ଆଜି ରାଜ୍ୟରୁ ୩୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ସୋମବାର ରାଜ୍ୟରୁ ୩୩୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୦୩,୭୮୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୮୯୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୨୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି କଟକରୁ ସର୍ବାଧିକ ୫୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧରୁ ୪୪୦ ଏବଂ ବାଲେଶ୍ୱର ୩୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧୧୬, ବରଗଡ଼ ୪୭, ଭଦ୍ରକ ୧୬୩, ବଲାଙ୍ଗୀର ୧୦, ବୌଦ୍ଧ ୧୬, ଦେବଗଡ଼ ୪, ଢେଙ୍କାନାଳ ୬୯, ଗଜପତି ୧୨, ଗଞ୍ଜାମ ୧୮, ଜଗତସିଂହପୁର ୧୩୦, ଯାଜପୁର ୧୯୪, ଝାରସୁଗୁଡ଼ା ୧୧, କଳାହାଣ୍ଡି ୩୧, କନ୍ଧମାଳ ୨୩, କେନ୍ଦ୍ରାପଡ଼ା ୧୩୪, କେନ୍ଦୁଝର ୬୫, କୋରାପୁଟ ୫୯, ମାଲକାନଗିରି ୭୧, ମୟୂରଭଞ୍ଜ ୧୯୯, ନବରଙ୍ଗପୁର ୩୯, ନୟାଗଡ଼ ୧୧୧, ନୂଆପଡ଼ା ୪, ପୁରୀ ୧୭୫, ରାୟଗଡ଼ା ୪୩, ସମ୍ବଲପୁର ୨୯, ସୋନପୁରରୁ ୧୭ ଏବଂ ସୁନ୍ଦରଗଡ଼ରୁ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୯୦।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୩,୭୮୯ରେ ପହଞ୍ଚିଥିବା ବେଳେ ୮,୬୭,୪୦୨ଜଣ ସୁସ୍ଥ ହୋଇଛନ୍ତି। ୩୨,୪୦୪ ଜଣ ଚିକିିତ୍ସିତ ହେଉଛନ୍ତି। ୩,୯୩୦ ଜଣଙ୍କ ଜୀବନ ନେଇ ସାରିଲାଣି କରୋନା।