Posted inଜାତୀୟ

ମା’ ଗର୍ଭ ପରିବର୍ତ୍ତେ ଏବେ କାରଖାନାରେ ଜନ୍ମ ହେବେ ସନ୍ତାନ, ଇଚ୍ଛା ଅନୁଯାୟୀ ବଦଳା ଯାଇପାରିବ ଅଭ୍ୟାସ!

ନୂଆଦିଲ୍ଲୀ,୧୬ ।୧୨: ଭବିଷ୍ୟତରେ ମା’ ଗର୍ଭ ପରିବର୍ତ୍ତେ ମାନବ ସନ୍ତାନ କାରଖାନା ବା ଫ୍ୟାକ୍ଟ୍ରିରେ ଜନ୍ମନେବେ । ବିଜ୍ଞାନ କ୍ଷେତ୍ରରେ ବୈଜ୍ଞାନିମାନଙ୍କ ଏହି ନୂତନ ଆବିଷ୍କାର ସମସ୍ତଙ୍କୁ ଚମକାଇ ଦେଇଛି । ଆକ୍ଟୋଲାଇଫ ନାମକ ଏକ କମ୍ପାନୀ ସେହିଭଳି ମହିଳା ପୁରୁଷଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି ଯେଉଁମାନେ କୌଣସି କାରଣରୁ ମାତାପିତା ହୋଇ ପାରୁ ନାହାନ୍ତି । ବିଶ୍ୱର ପ୍ରଥମ କୃତ୍ରିମ ଗର୍ଭ ସୁବିଧା ସହ କାରଖାନାରେ ପ୍ରତିବର୍ଷ ୩୦ ହଜାର ଶିଶୁ ଜନ୍ମ ନେବେ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛିି ।
ଅକ୍ଟୋଲାଇଫର ବୈଜ୍ଞାନିକମାନେ ମଧ୍ୟ ଦାବି କରିଛନ୍ତି ଯେ ମାତାପିତା ଚାହିଁଲେ ଶିଶୁର ଜିନ୍ ମଧ୍ୟ ପରିବର୍ତ୍ତନ କରିପାରିବେ । ଶିଶୁର ଯେ କୌଣସି ଚରିତ୍ର ଯେପରିକି, କେଶର ରଙ୍ଗ, ଉଚ୍ଚତା, ବୁଦ୍ଧି ଓ ଚର୍ମ ରଙ୍ଗ ୩୦୦ରୁ ଅଧିକ ଜିନ୍ ମାଧ୍ୟମରେ ଜେନେଟିକ ପରିବର୍ତ୍ତନ କରାଯାଇପାରେ । ଏହି ପ୍ରକ୍ରିୟା ଆରମ୍ଭ କରିଥିବା ଏକ୍ଟୋଲାଇଫର ବୈଜ୍ଞାନିକ ହାସିମ ଅଲ ଗାୟଲୀ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ଶିଶୁର ବିକାଶ ଦେଖାଯାଇଛି ।
ଆକ୍ଟୋଲାଇଫ ନିକଟରେ ଉଚ୍ଚ ମାନର ଯନ୍ତ୍ରପାତି ସହ ୭୫ଟି ଲାବୋରୋଟେରୀ ରହିଛି । ପ୍ରତି ଲାବୋରୋଟୋରୀରେ ୪୦୦ ପଣ୍ଡ ରହିଛି ଯେଉଁଠାରେ ଶିଶୁ ଗର୍ଭାଶୟ ଭଳି ବିକଶିତ ହେବ । ପ୍ରତିଟି ପ୍ରଣ୍ଡ ମାତୃଗର୍ଭ ସହ ସମାନ ଭାବେ ଡିଜାଇନ କରାଯାଇଛି । ଏହା ମାଧ୍ୟମରେ ପ୍ରତିବର୍ଷ ୩୦,୦୦୦ ଶିଶୁ ସୁରକ୍ଷିତ ଭାବେ ପ୍ରସବ ହେବାର ସୁବିଧା ଥିବା କମ୍ପାନୀ ଦାବି କରିଛି । ମା’ ଗର୍ଭ ଭଳି ଶିଶୁମାନେ ଏଠାରେ ସୁରକ୍ଷିତ ବିକଶିତ ହୋଇପାରିବେ । ପ୍ରତି ଗ୍ରୋଥ ପଣ୍ଡରେ ସେନସର ଲାଗିଛି ଯାହା ଶିଶୁର ହୃଦସ୍ପନ୍ଦନ, ରକ୍ତଚାପ, ନିଶ୍ୱାସ ପ୍ରଶ୍ୱାସ ଓ ଅମ୍ଳଜାନ ପରି ଶିଶୁର ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଉପରେ ନଜର ରଖିବ । ପ୍ରତି ପଣ୍ଡକୁ ଏକ ସ୍କ୍ରିନ ସହ ଯୋଡା ଯାଇଛି ଯେଉଁଠାରେ ମାତାପିତା ତାଙ୍କ ସନ୍ତାନର ବିକାଶକୁ ଦେଖିପାରିବେ ।
ମିଡିଆ ରିପୋର୍ଟ ଅନୁଯାୟୀ, ବାସ୍ତବରେ ଏହା ଏବେ ଉପଲବ୍ଧ ନାହିଁ । ହେଲେ ଭିଡିଓରେ ଦାବି କରାଯାଇଛି ଯେଉଁସବୁ ଦେଶରେ ଜନସଂଖ୍ୟା କମ ହେବାରେ ଲାଗିଛି ସେଠାରେ ଏହା ସାହାଯ୍ୟ କରିବ । ୦୮.୩୯ ମିନିଟର ଏହି ଆନିମେଶନ ଭିଡିଓରେ ଦାବି କରାଯାଇଛି ଯେ ଏହା ସମ୍ପୂର୍ଣ୍ଣ ଭାବେ ଅକ୍ଷୟ ଶକ୍ତିରେ ସଂଚାଳିତ । ଡବ୍ଲୁଏଚଓର ଏକ ରିପୋର୍ଟ ଅନୁଯାୟୀ, ଗର୍ଭାବସ୍ଥାରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୩ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri