Posted inଜାତୀୟ

୩୨ ସେକେଣ୍ଡର ଭୂମି ପୂଜନ: ୪୯୨ ବର୍ଷର ପ୍ରତୀକ୍ଷା ଶେଷ

ଅଯୋଧ୍ୟା, ୫।୮: ରାମଲଲାଙ୍କ ମନ୍ଦିରର ଭୂମି ପୂଜନ ମାତ୍ର ୩୨ ସେକେଣ୍ଡର ଶୁଭ ମୂହୁର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବୁଧବାର ସମ୍ପନ୍ନ ହୋଇଛି। ୧୨ଟା ୩୦ରୁ ଅଧମିନିଟ ପାଇଁ ଥିବା ଶୁଭବେଳାରେ ଭୂମିପୂଜନ କାର୍ଯ୍ୟ କରାଯାଇଛି। ଦୀର୍ଘ ୪୦ ମିିନିଟ ଧରି ପୂଜା କରାଯାଇଥିଲା। ୯ଟି ଇଟାରେ ମନ୍ଦିରର ମୂଳଦୂଆ ରଖାଯାଇଥିଲା। ଏହାଦ୍ୱାରା ରାମଲଲାଙ୍କ ଦୀର୍ଘ ୪୯୨ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। ୭୦ ଏକର ଜମିରେ ୩୦୦ କୋଟି ଟଙ୍କାରେ ଏଠାରେ ଭବ୍ୟ ମନ୍ଦିର ନିର୍ମାଣ କରାଯିବ।

୧୫୨୬ରେ ଇବ୍ରାହିମ୍‌ ଲୋଧୀଙ୍କୁ ହରାଇବା ଲାଗି ବାବରୀ ସୈନ୍ୟ ଭାରତ ଆକ୍ରମଣ କରିଥିଲେ। ୧୫୨୮ରେ ବାବରଙ୍କ ଦ୍ୱାରା ନିୟୋଜିତ ଥିବା ସୁବେଦାର ମୀର୍‌ ବାକି ଏଠାରେ ଏକ ମସଜିଦ୍‌ ନିର୍ମାଣ କରି ଏହାକୁ ବାବରୀ ନାମ ଦେଇଥିଲେ। ମୀର୍‌ ବାକି କରିଥିବା ବିବାଦୀୟ ନିର୍ମାଣ ଅଞ୍ଚଳରେ ପୁଣି ରାମଲଲାଙ୍କ ମନ୍ଦିର ନିର୍ମାଣର ଶୁଭାରମ୍ଭ ହୋଇଛି। ୧୮୮୩ରେ ଏଠାରେ ମନ୍ଦିର ଥିବାନେଇ ପ୍ରଥମେ ହିଂସାକାଣ୍ଡ ଘଟିଥିଲା। ୧୮୫୮ରେ ବିବାଦୀୟ ପରିସରରେ ପୂଜା କରିବା ନେଇ ପ୍ରଥମେ ମାମଲା ଦାଏର ହୋଇଥିଲା। ପରେ ୧୮୮୫ରେ ପ୍ରଥମ ଥର ପାଇଁ ଏହି ମାମଲା କୋର୍ଟରେ ପହଞ୍ଚିଥିଲା। ୧୯୩୪ରେ ବିବାଦୀୟ ନିର୍ମାଣର କିଛି ଅଂଶ ଭଙ୍ଗା ଯାଇଥିଲା। ୧୯୪୯ରେ ଏଠାରେ ତାଲା ଲଗାଯାଇଥିଲା। ୩୦ ବର୍ଷ ୮ ମାସ ୨୭ ଦିନ ତଳେ ବିବାଦୀୟ ନିର୍ମାଣ ଅଞ୍ଚଳରେ ୧୯୮୯ରେ ମନ୍ଦିର ନିର୍ମାଣର ଶିଳାନ୍ୟାସ କରାଯାଇଥିଲା। ୧୯୯୨ ଡିସେମ୍ବର ୬ରେ ବିବାଦୀୟ ନିର୍ମାଣକୁ ଧ୍ୱଂସ କରାଯାଇଥିଲା। ଦୀର୍ଘବର୍ଷ କୋର୍ଟରେ ମାମଲା ରହିବା ପରେ ରାମଲଲାଙ୍କ ବିଜୟ ହେବା ପରେ ଏବେ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri