୩୨.୭୨ ହେକ୍ଟର ଜମି ପାଇଁ ଅଟକିଛି ପ୍ରକଳ୍ପ

ଯାଜପୁର ଅଫିସ,୧୫ା୨:ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ଓଡ଼ିଶାର ଉତ୍ତର ପଶ୍ଚିମ ଭାଗରେ କାର୍ଯ୍ୟ କରୁଛି। ଏହି କ୍ଷେତ୍ର ତଥା ଦେଶର ଅନ୍ୟାନ୍ୟ ଅଂଶକୁ ସେବା ଯୋଗାଇବା ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏଥିରେ ବିଳାସପୁର-ଝାରସୁଗୁଡ଼ା ଚାରିଥାକିଆ ରେଳ ଲାଇନ ଓ ୯ କି.ମି.ଆଇବି(ଇବ)ଫ୍ଲାଏ ଓଭର ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପର ବିଭିନ୍ନ ସମସ୍ୟାର ସମାଧାନ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହି ପ୍ରସଙ୍ଗ ଉପରେ ଓଡ଼ିଶା ସରକାର ସମାଧାନ କରିବେ। ରାଜ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ମଧ୍ୟ ଏନେଇ ସୂଚିତ କରାଯାଇଛି। ଏହି ମର୍ମରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଲୱେର ମହାପ୍ରବନ୍ଧକ ଆଲୋକ କୁମାର ପତ୍ର ଲେଖିଛନ୍ତି। ଏହି ପତ୍ରକୁ ଭିତ୍ତିକରି ବାଣିଜ୍ୟ ଓ ପରିବହନ ବିଭାଗର ଡେପୁଟି ସେକ୍ରେଟାରୀ କଳ୍ପତରୁ ସାମନ୍ତରାୟ ଗତ ୧୦ ତାରିଖରେ ଝାରସୁଗୁଡ଼ା ଜିଲାପାଳଙ୍କୁ ଯଥାଶୀଘ୍ର ପ୍ରକଳ୍ପର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ବିଶେଷକରି ୩୨.୭୨ ହେକ୍ଟର ବେସରକାରୀ ଜମି ଏବଂ ୧୦.୫୭ ହେକ୍ଟର ସରକାରୀ ଜମି ଅଧିଗ୍ରହଣ ସହ ୧୩୨ କେଭି ଟ୍ରାନ୍ସମିଶନ ଲାଇନ୍‌ ସ୍ଥାନାନ୍ତରଣ କରିବାକୁ ଓପିଟିସିଏଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶାରେ କେବଳ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ୮ ପ୍ରକଳ୍ପ ଅଧାରେ ଅଟକିଛି। ଏଥିରେ ୪୬୨୬.୩୦ ହେକ୍ଟର ବେସରକାରୀ, ସରକାରୀ ଏବଂ ଜଙ୍ଗଲ ଜମି ଚିହ୍ନଟ ହୋଇଛି। ସେଥିରୁ ମାତ୍ର ୨୫୩୮.୨୮ ହେକ୍ଟର ଜମି ଅକ୍ତିଆର କରାଯାଇଛି। ଏଥିପାଇଁ ଆବଶ୍ୟକ କର୍ମଚାରୀ ଓ ପାଣ୍ଠି ମଞ୍ଜୁର ହୋଇ ପାରୁ ନ ଥିବାରୁ ଜମି ଅଧିଗ୍ରହଣ ସୁରୁଖୁରୁରେ ହୋଇ ପାରୁନାହିଁ ବୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ସେଥିମଧ୍ୟରୁ ଦୀର୍ଘ ୨୫ ବର୍ଷ ହେଲା ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପ ଲୋକଙ୍କ ସେବା ଅପେକ୍ଷାରେ ରହିଛି। ଇତିମଧ୍ୟରେ ଝାରସୁଗୁଡ଼ା-ବିଳାସପୁର ଚାରିଥାକିଆ ରେଳ ଲାଇନ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏଥିପାଇଁ ୨୦୧୮-୧୯ ବର୍ଷରେ ୨,୨୦୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ କେବଳ ରେଳଲାଇନ ପାଇଁ ମାତ୍ର ୩.୧ ହେକ୍ଟର ବେସରକାରୀ ଜମି ଆବଶ୍ୟକ ହୋଇଛି। ଏହାବାଦ୍‌ ୯ କିମି ବିଶିଷ୍ଟ ଆଇବି ଫ୍ଲାଏଓଭର ନିର୍ମାଣ ପାଇଁ ୨୯.୬୧ ହେକ୍ଟର ବେସରକାରୀ ଜମି ଓ ୧୦.୫୭ ହେକ୍ଟର ସରକାରୀ ଜମି ଦରକାର ପଡୁଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଜମି ଅଧିଗ୍ରହଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାବେଳେ ଝାରସୁଗୁଡ଼ା ଜିଲାପାଳ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମହାପ୍ରବନ୍ଧକ ଆଲୋକ କୁମାର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri