ରାଜଧାନୀରେ ବୋଲ ମାନୁନି କରୋନା: ଚିହ୍ନଟ ହେଲେ ଆଉ ୩୪୨ କରୋନା ପଜିଟିଭ୍‌; ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ୩୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୬୯୩୩କୁ ବୃଦ୍ଧି ପାଇଛି। ସେଥିରୁ ୧୨୨୮୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୫୬୮ ଆକ୍ଟିଭ୍‌ କେସ୍‌ ରହିଛି। ଏହାଛଡ଼ା ୬୪ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୯୮ କ୍ୱାରାଣ୍ଟାଇନ୍‌ କେସ୍‌, ୨୪୪ ଲୋକାଲ କେସ୍‌ ରହିଛି। ସେହିଭଳି ୩୮୭ଜଣ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।