ପର୍ଯ୍ୟଟନର ପେଣ୍ଠସ୍ଥଳ ଅରୁଣାଚଳ ପ୍ରଦେଶ

ଅରୁଣାଚଳ ପ୍ରଦେଶ ଭାରତର ଏମିତି ଏକ ରାଜ୍ୟ, ଯେଉଁଠାରେ ପର୍ଯ୍ୟଟକ ଅନେକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର, ଦୁର୍ଗ, ସଂଗ୍ରହାଳୟ,
ମଠ, ମନ୍ଦିର ଆଦି ଦେଖିବାକୁ ପାଇପାରିବେ। ତା’ସହିତ ବିଭିନ୍ନ
ଦୁଃସାହସିକ କ୍ରୀଡ଼ା ପାଇଁ ବି ଏଠାରେ ରହିଛି ଅନେକ ସୁବିଧା ଓ ସୁଯୋଗ…
ଅରୁଣାଚଳ ପ୍ରଦେଶ ଭାରତର ଏମିତି ଏକ ରାଜ୍ୟ, ଯେଉଁଠାରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଭଣ୍ଡାର ଦେଖିବାକୁ ମିଳିଥାଏ। ତା’ଛଡ଼ା ଏଠାରେ ଦେଖିବା ନିମନ୍ତେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ। ଦୁଃସାହସିକ କ୍ରୀଡା ନିମନ୍ତେ ବି ଏଠି ଯଥେଷ୍ଟ ସୁବିଧା ଉପଲବ୍ଧ ଅଛି। ତେବେ ପର୍ଯ୍ୟଟନ ବ୍ୟତୀତ ଏଠାକାର ଅର୍ଥନୀତିର ମୁଖ୍ୟ ଭାଗ କୃଷି ଉପରେ ହିଁ ନିର୍ଭର କରିଥାଏ। ଧାନ, ମକା, ବାଜରା, ଗହମ, ଯଅ, ଆଖୁ, ଅଦା ଇତ୍ୟାଦି ଏଠାରେ ପ୍ରଚୁର ଚାଷ କରାଯାଇଥାଏ। ତା’ଛଡ଼ା ଏଠାରେ ଅନେକ ଖଣିଜ ସମ୍ପଦ ବି ରହିଛି। ବ୍ୟବସାୟ ବୃତ୍ତିକୁ ମଧ୍ୟ ଏଠି ଖୁବ୍‌ ପ୍ରୋତ୍ସାହନ ମିଳିଥାଏ। ତା’ଛଡ଼ା ଉଲ୍‌ ତଥା ସୂତାରେ ହେଉଥିବା ବୁଣାବୁଣି, ବେତ ତଥା ବାଉଁଶରେ ତିଆରି ବିଭିନ୍ନ ଘରୋଇ ଉପକରଣ, କାର୍ପେଟ୍‌ ତିଆରି ତଥା କାଠରେ ନିଖୁଣ କାରିଗରି ଆଦି କାର୍ଯ୍ୟକୁ ଏଠାକାର ଅଧିକାଂଶ ଲୋକେ ଖୁବ୍‌ ସୁନ୍ଦର ଭାବେ କରିଥାନ୍ତି।
ପର୍ଯ୍ୟଟନସ୍ଥଳୀ
ଇଟାନଗର: ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ପର୍ଯ୍ୟଟକ ଇଟା ଦୁର୍ଗ (ଇଟାରେ ତିଆରି ଦୁର୍ଗ), ଜବାହରଲାଲ ନେହେରୁ ମ୍ୟୁଜିୟମ୍‌ (ଏଠାରେ ମୁଖ୍ୟତଃ ରାଜ୍ୟରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟଙ୍କ ସମ୍ପର୍କରେ ଅନେକ ତଥ୍ୟ ଜାଣିବାକୁ ମିଳିଥାଏ) ତଥା ଅନେକ ଛୋଟ ବଡ଼ ହ୍ରଦ ଦେଖିବାକୁ ପାଇପାରିବେ।
ପୌରାଣିକ ଗଙ୍ଗା ହ୍ରଦ: ଏହା ଇଟାନଗରଠାରୁ ପ୍ରାୟ ୬ କି.ମି. ଦୂରରେ ଅବସ୍ଥିତ। ଏହି ହ୍ରଦ ନିକଟରେ ଏକ ସୁନ୍ଦର ଜଙ୍ଗଲ ମଧ୍ୟ ରହିଛି, ଯେଉଁଠାରେ ପର୍ଯ୍ୟଟକ ବିଭିନ୍ନ ପ୍ରକାର ବନସ୍ପତି ବୃକ୍ଷ, ବନ୍ୟଜୀବ ତଥା ବନ୍ୟଫୁଲ ଆଦି ଦେଖିବାକୁ ପାଇପାରିବେ।
ବୋମ୍‌ଡିଲା: ଏହା ସ୍ଥାନୀୟ ଏକ ସହର, ଯାହା ଇଟାନଗରଠାରୁ ପ୍ରାୟ ୨୭୬ କି.ମି ଦୂରରେ ଅବସ୍ଥିତ। ଏଠାରେ ଅନେକ ମଠ ଦେଖିବାକୁ ମିଳିଥାଏ। ସ୍ଥାନୀୟ ଭାଷାରେ ଏହା ଗୋମ୍ପା ଭାବେ ପରିଚିତ। ତା’ଛଡ଼ା ଏଠାରେ ବିଭିନ୍ନ ଦୁଃସାହସିକ କ୍ରୀଡ଼ା ପାଇଁ ବି ସୁବିଧା ରହିଛି।
ଭାଲୁକପୋଙ୍ଗ୍‌: ଏହା ହେଉଛି ସ୍ଥାନୀୟ ଏକ ଛୋଟ ଟାଉନ୍‌, ଯେଉଁଠାରେ ପର୍ଯ୍ୟଟକ ପକ୍କେ ନାମକ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଏବଂ ଏକ ଅର୍କିଡ୍‌ ରିସର୍ଚ୍ଚ ସେଣ୍ଟର ଦେଖିବାକୁ ପାଇପାରିବେ।
ଜାତୀୟ ଉଦ୍ୟାନ: ଅରୁଣାଚଳ ପ୍ରଦେଶରେ ନମଦାଫା ଏବଂ ମୋଲିଙ୍ଗ ନାମରେ ଦୁଇଟି ରାଷ୍ଟ୍ରୀୟ ଉଦ୍ୟାନ ବି ରହିଛି। ପର୍ଯ୍ୟଟକ ଏଠାକୁ ଯାଇ ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଖୁବ୍‌ ନିକଟରୁ ମନଭରି ଉପଭୋଗ କରିପାରିବେ।
ପର୍ଶୁରାମ କୁଣ୍ଡ: ଅରୁଣାଚଳ ପ୍ରଦେଶର ଲୋହିତ୍‌ ଜିଲାରେ ରହିଛି ଏକ ପବିତ୍ର ଜଳକୁଣ୍ଡ। ମକର ସଂକ୍ରାନ୍ତି ଅବସରରେ ଭକ୍ତଗଣ ଆସି ଏହି କୁଣ୍ଡରେ ପବିତ୍ର ସ୍ନାନ କଲେ ସମସ୍ତ ପାପ ମୋଚନ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ଖୁବ୍‌ ବିଶ୍ୱାସ ରହିଛି। ସେଥିପାଇଁ ପ୍ରତିବର୍ଷ ମକର ସଂକ୍ରାନ୍ତି ସମୟରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ।
ଏସବୁ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ଏଠାକାର ଦେଓମାଲି, ଦିରାଙ୍ଗ, ତଓ୍ବାଙ୍ଗ, ୟିଙ୍ଗକିୟୋଙ୍ଗ, ରୋଇଂ, ଜିରୋ ଭ୍ୟାଲି ଏବଂ ମେଚୁକା ଆଦି ସ୍ଥାନକୁ ବୁଲିଯାଇ ଅନେକ ଅନୁଭୂତିକୁ ସାଉଁଟିବାର ସୁଯୋଗ ପାଇପାରିବେ।
ଜାଣିବା କଥା
ପର୍ଯ୍ୟଟକଙ୍କର ଆଗମନକୁ ଅରୁଣାଚଳ ପ୍ରଦେଶ ସ୍ବାଗତ କରୁଥିଲେ ବି, ଏଥିପାଇଁ କିଛିଟା ନିୟମ ମାନିବାକୁ ହୋଇଥାଏ। ଯେମିତି କି:
-ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଲାବେଳେ ସାଙ୍ଗରେ ୭୨ ଘଣ୍ଟା ଭିତରେ କରାଯାଇଥିବା କରୋନା ନେଗେଟିଭ୍‌ ସାର୍ଟିଫିକେଟ୍‌, ଟୁର୍‌ ବୁକିଂ ସ୍ଲିପ୍‌, କେଉଁ ଗାଡ଼ିରେ ଆସିଛନ୍ତି ତାହାର ଡକ୍ୟୁମେଣ୍ଟ୍ସ ଏବଂ ଆପଣଙ୍କର ଟୁର୍‌ ଗାଇଡ୍‌ କିଏ ତାଙ୍କ ସମ୍ପର୍କରେ ବି ନିର୍ଭୁଲ୍‌ ତଥ୍ୟ ଦେବା ନିହାତି ଜରୁରୀ।
-ଏଥିସହିତ ସମସ୍ତଙ୍କୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସାମାଜିକ ଦୂରତ୍ୱର ନିୟମକୁ ମଧ୍ୟ ମାନିବାକୁ ହୋଇଥାଏ।
-ମୁହଁରେ ପ୍ରୋଟେକ୍ଟିଭ୍‌ ଫେସ୍‌ ମାସ୍କ ବ୍ୟବହାର କରିବା ବି ନିହାତି ଆବଶ୍ୟକ। ତା’ସହିତ ଏଠାରେ ଯେତେ ସମ୍ଭବ ଡିଜିଟାଲ୍‌ ମୋଡ୍‌ରେ ପଇସା ପେମେଣ୍ଟ କରିବା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥାଏ।
-ସେହିପରି ପର୍ଯ୍ୟଟକ ହୁଅନ୍ତୁ ଅବା ଟୁର୍‌ ଗାଇଡ୍‌ ତଥା ଗାଡିର ଡ୍ରାଇଭର୍‌ଙ୍କୁ ବାଧ୍ୟତାମୂଳକ ଭାବେ ନିଜ ଫୋନ୍‌ରେ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବା ମଧ୍ୟ ନିହାତି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri