କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି ଆବାସିକ ସ୍କୁଲ୍‌ରୁ । ୩ ଶହ ପିଲା ଫସି ରହିଥିବା ଜଣାପଡିଛି । ବ୍ରାହ୍ମଣୀ ନଦୀ ପାଣି କୂଳ ଲଙ୍ଘିବାରୁ ପିଲାମାନେ ଆଉ ବାହାରି ପାରିନଥିଲେ । ଏହି ଘଟଣାର ଖବର ପାଇ ଜିଲା ପ୍ରଶାସନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । କେନ୍ଦ୍ରାପଡ଼ା ଉପଜିଲାପାଳଙ୍କ ସହ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଛାତ୍ରୀଛାତ୍ରଙ୍କ ପାଇଁ ଖାଦ୍ୟ ପାନୀୟ ମହଜୁଦ ରଖାଯାଇଥିବା ଜଣାପଡିଛି । କହିରଖୁଛୁକି, ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବନ୍ୟା ସ୍ଥିତି ଦେଖାଦେଇଛି । ଅଳଭା ଠାରେ ବିପଦ ସଂକେତ ଟପିଛି ବ୍ରାହ୍ମଣୀ । ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

 

Dharitri – Odisha’s No.1 Odia Daily

Share