ସକାଳ ୮ରେ ପହଣ୍ଡି, ମଧ୍ୟାହ୍ନରେ ରଥଟଣା

ପୁରୀ ଅଫିସ, ୩୦।୬: ଆସନ୍ତା ୧ତାରିଖରେ ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ପ୍ରକାଶ କରାଯାଇଛି। ଏବର୍ଷ କରୋନା ପାଇଁ ରଥଯାତ୍ରା ହେବ ନା ନାହିଁ ସେ ନେଇ ଶେଷ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ଲାଗି ରହିଥିଲା। ତେବେ ଶେଷ ମୁହୂର୍ତ୍ତରେ ସୁପ୍ରିମ୍‌କୋର୍ଟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଯାତ୍ରା ନୀତି ନିର୍ଘଣ୍ଟ ପ୍ରକାଶ ପାଇ ନ ଥିଲା। ଦିନକ ପରେ ବାହୁଡ଼ା ଯାତ୍ରା ଥିବାବେଳେ ପ୍ରଶାସନ ନୀତି ନିର୍ଘଣ୍ଟ ପ୍ରକାଶ କରିଛି।

ନୀତି ନିର୍ଘଣ୍ଟ
ମଙ୍ଗଳ ଆଳତି ଭୋର ୪ଟା
ମଇଲମ ୪ଟା ୧୫
ତଡ଼ପଲାଗି ୪ଟା ୩୦
ରୋଷହୋମ ୪ଟା ୩୦
ଅବକାଶ ୫ଟା
ସୂର୍ଯ୍ୟପୂଜା ୫ଟା ୧୫
ଦ୍ୱାରପାଳ ପୂଜା ୫ଟା ୩୦
ବେଶ ଶେଷ ୫ଟା ୩୦
ଗୋପାଳ ବଲ୍ଲଭ
ଓ ସକାଳ ଧୂପ ୫ଟା ୪୫ରୁ ୬ଟା ୪୫
ସେନାପଟା ଲାଗି ସକାଳ ୭ଟାରୁ ୭ଟା ୩୦
ମଙ୍ଗଳାର୍ପଣ ୭ଟା ୪୫
ବାହୁଡ଼ା ପହଣ୍ଡି ସକାଳ ୮ଟାରୁ ୧୦ଟା
ବେଶ ଶେଷ ୯ଟାରୁ ସାଢେ ୧୦ଟା
ଛେରା ପହଁରା ସାଢେ ୧୦ରୁ ସାଢେ ୧୧ଟା
ଚାର ମାଳଫିଟା
ଓ ଘୋଡ଼ା ଲାଗିବା ୧୧ଟାରୁ ମଧ୍ୟାହ୍ନ ୧୨ଟା
ରଥଟଣା ଆରମ୍ଭ ମଧ୍ୟାହ୍ନ ୧୨ଟା