୩୩୦୮.୬୯ କୋଟି କୋଭିଡ୍‌ ଋଣ ମଞ୍ଜୁର

ଭୁବନେଶ୍ୱର,୩।୪(ବ୍ୟୁରୋ): କୋଭିଡ୍‌ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗକୁ ଚଳଚଞ୍ଚଳ କରିବାକୁ ନିଆଯାଇଥିବା ପଦକ୍ଷେପ ସ୍ବରୂପ ଋଣ ପ୍ରଦାନରେ ଉଲ୍ଲେଖନୀୟ ସଫଳତା ମିଳିଛି। କୋଭିଡ୍‌-୧୯ ଭଳି ପ୍ରତିକୂଳ ସମୟରେ ବ୍ୟାଙ୍କଗୁଡ଼ିକର ସହଯୋଗ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ଋଣ ପ୍ରଦାନରେ ଏହି ସଫଳତା ମିଳିପାରିଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଇସିଏଲ୍‌ଜିଏସ୍‌ (କୋଭିଡ୍‌ ଋଣ) ଅଧୀନରେ ୩୪୧୭.୦୨ କୋଟି ଟଙ୍କା ଋଣ ପ୍ରଦାନଯୋଗ୍ୟ ଅର୍ଥରୁ ୩୩୦୮.୬୯ କୋଟି ଟଙ୍କାର ମଞ୍ଜୁରୀ ଦିଆଯାଇଛି। ତନ୍ମଧ୍ୟରୁ ୩୧୦୭.୮୨ କୋଟି ଟଙ୍କା ଉଦ୍ୟୋଗୀଙ୍କୁ ଦିଆସରିଛି। ପୂର୍ବରୁ ଏତେ ପରିମାଣରେ ଋଣ ପ୍ରଦାନ କରାଯାଇ ନ ଥିଲା। ପିଏମ୍‌ଇଜିପି ଅଧୀନରେ ସର୍ବମୋଟ ୪,୩୫୮ ଉଦ୍ୟୋଗ ମଧ୍ୟରୁ ୩,୬୯୪ଟିକୁ ପ୍ରାୟ ୧୧୫ କୋଟି ଟଙ୍କାର ଋଣ ଦିଆଯାଇଛି। ସେହିପରି ପିଏମ୍‌ଏଫ୍‌ଏମ୍‌ଇ ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ୨୮୧୪ ସଦସ୍ୟଙ୍କୁ ୪୦ ହଜାର ଟଙ୍କା ହିସାବରେ ସିଡ୍‌ମନି ଭାବେ ପ୍ରାୟ ୭୭୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାଛଡ଼ା ୨୧ ଏସ୍‌ଏଚ୍‌ଜିକୁ ମୋଟ ୫୩.୯୬ ଲକ୍ଷ ଟଙ୍କା ସବ୍‌ସିଡି ପ୍ରଦାନ କରାଯାଇଛି। ୩ଟି ଏଫ୍‌ପିଓକୁ ସବ୍‌ସିଡି ପ୍ରଦାନ ନିମନ୍ତେ ପ୍ରସ୍ତାବ ମଞ୍ଜୁରୀ ସକାଶେ କେନ୍ଦ୍ର ସରକାରଙ୍କୁ ଚିଠି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗଞ୍ଜାମର ରଙ୍ଗେଇଲୁଣ୍ଡାଠାରେ ମତ୍ସ୍ୟ ଉତ୍ପାଦନ ଲାଗି ସାଧାରଣ ଇନ୍‌କ୍ୟୁବେଶନ କେନ୍ଦ୍ର ସ୍ଥାପନ ସକାଶେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟକୁ ୧୬୩ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ଉପଯୁକ୍ତ ପ୍ୟାକେଜିଂର ବିକାଶ ସହ ଓଡ଼ିଶାର ଉତ୍ପାଦିତ ଖାଦ୍ୟ ସାମଗ୍ରୀର ବ୍ରାଣ୍ଡିଂ ସୃଷ୍ଟି କରିବାକୁ ଓର୍‌ମାସ୍‌କୁ ୮.୫୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ଏହାଛଡ଼ା ଅତିବେଶିରେ ୧୦ ଲକ୍ଷ ଟଙ୍କା ସବ୍‌ସିଡି ପ୍ରାବଧାନ ସହ ବ୍ୟକ୍ତିଗତ ଅଣୁ ଉଦ୍ୟୋଗଗୁଡ଼ିକୁ ଋଣ ମଞ୍ଜୁର କରିବା ଓ ୫୦ ପ୍ରତିଶତ ସବ୍‌ସିଡି ଦେବା ନିମନ୍ତେ ୩୮୩ଟି ଆବେଦନକୁ ବିଭିନ୍ନ ବ୍ୟାଙ୍କକୁ ପଠାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ୨୮୯ କୋଟି ଟଙ୍କା କୋଭିଡ୍‌ ସହାୟତା ପ୍ୟାକେଜର ଆକର୍ଷଣୀୟ ରିହାତି ବ୍ୟବସ୍ଥା ଯୋଗୁ ଋଣ ଯୋଗାଣରେ ଏହି ରେକର୍ଡ ସୃଷ୍ଟି ହୋଇପାରିଛି। କୋଭିଡ୍‌ ମହାମାରୀ ସମୟରେ କ୍ଷେତ୍ର କର୍ମଚାରୀ ଓ ବ୍ୟାଙ୍କଗୁଡ଼ିକର ସହଯୋଗ ପାଇଁ ଏହା ସମ୍ଭବ ହୋଇପାରିଛି। ଆଗାମୀ ଦିନରେ ଏପରି ସହଯୋଗ ଜାରି ରଖିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୧୧।୬: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ...

