ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ଓଡ଼ିଶା ପରିବେଶ ସମିତିର ୩୯ତମ ପ୍ରତିଷ୍ଠା ଦିବସ ଏବଂ ପୁରସ୍କାର ପ୍ରଦାନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ସମିତିର ସଭାପତି ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପରିବେଶ ସୁରକ୍ଷା ନିମନ୍ତେ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭାରତ ସରକାରଙ୍କ ପୂର୍ବତନ ଏଡିଜି (ବ୍ୟାଘ୍ର ପ୍ରକଳ୍ପ) ତଥା ଏନ୍ଟିସିଏର ସଦସ୍ୟ ସଚିବ ଡ. ଅନୁପ କୁମାର ନାୟକ ଯୋଗଦେଇଥିଲେ। ସେ ‘ଭାରତରେ ବ୍ୟାଘ୍ର ସଂରକ୍ଷଣର ଦୃଶ୍ୟପଟ୍ଟ’ ଉପରେ ଆଲୋକପାତ କରିଥିଲେ। ଫ୍ଲାଗ୍ଶିପ୍ ଜାତି ବା ମୁଖ୍ୟ ପ୍ରାଣୀ ଭାବେ ବାଘ ଜଙ୍ଗଲ ପରିସଂସ୍ଥାର ସନ୍ତୁଳନ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଶ୍ୱ ବ୍ୟାଘ୍ର ସଂଖ୍ୟାର ୭୦% ଭାରତରେ ରହିଛି। ଏମାନଙ୍କ ବାସସ୍ଥଳୀଗୁଡ଼ିକୁ ସଂଯୋଗ କରି ସେମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଦେଶର ୩୨ଟି ପ୍ରମୁଖ ବ୍ୟାଘ୍ର କରିଡରକୁ ସମୃଦ୍ଧ କରାଯିବା ଆବଶ୍ୟକ ବୋଲି ଅନୁପ ନାୟକ କହିଛନ୍ତି।
ଏହି ଅବସରରେ ପରିବେଶ, ବିଜ୍ଞାନ ଏବଂ ବନ୍ୟଜୀବ କ୍ଷେତ୍ରକୁ ଅବଦାନ ନିମନ୍ତେ ତିନିଜଣ ବ୍ୟକ୍ତିଙ୍କୁ ବିଭିନ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପୂର୍ବତନ ଅତିରିକ୍ତ ପିସିସିଏଫ୍ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସରୋଜ କୁମାର ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ କୃତି ପୁରସ୍କାର’, କିଟ୍ ସ୍କୁଲ୍ ଅଫ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ପୂର୍ବତନ ନିର୍ଦ୍ଦେଶକ ଇଂ ମାୟାଧର ସ୍ବାଇଁଙ୍କୁ ପରିବେଶ ଏବଂ ବିଜ୍ଞାନ ଜନପ୍ରିୟକରଣ ପାଇଁ ‘ଡକ୍ଟର ବି.ସି. ପଣ୍ଡା ପୁରସ୍କାର’ ପ୍ରଦାନ କରାଯାଇଥିଲା। ୪ଜଣଙ୍କୁ ଓଇଏସ୍ର ଫେଲୋ ସମ୍ମାନ ପ୍ରଦାନ କରାଯାଇଥିଲା। ସମିତିର ବାର୍ଷିକ ପ୍ରକାଶନ ‘ପରିବେଶ ଏବଂ ବିଜ୍ଞାନ ଉପରେ ବକ୍ତବ୍ୟ’ ପୁସ୍ତକ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଉପସଭାପତି ଡ. ଲାଲା ଏ.କେ. ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସହ-ସମ୍ପାଦକ ଡ. ପ୍ରକାଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ପରିବେଶବିତ୍, ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍ ପ୍ରଶାସନ
ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…
କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା
ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…
ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା
ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…
Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ
ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…
ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା
ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍ ରିଜୁଭେନେଶନ ଆଣ୍ଡ୍ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…
୮୦ ଫୁଟ୍ ତଳକୁ ଖସିଲା ଟ୍ରକ୍: ଭିତରେ ଥିଲେ ଡ୍ରାଇଭର
ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍ ତଳକୁ ଖସିଲା ଟ୍ରକ୍। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…
ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….
ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…
ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…
Archives

