ମାଙ୍କଡ଼ଙ୍କ ନାମରେ ୩୨ ଏକର ଜମି…

ଓସମାନାବାଦ,୧୬।୧୦ : ଆଜିର ଯୁଗରେ, ଯେତେବେଳେ ଜମି ବିବାଦ ସାଧାରଣ ହୋଇଗଲାଣି, ମହାରାଷ୍ଟ୍ରର ଓସମାନାବାଦ ଜିଲାର ଏକ ଗାଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ଏଠାରେ ୩୨ ଏକର ଜମି ମାଙ୍କଡ଼ଙ୍କ ନାମରେ ନାମିତ ହୋଇଛି। ଏହି ଗାଁରେ ମାଙ୍କଡ଼ମାନଙ୍କ ପ୍ରତି ଏତେ ସମ୍ମାନ ଅଛି ଯେ, ବେଳେବେଳେ ବିବାହ ସମୟରେ ଲୋକଙ୍କ ଭୋଜି ପୂର୍ବରୁ ମାଙ୍କଡମାନଙ୍କୁ ଖାଦ୍ୟ ଦିଆଯାଏ ।

ମହାରାଷ୍ଟ୍ରର ଓସମାନାବାଦ ଜିଲାର ଉପଲା ଗ୍ରାମରେ ମାଙ୍କଡ଼ଙ୍କ ପ୍ରତି ଥିବା ସମ୍ମାନକୁ ନେଇ ସୋସିଆଲ ମିଡ଼ିଆରେ ବହୁ ଚର୍ଚ୍ଚା ହୋଇଥାଏ। ମାଙ୍କଡ଼ମାନେ ଗାଁ ଭିତରକୁ ଆସିଲେ ଲୋକେ ଖୁସିରେ ସେମାନଙ୍କୁ ଖାଦ୍ୟ ଦିଅନ୍ତି। ମାଙ୍କଡ଼ମାନେ କାହାର କ୍ଷତି ମଧ୍ୟ କରନ୍ତି ନାହିଁ।

ଉପଲା ଗ୍ରାମ ପଞ୍ଚାୟତର ଜମି ରେକର୍ଡ ଅନୁଯାୟୀ, ୩୨ ଏକର ଜମି ଗାଁରେ ରହୁଥିବା ସମସ୍ତ ମାଙ୍କଡ଼ଙ୍କ ନାମରେ ଅଛି। ସରପଞ୍ଚ ବାପ୍ପା ପଡୱାଲ କହିଛନ୍ତି ଯେ ଏହି ଡକ୍ୟୁମେଣ୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଜମି ମାଙ୍କଡ଼ମାନଙ୍କର ଅଟେ। ଯଦିଓ ପଶୁମାନଙ୍କ ପାଇଁ କିଏ ଏହି ବ୍ୟବସ୍ଥା କରିଛି ଏବଂ କେବେ କରିଛି ତାହା ଜଣା ପଡିନାହିଁ।

ପୂର୍ବରୁ ମାଙ୍କଡମାନେ ଗାଁରେ କରାଯାଇଥିବା ସମସ୍ତ ରୀତିନୀତିର ଏକ ଅଂଶ ଥିଲେ। ବର୍ତ୍ତମାନ ଗାଁରେ ପ୍ରାୟ ୧୦୦ଟି ମାଙ୍କଡ ଅଛନ୍ତି। ସେମାନେ ଗୋଟିଏ ସ୍ଥାନରେ ସବୁବେଳେ ସ୍ଥାୟୀ ଭାବେ ରହୁ ନ ଥିବାରୁ ଗତ କିଛି ବର୍ଷ ମଧ୍ୟରେୁ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି। ସେ କହିଛନ୍ତି ଯେ ଜଙ୍ଗଲ ବିଭାଗ ଜମିରେ ବୃକ୍ଷରୋପଣ କରିଛି ଏବଂ ଏହି ପ୍ଲଟରେ ପୂର୍ବରୁ ଏକ ଘର ଥିଲା, ଯାହା ବର୍ତ୍ତମାନ ଭୁଶୁଡି ପଡିଛି।

ସରପଞ୍ଚ କହିଛନ୍ତି, ପୂର୍ବରୁ ଯେତେବେଳେ ବି ଗାଁ କାହାର ବିବାହ ଅନୁଷ୍ଠିତ ହେଉଥିଲା ସେତେବେଳେ ମାଙ୍କଡମାନଙ୍କୁ ପ୍ରଥମେ ଖାଇବାକୁ ଦିଆଯାଉଥିଲା ଏବଂ ପରେ ସମାରୋହ ଆରମ୍ଭ କରାଯାଇଥିଲା। ତେବେ ବର୍ତ୍ତମାନ ସମସ୍ତେ ଏହି ପରମ୍ପରାକୁ ଆଉ ପାଳନ କରୁନାହାଁନ୍ତି। ତେବେ କୌଣସି ଲୋକ ମାଙ୍କଡ଼ଙ୍କୁ ଖାଦ୍ୟ ଦେବାକୁ ମନା କରି ନଥାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri