ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ପୁନର୍ଗଠନ କରାଯାଇଛି। ନବଗଠିତ ପରିଷଦର ସଭ୍ୟମାନେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ଜାନୁୟାରୀ ୪ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବାର ୩ବର୍ଷ ଅର୍ଥାତ୍ ୨୦୨୪ ଜାନୁୟାରୀ ୫ତାରିଖ ପର୍ଯ୍ୟନ୍ତ ନବନିଯୁକ୍ତ ସଭ୍ୟମାନଙ୍କ କାର୍ଯ୍ୟକାଳ ବୈଧ ରହିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଦସ୍ତଖତରେ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ ସାଧାରଣ ପରିଷଦରେ ମୋଟ ୩୨ଜଣ ସଦସ୍ୟଙ୍କୁ ରଖାଯାଇଛି। ପରିଷଦରେ ୯ଜଣ ପଦାଧିକାରୀ ଏବଂ ବିଭିନ୍ନ ଜିଲା ସହ ରାଜ୍ୟର ବିଭିନ୍ନ ସଙ୍ଗଠନର ସଭାପତି ଓ ସମ୍ପାଦକ ସଦସ୍ୟ ରହିଛନ୍ତି।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି, ଉପସଭାପତି, ବିତ୍ତ ଅଧିକାରୀ ତଥା ଅର୍ଥ ପରାମର୍ଶଦାତା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ଏକାଡେମୀର ସମ୍ପାଦକ ସାଧାରଣ ପରିଷଦର ସଦସ୍ୟ ଅଛନ୍ତି। ସେହିଭଳି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ଏଥିରେ ସଦସ୍ୟଭାବେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଭୁବନେଶ୍ୱରରୁ କୀର୍ତ୍ତନ ନାରାୟଣ ପାଢୀ ଓ ସଙ୍ଗୀତା ପଣ୍ଡା, ବାଲେଶ୍ୱରରୁ ହେମେନ୍ଦ୍ର ମହାପାତ୍ର, ରାୟଗଡ଼ାରୁ ନରେନ୍ଦ୍ର ମିଶ୍ର, କଟକରୁ ମୀରା ଦାସ ଓ ଚିତ୍ତ ସାହାଣୀ, ସୁବର୍ଣ୍ଣପୁରରୁ ଶାଶ୍ୱତ କୁମାର ତ୍ରିପାଠୀ, ଦିଗପହଣ୍ଡିର ଆଲୋକ ବିଷୋୟୀ ଏବଂ ବରଗଡ଼ର ରବିରତନ ସାହୁ ସଦସ୍ୟ ଅଛନ୍ତି। ସେହିଭଳି ସଙ୍ଗଠନ ମୁଖ୍ୟମାନଙ୍କ ମଧ୍ୟରେ ସମ୍ବଲପୁରର ‘କଲ୍ଚରାଲ ଆସୋସିଏଶନ’, ଖୋର୍ଦ୍ଧାର ‘ପରମ୍ପରା’ ଅନୁଷ୍ଠାନ, ଗଞ୍ଜାମର ‘ଓଡ଼ିଶା ନାଟ୍ୟ ସମାରୋହ ସମିତି’, କଳାହାଣ୍ଡିର ‘ପ୍ରତିଭା’, ଫୁଲବାଣୀର ‘ମୋହନ ଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ’, କଟକର ‘ବିଶ୍ୱନାଥ ସଙ୍ଗୀତାଳୟ’, ସୁନ୍ଦରଗଡ଼ର ‘ସ୍ପନ୍ଦନ’, ଢେଙ୍କାନାଳର ‘ମୀରାବାଇ କଳାବିକାଶ କେନ୍ଦ୍ର’, କୋରାପୁଟର ‘କୋରାପୁଟ କଲ୍ଚରାଲ ସୋସାଇଟି’, କେଉଁଝରର ‘ଦେବଶିଳ୍ପୀ ବିଶ୍ୱକର୍ମା କଣ୍ଢେଇ ନାଚ’, ମୟୂରଭଞ୍ଜର ‘ଦକ୍ଷିଣ ସାହି ଛଉନୃତ୍ୟ ପ୍ରତିଷ୍ଠାନ’, ବାଲେଶ୍ୱରର ‘କଳାକାର’, ପୁରୀର ‘ଅନ୍ନପୂର୍ଣ୍ଣା ଥିଏଟର’ ଏବଂ ବଲାଙ୍ଗୀର ଜିଲାର ‘ସ୍ବର ଝଙ୍କାର’ ଅନୁଷ୍ଠାନର ସଭାପତି କିମ୍ବା ସମ୍ପାଦକ ପରିଷଦରେ ସଦସ୍ୟ ରହିବେ। ଚଳିତବର୍ଷ ପରିଷଦ ପୁନର୍ଗଠନରେ ସ୍ବଚ୍ଛତା ଓ ନିରପେକ୍ଷତାକୁ ପ୍ରାଥମିକତା ଦିଆଯାଇଥିବା ବେଳେ ଅନେକ ନୂଆ ଲୋକଙ୍କୁ ସାମିଲ କରାଯାଇଛି। ପୂର୍ବଥର ଭଳି ଏଥର ପୁରୁଣା ସଦସ୍ୟଙ୍କୁ ପୁନର୍ବାର ସ୍ଥାନିତ କରାଯାଇନାହିଁ।
ପୁଣି ଦୁର୍ଘଟଣା ଘଟାଇଲା ଆମବସ୍: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ
ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…
ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…
ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…
ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…
ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…
ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…
ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…
ପ୍ରମିଳାଙ୍କ ଘରେ ହଠାତ୍ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…
ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…
ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ
ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…
ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…
ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…
Archives