ଏଣିକି କଚ୍ଚାଘର ଦେଖିବା ସ୍ବପ୍ନ, ଆଗାମୀ ୩ ବର୍ଷରେ ସମସ୍ତଙ୍କୁ ମିଳିବ ପକ୍କା ଘର: ମନ୍ତ୍ରୀ

ଭୁବନେଶ୍ୱର,୮ା୨(ବ୍ୟୁରୋ): ରାଜ୍ୟରେ ଆଉ କଚ୍ଚାଘର ରହିବ ନାହିଁ। ସମସ୍ତଙ୍କୁ ପକ୍କାଘର ମିଳିବ। ଆଗାମୀ ୩ ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମିଳିବ। ସେମାନଙ୍କୁ ବିଜୁ ପକ୍କାଘର...

CORONAVIRUS UPDATE: ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ପୂର୍ବରୁ କରୋନାରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ଆଉ ୨ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ...

ପଦ୍ମପୁର ଜନାଦେଶ: ବହୁମତରେ ବାଜି ମାରିଲେ ବର୍ଷା

ବରଗଡ଼ ଅଫିସ,୮ା୧୨: ପଦ୍ମପୁର ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା। ଅନ୍ତିମ ୨୩ ରାଉଣ୍ଡ ସୁଦ୍ଧା ବର୍ଷାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍‌...

ବଞ୍ଚାଇଦେଲେ ଆର୍‌ପିଏଫ୍‌ କନ୍‌ଷ୍ଟେବଳ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ)ନିଶ୍ଚିତ ବଡ଼ ବିପଦରୁ ବର୍ତ୍ତିଗଲେ ଜଣେ ରେଳ କର୍ମଚାରୀ ବିଜନ କୁମାର ପୁରକୀତ୍‌। ତାଙ୍କ ଜୀବନ ବଞ୍ଚାଇଦେଲେ ଭୁବନେଶ୍ୱର ଆର୍‌ପିଏଫ୍‌ କନ୍‌ଷ୍ଟେବଳ ଏନ୍‌.ବି. ରାଓ। ଗୁରୁବାର...

ଶିକ୍ଷକ କରୋନା ଚିହ୍ନଟ ପରେ ହାଇସ୍କୁଲରେ ପଡ଼ିଲା ତାଲା

ଭବାନୀପାଟଣା,୨୫।୩: ଭବାନୀପାଟଣା ଟାଉନ୍‌ ହାଇସ୍କୁଲର ଜଣେ ଶିକ୍ଷକ କୋଭିଡ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ହୋମ୍‌ ଆଇସୋଲେଶନ୍‌ରେ...

୨୨ରୁ ମଦ ବିକ୍ରି ଉପରେ ଲାଗିଲା କଣାକଣା; ୪ ଦିନ ଯାଏ ‘ଡ୍ରାଏ ଡେ’

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଆଗକୁ ପୌର ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ମାସ ୨୨ ତାରିଖରୁ ସମଗ୍ର ରାଜ୍ୟର ୧୦୬ ପୌରାଞ୍ଚଳ ଏବଂ ୩...

ରଥଖଳାର ୩ ମହାରଣା, ୫ ଭୋଇ ସେବକ କରୋନା ଆକ୍ରାନ୍ତ

ପୁରୀ ଅଫିସ,୨୦ା୫: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାମ ଚାଲିଥିବା ବେଳେ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ତେବେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ରଥ କାର୍ଯ୍ୟ ନିର୍ମାଣ...

Advertisement
Archives

Model This Week