୩୨୦୬.୮୮ କୋଟି ଜିଏସ୍‌ଟି କ୍ଷତିପୂରଣ ମିଳିନି

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ବାବଦରେ କେନ୍ଦ୍ର ନିକଟରେ ୮୬୮୮.୧୯ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ସେଥିମଧ୍ୟରୁ ରାଜ୍ୟ ସରକାର ୧୬୫୯.୩୧ କୋଟିର କ୍ଷତିପୂରଣ ପାଇଥିବା ବେଳେ ବ୍ୟାକ୍‌ ଟୁ ବ୍ୟାକ୍‌ ଋଣ ବାବଦକୁ ୩୮୨୨.୦୦ କୋଟି ପାଇଛନ୍ତି। ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ୩୨୦୬.୮୮ କୋଟି କ୍ଷତିପୂରଣ ବାବଦକୁ ପାଇବାର ଅଛି ବୋଲି ସୋମବାର ବିଧାନସଭା ପ୍ରଶ୍ନକାଳରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି।
ବିଜେଡି ସଭ୍ୟ ଅମର ଶତପଥୀ ମୂଳ ପ୍ରଶ୍ନ ୧୨୨ରେ ଜିଏସ୍‌ଟି ପ୍ରଚଳନ ହେବା ପରଠାରୁ ରାଜ୍ୟ ସରକାର କ୍ଷତିପୂରଣ ବାବଦକୁ କେତେ ଅର୍ଥ କେନ୍ଦ୍ର ସରକାରଙ୍କଠାରୁ ପାଇଛନ୍ତି। ବାକି ଅର୍ଥ ପାଇଁ କେନ୍ଦ୍ର ସରକାର କେଉଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି ବୋଲି ପଚାରିଥିଲେ।
ମନ୍ତ୍ରୀ କହିଛନ୍ତ,୧୦୧ତମ ସମ୍ବିଧାନ ସଂଶୋଧନ ଅଧିନିୟମ, ୨୦୧୬ ଅନୁସାରେ ଜିଏସ୍‌ଟି ପ୍ରଚଳନ ଫଳରେ ରାଜ୍ୟର ରାଜସ୍ବ ଆଦାୟରେ କ୍ଷତି ଘଟିଲେ ୫ ବର୍ଷ ପାଇଁ କ୍ଷତିପୂରଣ ଦିଆଯିବ। ଏଥି ନିମନ୍ତେ ଦ୍ରବ୍ୟ ଓ ସେବା ଟିକସ (ରାଜ୍ୟକୁ କ୍ଷତିପୂରଣ ) ଆଇନ-୨୦୧୭ କାର୍ଯ୍ୟକାରୀ ହୋଇଛି। କ୍ଷତିପୂରଣ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷର ସଂଗୃହୀତ ଟିକସ ପରିମାଣକୁ ମୂଳ ବର୍ଷର ଟିକସ ରୂପେ ଗ୍ରହଣ କରାଯାଇଛି। ୧୪ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ହାର ନିଆଯାଇଛି। ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଜିଏସ୍‌ଟିରେ ମିଶ୍ରଣ ଘଟିଥିବା ଟିକସ ବାବଦକୁ ୧୧୦୪୯.୩୪ କୋଟି ଟଙ୍କା ପାଇଥିଲେ। ସୁନିଶ୍ଚିତ ରାଜସ୍ବରୁ ବାସ୍ତବରେ ସଂଗୃହୀତ ରାଜସ୍ବକୁ ବିୟୋଗ କରି ଅବଶିଷ୍ଟ ପରିମାଣକୁ କ୍ଷତିଭରଣା ଭାବେ କେନ୍ଦ୍ର ସରକାର ପ୍ରଦାନ କରିଥାନ୍ତି। କ୍ଷତିଭରଣା ପ୍ରତ୍ୟେକ ତ୍ରୈମାସିକ କିସ୍ତିରେ ମିଳୁଛି। ମୂଳ ଆର୍ଥିକ ବର୍ଷରେ (୨୦୧୫-୧୬) ସଂଗୃହୀତ ରାଜସ୍ବରେ ବାର୍ଷିକ ୧୪ ପ୍ରତିଶତ ଅଭିବୃଦ୍ଧି ହାର ପ୍ରୟୋଗ କରାଯାଇ ୨୦୧୭-୧୮ ( ୨୦୧୭ ଜୁଲାଇରୁ ୨୦୧୮ ମାର୍ଚ୍ଚ ) ପର୍ଯ୍ୟନ୍ତ ୧୦୭୬୯.୭୯ କୋଟି ଟଙ୍କା ସୁନିଶ୍ଚିତ ରାଜସ୍ବ (ପ୍ରୋଟେକ୍ଟେଡ ରେଭିନ୍ୟୁ) ଆକଳନ ହୋଇଥିଲା। ସୁନିଶ୍ଚିତ ରାଜସ୍ବରୁ ବାସ୍ତବରେ ସଂଗୃହୀତ ରାଜସ୍ବକୁ ବିୟୋଗ କରି ଅବଶିଷ୍ଟ ପରିମାଣକୁ କ୍ଷତିଭରଣା ଭାବେ କେନ୍ଦ୍ର ସରକାର ପ୍ରଦାନ କରିଥାନ୍ତି। ଏହି ସମୟ ମଧ୍ୟରେ ଓଡ଼ିଶାରେ ଓଜିଏସ୍‌ଟି ଏବଂ ଜିଏସ୍‌ଟିରେ ମିଶ୍ରଣ ଘଟିଥିବା ଅନ୍ୟାନ୍ୟ ଟିକସ ବାବଦକୁ ୮୪୨୧.୭୧ କୋଟି ଟଙ୍କା ସଂଗୃହୀତ ହୋଇଥିଲା। ରାଜ୍ୟ ସରକାର ଉକ୍ତ ବର୍ଷ ପାଇଁ ୨୩୪୮.୦୮ କୋଟି ଟଙ୍କାର କ୍ଷତିପୂରଣ ପାଇଛନ୍ତି। ୨୦୧୯-୨୦ରେ ୧୮୬୬୧.୮୯ କୋଟି ଟଙ୍କା ରାଜସ୍ବ ଧାର୍ଯ୍ୟ ହୋଇଥିଲା। ରାଜ୍ୟ ସରକାର ଉକ୍ତ ବର୍ଷ ପାଇଁ ୫୩୩୧.୯୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ ଓ ତାହା ରାଜ୍ୟକୁ ମିଳିସାରିଛି।
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୨୧୨୭୪.୫୬ କୋଟି ଟଙ୍କା ସୁନିଶ୍ଚିତ ରାଜସ୍ବ ଧାର୍ଯ୍ୟ ହୋଇଥିଲା। ଏହି ସମୟ ସୀମା ମଧ୍ୟରେ ଆମ ରାଜ୍ୟରେ ଓଜିଏସ୍‌ଟି ଏବଂ ଜିଏସ୍‌ଟିରେ ମିଶ୍ରଣ ଘଟିଥିବା ଅନ୍ୟାନ୍ୟ ଟିକସ ବାବଦକୁ ୧୨୫୮୬.୩୭ କୋଟି ଟଙ୍କା ସଂଗୃହୀତ ହୋଇଥିଲା। ରାଜ୍ୟ ସରକାର ଉକ୍ତ ଆର୍ଥିକ ବର୍ଷ ପାଇଁ ୩୨୦୬.୮୮ କୋଟି ଟଙ୍କା କ୍ଷତିପୂରଣ ପାଇବାକୁ ବାକି ରହିଛି। ସେହିପରି ଚଳିତ ୨୦୨୧-୨୨ ଆର୍ଥିକ ବର୍ଷର ଜୁଲାଇ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ୮୦୮୪.୩୩ କୋଟି ଟଙ୍କା ସୁନିଶ୍ଚିତ ରାଜସ୍ବ ମଧ୍ୟରୁ ରାଜ୍ୟର କ୍ଷତିଭରଣା ବାବଦକୁ ପ୍ରାୟ ୩୧୯୨.୫୭ କୋଟି ଟଙ୍କା ଆକଳନ ହୋଇଛି। ସେଥିମଧ୍ୟରୁ କେନ୍ଦ୍ର ସରକାର ୩୦୩୩.୧୦ କୋଟି ଟଙ୍କା ( ବ୍ୟାକ୍‌ ଟୁ ବ୍ୟାକ୍‌ ଋଣ ) କ୍ଷତିପୂରଣ ବାବଦରେ ପ୍ରଦାନ କରିଛନ୍ତି। ତଥାପି ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷର ଜୁଲାଇ ପର୍ଯ୍ୟନ୍ତ ୧୫୯.୪୭ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପାଇବାର ଅଛି।
ସେହିପରି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୬,୩୭୦.୦୮ କୋଟି ଟଙ୍କା ସୁନିଶ୍ଚିତ ରାଜସ୍ବ ଧାର୍ଯ୍ୟ ହୋଇଥିଲା। ରାଜ୍ୟ ସରକାର ଉକ୍ତ ବର୍ଷ ପାଇଁ ୪୨୪୧.୦୮ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ରାଜ୍ୟ ସରକାର ୪୨୪୧.୦୮ କୋଟି ଟଙ୍କାର କ୍ଷତିପୂରଣ ପାଇସାରିଛନ୍ତି।
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୮୬୬୧.୮୯ କୋଟି ଟଙ୍କା ରାଜସ୍ବ ଧାର୍ଯ୍ୟ ହୋଇଥିଲା। ରାଜ୍ୟ ସରକାର ଉକ୍ତ ବର୍ଷ ପାଇଁ ୫୩୩୧.୯୨ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ସମ୍ପୂର୍ଣ୍ଣ କ୍ଷତିପୂରଣ ପାଇସାରିଛନ୍ତି।
୨୦୧୫-୧୬ ଆର୍ଥିକ ବର୍ଷରେ ୮ଗୋଟି ସ୍କିମ୍‌ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଥିବା ହେତୁ ବାର୍ଷିକ ଅନୁଦାନ ପ୍ରାୟ ୧୮୫୪ କୋଟି ଟଙ୍କା ହ୍ରାସ ପାଇଥିଲା। ସେହିପରି ସ୍ବାଭାବିକ କେନ୍ଦ୍ରୀୟ ଅନୁଦାନ ଆକାରରେ ମିଳୁଥିବା କେନ୍ଦ୍ରୀୟ ସହାୟତା ମଧ୍ୟ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଇଥିବାରୁ ବାର୍ଷିକ ପ୍ରାୟ ୬୧୦ କୋଟି ଟଙ୍କା ହ୍ରାସ ପାଇଥିଲା।
ଏହାଛଡ଼ା କେନ୍ଦ୍ର ସରକାର ଅନେକ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟକୁ ମିଳୁଥିବା କେନ୍ଦ୍ର ଅଂଶ ଓ ରାଜ୍ୟ ଅଂଶର ଅନୁପାତ ୬୦:୪୦ କରିବା ଦ୍ବାରା ରାଜ୍ୟ ଅଂଶ ବୃଦ୍ଧି ପାଇଲା।
ରାଜ୍ୟକୁ କେତେ ଜିଏସ୍‌ଟି କ୍ଷତିପୂରଣ ମିଳିଛି ଓ କେନ୍ଦୁପତ୍ର ଉପରେ ଜିଏସ୍‌ଟି ଛାଡ଼ କରିବା ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ବିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ଅମାତ ଅର୍ଥମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ ସମ୍ପୂର୍ଣ୍ଣ ମିଳୁ ନାହିଁ। କେନ୍ଦୁପତ୍ର ଉପରେ ଜିଏସ୍‌ଟି ଛାଡ କରିବା ନେଇ ରାଜ୍ୟ ସରକାର ବହୁବାର ଜିଏସ୍‌ଟି କାଉନସିଲରେ ଦାବି କରିଛନ୍ତି। ତେବେ ଏ ନେଇ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri