୧ ମିନିଟ୍‌ରେ ୩୪୮ ମୁଷ୍ଟିଘାତ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ପଞ୍ଚ୍‌ମ୍ୟାନ ଭାବେ ପରିଚିତ ସତ୍ୟପୀର ପ୍ରଧାନ ଆଉଏକ ବିଶ୍ୱ ରେକର୍ଡ ଅପେକ୍ଷାରେ। ସ୍ଲୋଭାକିଆର ମୁଷ୍ଟିଯୋଦ୍ଧା ପାଭେଲ୍‌ ରୁଷୋଭ୍‌ଙ୍କ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡକୁ ଭାଙ୍ଗି ଭାରତ ତଥା ଓଡ଼ିଶା ପାଇଁ ଗୌରବ ଆଣିବେ ବୋଲି ଦାବି କରିଛନ୍ତି। ପୂର୍ବରୁ ପାଭେଲ୍‌ ୧ ମିନିଟ୍‌ରେ ସର୍ବାଧିକ ୩୩୪ଥର ମୁଷ୍ଟି ଘାତ କରି ଗିଜିନ୍‌ ବୁକ୍‌ରେ ସ୍ଥାନ ପାଇଥିଲେ। ଏବେ ସତ୍ୟପୀର ୩୪୮ଥର ମୁଷ୍ଟି ପ୍ରଘାତ କରି ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ଶୁକ୍ରବାର ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ସର୍ବାଧିକ ମୁଷ୍ଟିଘାତ କରି ଦେଖାଇଛନ୍ତି। ସତ୍ୟପୀର ଏଥିପାଇଁ ମାସକ ତଳେ ଆବେଦନ କରିଥିବାବେଳେ ଗତ ୭ ତାରିଖରେ ଅନୁମତି ପାଇଥିଲେ। ରେକର୍ଡର ସମସ୍ତ ତଥ୍ୟ ଓ ଆବଶ୍ୟକ ସୂଚନା ଗିନିଜ୍‌ ବିଶ୍ୱ ରେକର୍ଡକୁ ପଠାଯିବ। କାର୍ଯ୍ୟକ୍ରମରେ ଏକ୍ସପର୍ଟ ୱିଟ୍‌ନେଶ ଭାବରେ ସୁଧୀର ଚନ୍ଦ୍ର ଛତ୍ରିଆ, ପଞ୍ଚ୍‌ ପ୍ୟାଡ୍‌ କିପର୍‌ ଭାବେ ସୁଜ୍ଞାନ କେଶରୀ ପ୍ରଧାନ, ଟାଇମ କିପର ଭାବରେ କ୍ରୀଡାବିତ୍‌ ସସ୍ମିତା ରାଉତରାଏ ଓ ଗଜେନ୍ଦ୍ର ବାରିକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସତ୍ୟପୀର ପୂର୍ବରୁ ୨୦୧୭ ଓ ୨୦୧୮ରେ ଗୋଟିଏ ହାତରେ ମୁଷ୍ଟି ପ୍ରଘାତ କରି ଦୁଇଟି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ନିଜ ନାମ ସ୍ଥାନିତ କରିଛନ୍ତି। ବିଭିନ୍ନ କୀର୍ତ୍ତି ପାଇଁ ମିଳିତ ଜାତସଂଘ (ୟୁଏନ୍‌) ତରଫରୁ ଦିଲ୍ଲୀ ଆଇଆଇଟିରେ ତାଙ୍କୁ ‘କର୍ମବୀର ପୁରସ୍କାର’ ମିଳିଛି। ଏଥିସହ ଦେଶ ତଥା ଦେଶ ବାହାରେ ମଧ୍ୟ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଟିମ ଇଣ୍ଡିଆ ଶିବିରରେ ସେଲିବ୍ରେଶନର ପରିବେଶ ଥିଲାବେଳେ, ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା…

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri