ରାଜ୍ୟରେ ୩ ଶହ କୋଟିର କାରବାର ପ୍ରଭାବିତ

ଭୁବନେଶ୍ୱର,୧୬ ।୩

ଗତ ମାସରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ର ସରକାରଙ୍କ ବିନିଯୋଗ ଯୋଜନାର ଏକ ଅଂଶ ଭାବରେ ଦୁଇଟି ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ (ପିଏସ୍‌ବି)ର ଘରୋଇକରଣ କରିବାକୁ ଘୋଷଣା କରିଥିଲେ। ଦେଶର ପ୍ରମୁଖ ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ କରି ସୋମବାରଠାରୁ ୨ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଥିଲା ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ (ୟୁଏଫ୍‌ବିୟୁ)। ୟୁଏଫ୍‌ବିୟୁ ସହଯୋଗରେ ୯ଟି ୟୁନିୟନର ବ୍ୟାଙ୍କ ବନ୍ଦ ଡାକରା ଯୋଗୁ ଦେଶବ୍ୟାପୀ ବ୍ୟାଙ୍କ ସେବା ଓ କାରବାର ଏକ ପ୍ରକାର ଠପ୍‌ ହୋଇଯାଇଛି।
ସେହିଭଳି ଓଡ଼ିଶାରେ ମଧ୍ୟ ଧର୍ମଘଟ ଯୋଗୁ ୫୫୦୦ରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିଛି। ଏଥିରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଅଧିକାରୀ ଧର୍ମଘଟରେ ସାମିଲ ହୋଇଥିବା ୟୁନିୟନ ପକ୍ଷରୁ କୁହାଯାଇଛି। ସରକାରୀ ବ୍ୟାଙ୍କ ସହିତ ଗ୍ରାମ୍ୟବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡ଼ିକ ମଧ୍ୟ ଧର୍ମଘଟରେ ସାମିଲ ହୋଇଥିବା ଜଣାପଡିଛି। ଏହାର ପ୍ରଭାବ ରାଜ୍ୟର ୫,୫୦୦ରୁ ଊର୍ଦ୍ଧ୍ୱ ଶାଖାରେ ପଡିଥିବା ସୂଚନା ମିଳିଛି। ଫଳରେ ରାଜ୍ୟର ନିତିଦିନିଆ ବ୍ୟାଙ୍କ ଆର୍ଥିକ ବ୍ୟବସ୍ଥା ଅନୁସାରେ ପ୍ରାୟ ୩୦୦ କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଥିବା ୟୁନିୟନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଶାଖାର ଆବାହକ ରଘୁନାଥ ପ୍ରସାଦ ଦାସ ବନ୍ଦ ଡାକରା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବ୍ୟାଙ୍କର୍ସ ସବ୍ୟସାଚୀ ସ୍ବାଇଁ, ଅରୁଣ ବିଶୋଇ, ଦାମୋଦର ନନ୍ଦ, ଡି.ଏସ୍‌.ପି. ମିଶ୍ର, ପ୍ରଫୁଲ୍ଲ ପ୍ରକାଶ ରାୟ, ସୁଶୀଲ ଗିରିଙ୍କ ସମେତ ବିଭିନ୍ନ ୟୁନିୟନର ବରିଷ୍ଠ କର୍ମକର୍ତ୍ତାମାନେ ଧର୍ମଘଟରେ ଅଂଶଗ୍ରହଣ କରିଥିଲେ। ଦେଶର ଅର୍ଥନୀତିରେ ଜାତୀୟକରଣ ବ୍ୟାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାଧାରଣ ଜନତାଙ୍କ ସ୍ବାର୍ଥ ଦୃଷ୍ଟିରୁ ସରକାରଙ୍କ ଏହି ଜନବିରୋଧୀ ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହର କରିବା ପାଇଁ ବିଭିନ୍ନ ୟୁନିୟନର ନେତୃମଣ୍ଡଳ ଦାବି କରିଥିଲେ।
ସୋମବାର ଏବଂ ମଙ୍ଗଳବାର ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବା ସହ ଘରୋଇକରଣ ବିରୋଧୀ ଆନ୍ଦୋଳନ ଜାରି ରହିବ ବୋଲି ୟୁଏଫ୍‌ବିୟୁର ରାଷ୍ଟ୍ରୀୟ ଆବାହକ ସଞ୍ଜୀବ ବାନ୍ଦିସ ସୂଚନା ଦେଇଛନ୍ତି। ଦେଶର ସାଧାରଣ ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ଆମେ ମରିଯିବୁ ପଛେ ବ୍ୟାଙ୍କ ଘରୋଇକରଣ କରିବାକୁ ଦିଆଯିବ ନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବନ୍ଦକୁ ସାରା ଦେଶର ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନେ ସମର୍ଥନ ଜଣାଇବା ସହ ଧର୍ମଘଟରେ ସାମିଲ ମଧ୍ୟ ହୋଇଛନ୍ତି ବୋଲି ବାନ୍ଦିସ କହିଥିଲେ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ବ୍ୟାଙ୍କ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାରୁ ଏହି ବନ୍ଦରେ ଆଇସିଆଇସିଆଇ,ଏଚ୍‌ଡିଏଫ୍‌ସି ଏବଂ ଆକ୍ସିସ୍‌ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କ ଧର୍ମଘଟରେ ସାମିଲ ହୋଇ ନ ଥିବା ଜଣାପଡିଛି।
ସୋମବାର ବ୍ୟାଙ୍କ ସେବାରେ ବ୍ୟାଘାତ ସହ ବାଣିଜି୍ୟକ କାରବାର ଯେପରିକି ଚେକ୍‌ କ୍ଲିୟରାନ୍ସ୍‌, ନିଫ୍ଟି ଜରିଆରେ କାରବାର ଆଦି ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବନ୍ଦର ପ୍ରଭାବ ସିଧାସଳଖ ଜନସାଧାରଣଙ୍କ ଉପରେ ପଡିଥିବା ଦେଖିବାକୁ ମିଳିଛି। ଗତ ୨ ଦିନ ହେଲା ବ୍ୟାଙ୍କ ବନ୍ଦ ରହିବା କାରଣରୁ ଗ୍ରାହକମାନେ ବ୍ୟାଙ୍କ କାରବାରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଶନିବାରଠାରୁ ବ୍ୟାଙ୍କଗୁଡ଼ିକ ଛୁଟି ପାଇଁ ବନ୍ଦ ରହିଛି। ସୋମବାର ଓ ମଙ୍ଗଳବାର ଧର୍ମଘଟ ଶେଷ ହେବା ପରେ ବୁଧବାରଠାରୁ ବ୍ୟାଙ୍କସେବା ପୁଣି ସ୍ବାଭାବିକ ହେବ। ପ୍ରାୟ ୪ ଦିନ କାଳ ବନ୍ଦ ରହିବା ଯୋଗୁ ଗ୍ରାହକମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବ୍ୟାଙ୍କ ବନ୍ଦ ପାଇଁ ଅଟକି ରହିବ ବୋଲି ଗ୍ରାହକମାନେ ମଧ୍ୟ ମତବ୍ୟକ୍ତ କରିଛନ୍ତି। ବ୍ୟାଙ୍କ ଶାଖାରେ ହେଉଥିବା କାରବାର ଓ କ୍ଲିୟରିଂ ଆଦି ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ମଙ୍ଗଳବାର ମଧ୍ୟ ସମାନ ପରିସ୍ଥିତି ଜାରି ରହିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri