ରାଜ୍ୟରେ ୩ ଶହ କୋଟିର କାରବାର ପ୍ରଭାବିତ

ଭୁବନେଶ୍ୱର,୧୬ ।୩

ଗତ ମାସରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ର ସରକାରଙ୍କ ବିନିଯୋଗ ଯୋଜନାର ଏକ ଅଂଶ ଭାବରେ ଦୁଇଟି ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ (ପିଏସ୍‌ବି)ର ଘରୋଇକରଣ କରିବାକୁ ଘୋଷଣା କରିଥିଲେ। ଦେଶର ପ୍ରମୁଖ ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ କରି ସୋମବାରଠାରୁ ୨ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଥିଲା ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ (ୟୁଏଫ୍‌ବିୟୁ)। ୟୁଏଫ୍‌ବିୟୁ ସହଯୋଗରେ ୯ଟି ୟୁନିୟନର ବ୍ୟାଙ୍କ ବନ୍ଦ ଡାକରା ଯୋଗୁ ଦେଶବ୍ୟାପୀ ବ୍ୟାଙ୍କ ସେବା ଓ କାରବାର ଏକ ପ୍ରକାର ଠପ୍‌ ହୋଇଯାଇଛି।
ସେହିଭଳି ଓଡ଼ିଶାରେ ମଧ୍ୟ ଧର୍ମଘଟ ଯୋଗୁ ୫୫୦୦ରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିଛି। ଏଥିରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଅଧିକାରୀ ଧର୍ମଘଟରେ ସାମିଲ ହୋଇଥିବା ୟୁନିୟନ ପକ୍ଷରୁ କୁହାଯାଇଛି। ସରକାରୀ ବ୍ୟାଙ୍କ ସହିତ ଗ୍ରାମ୍ୟବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡ଼ିକ ମଧ୍ୟ ଧର୍ମଘଟରେ ସାମିଲ ହୋଇଥିବା ଜଣାପଡିଛି। ଏହାର ପ୍ରଭାବ ରାଜ୍ୟର ୫,୫୦୦ରୁ ଊର୍ଦ୍ଧ୍ୱ ଶାଖାରେ ପଡିଥିବା ସୂଚନା ମିଳିଛି। ଫଳରେ ରାଜ୍ୟର ନିତିଦିନିଆ ବ୍ୟାଙ୍କ ଆର୍ଥିକ ବ୍ୟବସ୍ଥା ଅନୁସାରେ ପ୍ରାୟ ୩୦୦ କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଥିବା ୟୁନିୟନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଶାଖାର ଆବାହକ ରଘୁନାଥ ପ୍ରସାଦ ଦାସ ବନ୍ଦ ଡାକରା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବ୍ୟାଙ୍କର୍ସ ସବ୍ୟସାଚୀ ସ୍ବାଇଁ, ଅରୁଣ ବିଶୋଇ, ଦାମୋଦର ନନ୍ଦ, ଡି.ଏସ୍‌.ପି. ମିଶ୍ର, ପ୍ରଫୁଲ୍ଲ ପ୍ରକାଶ ରାୟ, ସୁଶୀଲ ଗିରିଙ୍କ ସମେତ ବିଭିନ୍ନ ୟୁନିୟନର ବରିଷ୍ଠ କର୍ମକର୍ତ୍ତାମାନେ ଧର୍ମଘଟରେ ଅଂଶଗ୍ରହଣ କରିଥିଲେ। ଦେଶର ଅର୍ଥନୀତିରେ ଜାତୀୟକରଣ ବ୍ୟାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାଧାରଣ ଜନତାଙ୍କ ସ୍ବାର୍ଥ ଦୃଷ୍ଟିରୁ ସରକାରଙ୍କ ଏହି ଜନବିରୋଧୀ ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହର କରିବା ପାଇଁ ବିଭିନ୍ନ ୟୁନିୟନର ନେତୃମଣ୍ଡଳ ଦାବି କରିଥିଲେ।
ସୋମବାର ଏବଂ ମଙ୍ଗଳବାର ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବା ସହ ଘରୋଇକରଣ ବିରୋଧୀ ଆନ୍ଦୋଳନ ଜାରି ରହିବ ବୋଲି ୟୁଏଫ୍‌ବିୟୁର ରାଷ୍ଟ୍ରୀୟ ଆବାହକ ସଞ୍ଜୀବ ବାନ୍ଦିସ ସୂଚନା ଦେଇଛନ୍ତି। ଦେଶର ସାଧାରଣ ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ଆମେ ମରିଯିବୁ ପଛେ ବ୍ୟାଙ୍କ ଘରୋଇକରଣ କରିବାକୁ ଦିଆଯିବ ନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବନ୍ଦକୁ ସାରା ଦେଶର ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନେ ସମର୍ଥନ ଜଣାଇବା ସହ ଧର୍ମଘଟରେ ସାମିଲ ମଧ୍ୟ ହୋଇଛନ୍ତି ବୋଲି ବାନ୍ଦିସ କହିଥିଲେ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ବ୍ୟାଙ୍କ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାରୁ ଏହି ବନ୍ଦରେ ଆଇସିଆଇସିଆଇ,ଏଚ୍‌ଡିଏଫ୍‌ସି ଏବଂ ଆକ୍ସିସ୍‌ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କ ଧର୍ମଘଟରେ ସାମିଲ ହୋଇ ନ ଥିବା ଜଣାପଡିଛି।
ସୋମବାର ବ୍ୟାଙ୍କ ସେବାରେ ବ୍ୟାଘାତ ସହ ବାଣିଜି୍ୟକ କାରବାର ଯେପରିକି ଚେକ୍‌ କ୍ଲିୟରାନ୍ସ୍‌, ନିଫ୍ଟି ଜରିଆରେ କାରବାର ଆଦି ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବନ୍ଦର ପ୍ରଭାବ ସିଧାସଳଖ ଜନସାଧାରଣଙ୍କ ଉପରେ ପଡିଥିବା ଦେଖିବାକୁ ମିଳିଛି। ଗତ ୨ ଦିନ ହେଲା ବ୍ୟାଙ୍କ ବନ୍ଦ ରହିବା କାରଣରୁ ଗ୍ରାହକମାନେ ବ୍ୟାଙ୍କ କାରବାରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଶନିବାରଠାରୁ ବ୍ୟାଙ୍କଗୁଡ଼ିକ ଛୁଟି ପାଇଁ ବନ୍ଦ ରହିଛି। ସୋମବାର ଓ ମଙ୍ଗଳବାର ଧର୍ମଘଟ ଶେଷ ହେବା ପରେ ବୁଧବାରଠାରୁ ବ୍ୟାଙ୍କସେବା ପୁଣି ସ୍ବାଭାବିକ ହେବ। ପ୍ରାୟ ୪ ଦିନ କାଳ ବନ୍ଦ ରହିବା ଯୋଗୁ ଗ୍ରାହକମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବ୍ୟାଙ୍କ ବନ୍ଦ ପାଇଁ ଅଟକି ରହିବ ବୋଲି ଗ୍ରାହକମାନେ ମଧ୍ୟ ମତବ୍ୟକ୍ତ କରିଛନ୍ତି। ବ୍ୟାଙ୍କ ଶାଖାରେ ହେଉଥିବା କାରବାର ଓ କ୍ଲିୟରିଂ ଆଦି ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ମଙ୍ଗଳବାର ମଧ୍ୟ ସମାନ ପରିସ୍ଥିତି ଜାରି ରହିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri