍ଷ ମଧ୍ୟରେ ରହିଛି। ଏହି ସହର ପାଇଁ ୧୦୦ଟି ଲେଖାଏ ଇ-ବସ୍‌ କେନ୍ଦ୍ର ସରକାର ଯୋଗାଇ ଦେବେ। ଏଥିସହିତ ରାଜ୍ୟର ୫ ଲକ୍ଷ ଓ ଏହାଠାରୁ କମ୍‌ ଜନସଂଖ୍ୟା ସହରକୁ ୫୦ ଲେଖାଏ ଯୋଗାଇ ଦେବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୪୦୦ ବସ୍‌ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟର ଅନ୍ୟ ସହରଗୁଡ଼ିକରେ କେତେ ବସ୍‌ ଆବଶ୍ୟକ ସେ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆକଳନ ପରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?