୩୧ ଚୋରା ମୂର୍ତ୍ତି ଉଦ୍ଧାର, ୪ ଗିରଫ

ଯାଜପୁର ଅଫିସ/ଧର୍ମଶାଳା(ଡି.ଏନ୍‌.ଏ.),୪ା୩: ଯାଜପୁର ଜିଲାର ବିଭିନ୍ନ ମନ୍ଦିରରୁ ଚୋରି ହୋଇଥିବା ୩୧ଟି ମୂର୍ତ୍ତି ଉଦ୍ଧାର ହୋଇଛି। ଏହି ଚୋରି କାରବାରରେ ସମ୍ପୃକ୍ତ ୪ ଜଣଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶର ଅରବିନ୍ଦ କୁମାର ସିଂ(୪୩), ବାବର ଓରଫ୍‌ ଜାଭେଦ(୪୦), ବିଜୟ କୁମାର ଶୁକ୍ଲା(୫୧) ଏବଂ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଶଶିଧର ନାଏକ(୪୯) ବୋଲି ଯାଜପୁର ଏସ୍‌ପି ଭିନିତ୍‌ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି। ଗତ ୨ ଦଶନ୍ଧି ହେଲା ଜିଲାରେ ମୂର୍ତ୍ତି ଚୋରି କାରବାର ସକ୍ରିୟ ଥିବାବେଳେ ଏହାର ଚେର ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ସ୍ପଷ୍ଟ ହୋଇଛି। ନୀଳଗିରି ଅଞ୍ଚଳର ଶଶିଧର ଇନ୍‌ଫର୍ମର ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ପିସ୍ତଲ ଓ ନମ୍ବର ବିହୀନ ବାଇକ ଜବତ ହୋଇଛି। ଅନ୍ୟପକ୍ଷରେ ମୂର୍ତ୍ତି ଚୋରି କାରବାରରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହା ଏଯାଏ ଜଣାପଡ଼ିନାହିଁ। ଏଠାରୁ ଚୋରି ହେଉଥିବା ମୂର୍ତ୍ତିଗୁଡ଼ିକୁ ଦେଶ ବାହାରକୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ମୂର୍ତ୍ତି ଚୋରି କାରବାରର ମାଷ୍ଟରମାଇଣ୍ଡଙ୍କୁ ଧରାଗଲେ ଏନେଇ ଅଧିକ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଉଛି।
ଏସ୍‌ପି ଅଗ୍ରୱାଲଙ୍କ ସୂଚନାକ୍ରମେ ଗତ ଫେବୃୟାରୀ ୨୦ ଓ ୨୧ ରାତିରେ ଜେନାପୁର ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ମନ୍ଦିରରୁ ୪ଟି ମୂର୍ତ୍ତି ଚୋରି ହୋଇଥିଲା। ଏନେଇ ଜେନାପୁର ଥାନାରେ ଆଇପିସି ଦଫା ୪୫୭, ୩୮୦ ଅନୁଯାୟୀ ମାମଲା (୪୮/୨୩) ରୁଜୁ ହୋଇଥିଲା। ସେହିପରି ଫେବୃୟାରୀ ୨୯ ଓ ୨୦ ରାତିରେ ଯାଜପୁର ଟାଉନ ରଘୁନାଥ ଜୀଉ ମନ୍ଦିରରୁ ୧୯ଟି ମୂର୍ତ୍ତି ଚୋରି ହୋଇଥିଲା। ଏନେଇ ଯାଜପୁର ଟାଉନ ଥାନାରେ ମାମଲା (୬୦/୨୩) ରୁଜୁ ହୋଇଥିଲା। ଏହାପୂର୍ବରୁ ଗତ ନଭେମ୍ବର ୧୧ରେ ଧର୍ମଶାଳା ଥାନା ଅଧୀନ ପାଟପୁର ବଳଦେବ ଜୀଉ ମନ୍ଦିରରୁ ବହୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ଏହାପରେ ଯାଜପୁର ପୋଲିସ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ଚୋରି ମାମଲାଗୁଡ଼ିକର ଅନୁଧ୍ୟାନ କରିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଟିମ୍‌ ଚଢ଼ାଉକରି ମୂର୍ତ୍ତି ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ତେବେ ତଦନ୍ତରେ ବାଧା ଉପୁଜିବା ସନ୍ଦେହ କରି କେଉଁଠି ଚଢ଼ାଉ ହୋଇଥିଲା ତାହା ଗୁପ୍ତ ରଖାଯାଇଛି। ଜବତ ମୂର୍ତ୍ତିଗୁଡ଼ିକ ମଧ୍ୟରେ କୃଷ୍ଣଚନ୍ଦ୍ରପୁର ମନ୍ଦିର ଏବଂ ରଘୁନାଥ ଜୀଉ ମନ୍ଦିରର ମୂର୍ତ୍ତି ରହିଛି। ଧର୍ମଶାଳା ଥାନା ବଳଦେବଜୀଉ ମନ୍ଦିର ଚୋରି ଘଟଣାରେ ମଧ୍ୟ ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ରହିଛି। ଅନ୍ୟ ଜିଲାଗୁଡିକରେ ହୋଇଥିବା ଚୋରି ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହାର ତଦନ୍ତ ଚାଲିଛି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ବୋଲି ଏସ୍‌ପି ଅଗ୍ରୱାଲ କହିଛନ୍ତି।
ଯାଜପୁର ଜିଲାର ଧାର୍ମିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ କ୍ଷେତ୍ର ଅନନ୍ୟ। ଏଠାରେ ଦେବୀ ବିରଜା, ଶ୍ରୀବରାହ, ଦଶାଶ୍ୱମେଧଘାଟ, ଓଳାଶୁଣୀ, ବିଶ୍ୱପ୍ରସିଦ୍ଧ ବୌଦ୍ଧବିଭବ ରତ୍ନଗିରି ଓ ଉଦୟଗିରି ଭଳି କୀର୍ତ୍ତିରାଜି ରହିଛି। ଏଠାରେ ଶତାଧିକ ବହୁ ମୂଲ୍ୟବାନ ଓ ପ୍ରାଚୀନ ମୂର୍ତ୍ତି ବିଭିନ୍ନ ମନ୍ଦିରରେ ପୂଜା ପାଉଛନ୍ତି। ଏବେ ବି ବହୁ ପୌରାଣିକ ତଥା ଐତିହାସିକ କିମ୍ବଦନ୍ତୀ ଥିବା ମୂର୍ତ୍ତି ମାଟି ତଳୁ ଓ ନଦୀ ଗର୍ଭରୁ ସନ୍ଧାନ ମିଳୁଛି। ତେଣୁ ମୂର୍ତ୍ତି ଚୋର ର଼୍ୟାକେଟ୍‌ରେ ଜିଲାର ଆଧ୍ୟାମିକ କ୍ଷେତ୍ରଗୁଡ଼ିକ ରହିଛି। ଏପରି କି ଏକାଧିକ ମନ୍ଦିରରୁ ବହୁ ମୂର୍ତ୍ତି ଚୋରି ହୋଇଛି। ଏ ସଂକ୍ରାନ୍ତରେ ଗତ ନଭେମ୍ବର ୧୩ରେ ଧରିତ୍ରୀ ପ୍ରଥମ ପୃଷ୍ଠାରେ ‘ବଳ ପାଉନି ନା ଧରୁନି’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପୋଲିସର ତପତ୍ରତା ଆରମ୍ଭ ହୋଇଛି। ଏଭଳି ଘଟଣାରେ ପୋଲିସ ଆଗକୁ କେତେଦୂର ସଫଳ ହେଉଛି ତାହା ସମୟ କହିବ ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଏସ୍‌ପି ଅଗ୍ରୱାଲ ମୂର୍ତ୍ତି ଚୋରିର ମାଷ୍ଟରମାଇଣ୍ଡ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri