ଭୁବନେଶ୍ୱରରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର,୧୧।୩(ବ୍ୟୁରୋ):ଆଜି ସମଗ୍ର ରାଜ୍ୟରେ ଧୁମ୍‌ଧାମରେ ମହାଶିବରାତ୍ରୀ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତ ଭିଡ ଜମିଛି। କୋଭିଡ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମହାଶିବରାତ୍ରୀ ପାଇଁ ପୂଜାର୍ଚ୍ଚନା କରାଯାଉଛି। ଅନ୍ୟପକ୍ଷରେ ଶିବରାତ୍ରୀକୁ ନେଇ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଠାରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଜାଗର ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ସହରରେ ଆଡିଶନାଲ ଡିସିପି ଓ ଏସିପି ର଼୍ୟାଙ୍କର ଶହେରୁ ଊର୍ଦ୍ଧ୍ୱ ଅଫିସର ମୁତୟନ ଅଛନ୍ତି । ଟ୍ରାଫିକ ପାଇଁ କଟକଣା ହୋଇଛି, କିଛି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ଦର୍ଶନ ବେଳେ କୋଭିଡ ଗାଇଡଲାଇନ ମାନିବାକୁ ଡିସିପି ଅପିଲ କରିଛନ୍ତି।