Posted inଖେଳ

ଜାତୀୟ ମହିଳା ହକି କ୍ୟାମ୍ପରେ ୩୩ ଖେଳାଳି: ଓଡ଼ିଶାରୁ ୩ ସାମିଲ

ବେଙ୍ଗାଲୁରୁ, ୯ା୪(ପି.ଟି.): ସୋମବାର ହକି ଇଣ୍ଡିଆ ପକ୍ଷରୁ ଜାତୀୟ ହକି କ୍ୟାମ୍ପ ପାଇଁ ୩୩ ଜଣ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଗୋଲକିପର ସବିତା ପୁନିଆ ଓ ଫରଓ୍ବାର୍ଡ ବନ୍ଦନା କାଟାରିୟାଙ୍କ ଭଳି ସିନିୟର ଖେଳାଳିଙ୍କୁ ସ୍ଥାନ ମିଳିଥିବା ବେଳେ କିଛି ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି। ଏହି କ୍ୟାମ୍ପରେ ଓଡ଼ିଶାର ଆଜମିନା କୁଜୁର, ମାଧୁରୀ କିଣ୍ଡୋ ଓ ଜ୍ୟୋତି ଛତ୍ରୀଙ୍କୁ ସାମିଲ କରାଯାଇଛି। ଏହି ଖେଳାଳିଙ୍କୁ ନେଇ ମେ ୧୬ ତାରିଖ ଯାଏ କ୍ୟାମ୍ପ ଅନୁଷ୍ଠିତ ହେବ। ପୂର୍ବରୁ ଜାତୀୟ ଚାମ୍ପିୟନଶିପ୍‌ ପରେ ୬୦ ଖେଳାଳିଙ୍କୁ ଚୟନ କରାଯାଇଥିଲା। ଏପ୍ରିଲ ୬ ଓ ୭ ତାରିଖରେ ଦୁଇ ଦିନିଆ ଟ୍ରାଏଲ୍ସ ପରେ ଏହା ମଧ୍ୟରୁ ୩୩ ଖେଳାଳିଙ୍କୁ ଚୟନ କରାଯାଇଛି। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ଲାଗି ବିଫଳ ହେବା ପରେ ଭାରତୀୟ ଦଳରେ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି। ମେ ୨୨ ତାରିଖରେ ପ୍ରୋ ଲିଗ୍‌ ହକି ପାଇଁ ଭାରତୀୟ ମହିଳା ଆଣ୍ଟେର୍ପ ଓ ଲଣ୍ଡନ ଗସ୍ତ କରିବ। ଏହି ଗସ୍ତରେ ଭାରତ ଆର୍ଜେଣ୍ଟିନା, ବେଲଜିୟମ, ଜର୍ମାନୀ ଓ ଗ୍ରେଟ୍‌ ବ୍ରିଟେନ୍‌ ସହ ମ୍ୟାଚ୍‌ ଖେଳିବ।
ହକି ଇଣ୍ଡିଆର ହାଇ ପର୍ଫର୍ମାନ୍ସ ନିର୍ଦ୍ଦେଶକ ହର୍ମାନ କ୍ରୁଇସ୍‌ ସମ୍ଭାବ୍ୟ ଦଳକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ୧୪ତମ ଜାତୀୟ ହକି ଚାମ୍ପିୟନଶିପ୍‌ରୁ ହିଁ ଏହି ଖେଳାଳିମାନଙ୍କ ଚୟନ କରାଯାଇଛି। ସବିତା ପୁନିଆ, ଡିଫେଣ୍ଡର ନିକ୍କି ପ୍ରଧାନ, ମିଡ ଫିଲ୍ଡର ସଲିମା ଟେଟେ, ଅଜମିନା କୌର ଓ ନିଶା କ୍ୟାମ୍ପରେ ରହିଛନ୍ତି। ପ୍ରଥମ ପସନ୍ଦର ଫରଓ୍ବାର୍ଡ ଖେଳାଳି ଭାବରେ ଲାଲରେମସିଆମି, ସଙ୍ଗୀତା କୁମାରୀ ଓ ବନ୍ଦନା କାଟାରିୟା ମଧ୍ୟ ରହିଛନ୍ତି। ଜାତୀୟ ଚାମ୍ପିୟନଶିପରେ ପ୍ରଦର୍ଶନ ଆଧାରରେ ମାରିନା ଲାଲରାମନଘାକି, ମନୀଷା ଚୌହାନଙ୍କୁ ମଧ୍ୟ ଡାକରା ମିଳିଛି। ଶେଷ ଥର ପାଇଁ ୨୦୧୭ରେ ଜାତୀୟ ଦଳ ପକ୍ଷରୁ ଖେଳିଥିବା ପ୍ରୀତି ଦୁବେଙ୍କୁ ଦଳକୁ ଡାକରା ମିଳିଛି। ଜୁନିୟର ଦଳର ସଦସ୍ୟ ରହିଥିବା ମାଧୁରୀ କିଣ୍ଡୋ, ଡିଫେଣ୍ଡର ରୋପନି କୁମାରୀ, ପ୍ରୀତି, ମିଡଫିଲ୍ଡର ଏଡୁଲା ଜ୍ୟୋତି, ଫରଓ୍ବାର୍ଡ ଖେଳାଳି ଦୀପିକା ସୋରେଙ୍ଗ ଓ ଋତୁଜା ପିସାଲଙ୍କୁ ଡାକରା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri