ଆଜି ରାଜ୍ୟରେ ୩୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧା ସବୁଠୁ ଆଗରେ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୩୧୦୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୧,୪୫୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୮୦୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୦୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରରୁ ୫୨୩ ଏବଂ କଟକରୁୁ ୧୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୪୪, ବାଲେଶ୍ୱର ୧୫୧, ବରଗଡ଼ ୧୩୨, ଭଦ୍ରକ ୫୩, ବଲାଙ୍ଗୀର ୧୩୩, ବୌଦ୍ଧ ୯, ଦେବଗଡ଼ ୧୯, ଢେଙ୍କାନାଳ ୧୬, ଗଜପତି ୧୮, ଗଞ୍ଜାମ ୫୫, ଜଗତସିଂହପୁର ୨୯, ଯାଜପୁର ୭୫, ଝାରସୁଗୁଡ଼ା ୮୯, କଳାହାଣ୍ଡି ୫୫, କେନ୍ଦ୍ରାପଡ଼ା ୨୨, କନ୍ଧମାଳ ୧୦, କେନ୍ଦୁଝର ୧୦୫, କୋରାପୁଟ ୨୩, ମାଲକାନଗିରି ୩, ମୟୂରଭଞ୍ଜ ୭୧, ନବରଙ୍ଗପୁର ୧୫୬, ନୟାଗଡ଼ ୧୫, ନୂଆପଡ଼ା ୧୪୦, ପୁରୀ ୧୧୪, ରାୟଗଡ଼ା ୩୮, ସମ୍ବଲପୁରରୁ ୧୫୩ ଏବଂ ସୋନପୁରରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧୧୮।

ସେହିପରି ଆଜି ରାଜ୍ୟରୁ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ୍‌ ମୃତକଙ୍କ ସଂଖ୍ୟା ୧୯୩୮ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୧,୪୫୦ରେ ପହଞ୍ଚିଥିବା ବେଳେ ୩,୪୨,୫୭୦ ଜଣ ସୁସ୍ଥ ହୋଇଛନ୍ତି। ୧୬,୮୮୯ ଜଣ ଚିକିିତ୍ସିତ ହେଉଛନ୍ତି।