Posted inରାଜ୍ୟ

୩୨ ସଦସ୍ୟ ସାମିଲ, ଅନେକ ନୂଆ ମୁହଁ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ପୁନର୍ଗଠନ କରାଯାଇଛି। ନବଗଠିତ ପରିଷଦର ସଭ୍ୟମାନେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ଜାନୁୟାରୀ ୪ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବାର ୩ବର୍ଷ ଅର୍ଥାତ୍‌ ୨୦୨୪ ଜାନୁୟାରୀ ୫ତାରିଖ ପର୍ଯ୍ୟନ୍ତ ନବନିଯୁକ୍ତ ସଭ୍ୟମାନଙ୍କ କାର୍ଯ୍ୟକାଳ ବୈଧ ରହିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଦସ୍ତଖତରେ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ ସାଧାରଣ ପରିଷଦରେ ମୋଟ ୩୨ଜଣ ସଦସ୍ୟଙ୍କୁ ରଖାଯାଇଛି। ପରିଷଦରେ ୯ଜଣ ପଦାଧିକାରୀ ଏବଂ ବିଭିନ୍ନ ଜିଲା ସହ ରାଜ୍ୟର ବିଭିନ୍ନ ସଙ୍ଗଠନର ସଭାପତି ଓ ସମ୍ପାଦକ ସଦସ୍ୟ ରହିଛନ୍ତି।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି, ଉପସଭାପତି, ବିତ୍ତ ଅଧିକାରୀ ତଥା ଅର୍ଥ ପରାମର୍ଶଦାତା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ଏକାଡେମୀର ସମ୍ପାଦକ ସାଧାରଣ ପରିଷଦର ସଦସ୍ୟ ଅଛନ୍ତି। ସେହିଭଳି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ଏଥିରେ ସଦସ୍ୟଭାବେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଭୁବନେଶ୍ୱରରୁ କୀର୍ତ୍ତନ ନାରାୟଣ ପାଢୀ ଓ ସଙ୍ଗୀତା ପଣ୍ଡା, ବାଲେଶ୍ୱରରୁ ହେମେନ୍ଦ୍ର ମହାପାତ୍ର, ରାୟଗଡ଼ାରୁ ନରେନ୍ଦ୍ର ମିଶ୍ର, କଟକରୁ ମୀରା ଦାସ ଓ ଚିତ୍ତ ସାହାଣୀ, ସୁବର୍ଣ୍ଣପୁରରୁ ଶାଶ୍ୱତ କୁମାର ତ୍ରିପାଠୀ, ଦିଗପହଣ୍ଡିର ଆଲୋକ ବିଷୋୟୀ ଏବଂ ବରଗଡ଼ର ରବିରତନ ସାହୁ ସଦସ୍ୟ ଅଛନ୍ତି। ସେହିଭଳି ସଙ୍ଗଠନ ମୁଖ୍ୟମାନଙ୍କ ମଧ୍ୟରେ ସମ୍ବଲପୁରର ‘କଲ୍‌ଚରାଲ ଆସୋସିଏଶନ’, ଖୋର୍ଦ୍ଧାର ‘ପରମ୍ପରା’ ଅନୁଷ୍ଠାନ, ଗଞ୍ଜାମର ‘ଓଡ଼ିଶା ନାଟ୍ୟ ସମାରୋହ ସମିତି’, କଳାହାଣ୍ଡିର ‘ପ୍ରତିଭା’, ଫୁଲବାଣୀର ‘ମୋହନ ଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ’, କଟକର ‘ବିଶ୍ୱନାଥ ସଙ୍ଗୀତାଳୟ’, ସୁନ୍ଦରଗଡ଼ର ‘ସ୍ପନ୍ଦନ’, ଢେଙ୍କାନାଳର ‘ମୀରାବାଇ କଳାବିକାଶ କେନ୍ଦ୍ର’, କୋରାପୁଟର ‘କୋରାପୁଟ କଲ୍‌ଚରାଲ ସୋସାଇଟି’, କେଉଁଝରର ‘ଦେବଶିଳ୍ପୀ ବିଶ୍ୱକର୍ମା କଣ୍ଢେଇ ନାଚ’, ମୟୂରଭଞ୍ଜର ‘ଦକ୍ଷିଣ ସାହି ଛଉନୃତ୍ୟ ପ୍ରତିଷ୍ଠାନ’, ବାଲେଶ୍ୱରର ‘କଳାକାର’, ପୁରୀର ‘ଅନ୍ନପୂର୍ଣ୍ଣା ଥିଏଟର’ ଏବଂ ବଲାଙ୍ଗୀର ଜିଲାର ‘ସ୍ବର ଝଙ୍କାର’ ଅନୁଷ୍ଠାନର ସଭାପତି କିମ୍ବା ସମ୍ପାଦକ ପରିଷଦରେ ସଦସ୍ୟ ରହିବେ। ଚଳିତବର୍ଷ ପରିଷଦ ପୁନର୍ଗଠନରେ ସ୍ବଚ୍ଛତା ଓ ନିରପେକ୍ଷତାକୁ ପ୍ରାଥମିକତା ଦିଆଯାଇଥିବା ବେଳେ ଅନେକ ନୂଆ ଲୋକଙ୍କୁ ସାମିଲ କରାଯାଇଛି। ପୂର୍ବଥର ଭଳି ଏଥର ପୁରୁଣା ସଦସ୍ୟଙ୍କୁ ପୁନର୍ବାର ସ୍ଥାନିତ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri