୩୫୦ରୁ କମ୍‌ କରୋନା ପଜିଟିଭ ଚିହ୍ନଟ; ୧୮ଶହ ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୩୩୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କର କରୋନାଜନୀତ ମୃତ୍ୟୁ ଘଟିଛି। ତେବେ ନୂଆ ପଜିଟିଭକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୩୬୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୩୩୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୨ ଲୋକାଲ କେସ୍‌ ରହିଛି।

୨୭ଟି ଜିଲା ଓ ଷ୍ଟେଟ ପୋଲରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗ ଜିଲାରୁ ସର୍ବାଧିକ ୫୨ ଜଣ ରହିଛନ୍ତି। ଏହା ପଛକୁ ଖୋର୍ଦ୍ଧା ଜିଲା ରହିଛି। ଏଠାରେ ୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୨୫, ବାଲେଶ୍ୱର ୨୬, ବରଗ ୮, ଭଦ୍ରକରେ ୮, ବଲାଙ୍ଗୀରରେ ୧୧, ବୌଦ୍ଧ ୧, କଟକରେ ୨୦, ଦେବଗଡ଼ ୧, ଢେଙ୍କାନାଳ ୫, ଗଞ୍ଜାମ ୭, ଜଗତସିଂହପୁର ୭, ଯାଜପୁର ୯, ଝାରସୁଗୁଡ଼ା ୨୫, କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୫, କେନ୍ଦୁଝରରେ ୧୪, କୋରାପୁଟ ୧, ମାଲକାନଗିରି ୨, ମୟୂରଭଞ୍ଜ ୨୯, ନବରଙ୍ଗପୁରରେ ୪, ନୟାଗଡ଼ ୧, ନୂଆପଡ଼ା ୭, ପୁରୀ ୧୫, ରାୟଗଡ଼ା ୨ ଓ ସମ୍ବଲପୁରରେ ୧୦ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ୪ ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ୨ଜଣ ରହିଥିବା ବେଳେ ବାଲେଶ୍ୱର ଓ ମାଲକାନଗିରି ଜିଲାରୁ ଜଣେ ଲେଖାଏ ମୃତକ ରହିଛନ୍ତି।
ସୂଚନାଯୋଗ୍ୟ, ୩୩୫ଟି ନୂଆ ଆକ୍ରାନ୍ତଙ୍କୁ ମିଶାଇ କେସ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୩୬୪ରେ ପହଞ୍ଚିଥିବା ବେଳେ ୩,୧୮,୨୭୮ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୨୩୧ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୦୨ରେ ପହଞ୍ଚି ଯାଇଛି।