କଟକରେ ମାଡୁଛି କରୋନା: ଆଜି ଆଉ ୩୨ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୧।୭: କଟକ ସହରରୁ ମଙ୍ଗଳବାର ୩୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରୁ ୫, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ୨୧, ଲୋକାଲ କେସ୍‌ ୫ ଏବଂ ପେଡ୍‌ କ୍ୱାରାଣ୍ଟାଇନ୍‌ରୁ ଜଣେ ଅଛନ୍ତି। ଏହାକୁ ମିଶାଇ ସହରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୮କୁ ବୃଦ୍ଧି ପାଇଛି। ୨୨୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୬୫ ଆକ୍ଟିଭ୍‌ କେସ୍‌ ରହିଛନ୍ତି। ଏହାଛଡ଼ା ୮ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

#COVID19 update in Cuttack city (CMC area)

Out of the 84 new COVID-19 +ve cases reported today in #Cuttack district, 32 +ve cases belong to Cuttack city (CMC area).

Another 8 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/16spBWRDEG

— CMC,Cuttack (@CMCCuttack) July 21, 2020