୬ ଦିନରେ ୩,୦୨,୯୫୦ କଇଁଛଙ୍କ ଅଣ୍ଡାଦାନ

ରାଜନଗର,୧୦ା୪(ଭାସ୍କର ରାଉତରାୟ):ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ଲକ୍ଷାଧିକ କଇଁଛଙ୍କ ଅଣ୍ଡାଦେବା ପ୍ରକ୍ରିୟାରେ ଚଳଚଞ୍ଚଳ ହୋଇପଡ଼ିଛି। ଚଳିତମାସ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହୋଇଛି। ଅନୁକୂଳ ପାଗର ସୁଯୋଗ ନେଇ ୨ ତାରିଖରେ ୩,୦୩୭; ୩ରେ ୮୩, ୬୦୦; ୪ରେ ୯୮,୦୧୬ ଏବଂ ୫ ତାରିଖରେ ୮୨,୬୬୩; ୬ରେ ୩୨,୮୬୭ ଏବଂ ୭ ତାରିଖରେ ୧,୬୦୮ ଏପରି ମୋଟ୍‌ ୩ ଲକ୍ଷ ୨ ହଜାର ୯୫୦ ମା’ ଅଲିଭ୍‌ ରିଡ୍‌ଲେ ଅଣ୍ଡା ଦେଇଥିବା ନେଇ ଏସିଏଫ୍‌ ମାନସ କୁମାର ଦାସ ସୂଚନା ଦେଇଛନ୍ତି। ପ୍ରତିକୂଳ ପାଗ ଯୋଗୁ ଗୋଟିଏ ମାସ ପରେ କଇଁଛଗୁଡ଼ିକ ସମୂହ ଅଣ୍ଡାଦାନ କରିଛନ୍ତି, ଯାହା ଗହୀରମଥା ଇତିହାସରେ ପ୍ରଥମ ବୋଲି ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି।
ସୂଚନାଯୋଗ୍ୟ, ମା’ କଇଁଛଗୁଡ଼ିକ ବେଳାଭୂମିର ନରମ ବାଲିରାଶିରେ ପଛଗୋଡ଼ ସାହାଯ୍ୟରେ ୧ରୁ ଦେଢ଼ଫୁଟ ଗଭୀରର ଗାତ ଖୋଳିଥାନ୍ତି। ଗାତ ଖୋଳିସାରିବା ପରେ ମା’ କଇଁଛ ପ୍ରାୟ ୧୦୦ଟି ଉପରେ ଅଣ୍ଡା ଦେଇଥାଏ। ପ୍ରତ୍ୟେକ ଅଣ୍ଡାର ଆକାର ଗୋଟିଏ ପିଙ୍ଗ୍‌ପିଙ୍ଗ୍‌ ବଲ୍‌ ପରି। ଅଣ୍ଡାର ଖୋଳପା ନମନୀୟ ହୋଇଥିବାରୁ ଅଣ୍ଡା ଦେବା ସମୟରେ ତାହା ଫାଟି ନ ଥାଏ। ଅଣ୍ଡା ଦେଇସାରିବା ପରେ ମା’ କଇଁଛ ଗାତକୁ ବାଲି ଘୋଡ଼ାଇ ଲୁଚାଇ ପକାଇ ସମୁଦ୍ରକୁ ଫେରିଯାଏ। ସୂର୍ଯ୍ୟଙ୍କ ଉତ୍ତାପରେ ଉଷୁମ ହୋଇ ଅଣ୍ଡାଗୁଡ଼ିକରୁ ୪୫ରୁ ୬୦ ଦିନ ମଧ୍ୟରେ କଇଁଛ ଶାବକ ବାହାରିଥାନ୍ତି। ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ସମୟରେ ଏମାନଙ୍କ ସୁରକ୍ଷା ପାଇଁ ଗହୀରମଥା ରେଞ୍ଜ୍‌ ଅଫିସର ପ୍ରଦୋଷ କୁମାର ମହାରଣାଙ୍କ ସମେତ ବନ କର୍ମଚାରୀମାନେ ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ଅଣ୍ଡାଦାନ ସ୍ଥଳକୁ ବାଡ଼ ବୁଜାଯିବା ସହ ବନ କର୍ମଚାରୀମାନେ ଜଗି ରହିଛନ୍ତି। ରାଜନଗର ଓ ଭଦ୍ରକ ଡିଭିଜନ ପକ୍ଷରୁ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗତବର୍ଷ ୫ ଲକ୍ଷ ୧୨,୧୩୫ ମା’ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ଚଳିତବର୍ଷ ବିଶ୍ୱ ତାପନ ଓ ଜଳବାୟୁର ଅହେତୁକ ପରିବର୍ତ୍ତନ ଯୋଗୁ କଇଁଛମାନଙ୍କ ଜୀବନଶୈଳୀ ଉପରେ ତା’ର ପ୍ରଭାବ ପଡ଼ିଥିବାରୁ ବିଗତ ୫ବର୍ଷ ମଧ୍ୟରେ ସବୁଠୁ କମ୍‌ସଂଖ୍ୟକ ୩ ଲକ୍ଷ ୨ହଜାର ୯୫୦ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ନିଷ୍ପତ୍ତି: ଓଟଙ୍କୁ ମିଳିବ ପାସପୋର୍ଟ

ରିଆଦ୍‌,୬ା୨:ଓଟଙ୍କୁ ନେଇ ସାଉଦି ଆରବ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ସାରା ଙ୍କ ପକ୍ଷରୁ ପାସ୍‌ପୋର୍ଟ ଦିଆଯିବ। ପାରମ୍ପରିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ସାଉଦି…

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri