୨ ବର୍ଷ ହେଲା ପ୍ରିଣ୍ଟ ହୋଇନି ଦୁଇ ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୧୬ ।୩

କେନ୍ଦ୍ର ସରକାର ନଭେମ୍ବର ୨୦୧୬ ରେ ନୂଆ ବିମୁଦ୍ରୀକରଣ ନିୟମ ଲାଗୁ କରିଥିଲେ। ଫଳରେ ଦେଶରେ ଆଉ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ହୋଇପାରିବ ନାହିଁ ବୋଲି ସରକାର ଘୋଷଣା କରିଥିଲେ। ବିମୁଦ୍ରୀକରଣ ପରେ ଦେଶରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ଆରମ୍ଭ ହୋଇଥିଲା। ସେହି ସମୟରେ ଯାହା ପ୍ରିଣ୍ଟ କରାଯାଇଥିଲା ସେହି ନୂଆ ୨୦୦୦ଟଙ୍କିଆ ବଜାରରେ ବିତରଣ ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ନୂଆ ୨ ହଜାର ଟଙ୍କିଆ ନୋଟ୍‌ ଆଉ ଛାପା ହୋଇ ନ ଥିବା ସରକାରଙ୍କ ପକ୍ଷରୁ ଲୋକ ସଭାରେ କୁହାଯାଇଛି। ବର୍ତ୍ତମାନ ନୂଆ ୨୦୦୦ ଟଙ୍କିଆ ପ୍ରଚଳନ ବନ୍ଦ କରିବାକୁ ସରକାର ପ୍ରସ୍ତୁତ ହେଉଥିବା ଜାତୀୟ ଗଣମାଧ୍ୟମରେ ଜୋର୍‌ଦାର ଚର୍ଚ୍ଚା ହେଉଛି ।
କେନ୍ଦ୍ର ସରକାରଙ୍କ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ୨୦୧୮ ମାର୍ଚ୍ଚ ୩୦ ସୁଦ୍ଧା ୩,୩୬୨ ନିୟୁତ ୨ହଜାର ଟଙ୍କିଆ ନୋଟ୍‌ ବଜାରରେ ପ୍ରଚଳିତ ଥିଲା। ୨୦୨୧ ଫେବୃୟାରୀ ୨୬ ସୁଦ୍ଧା ମାର୍କେଟରେ ୨୪୯୯ ଖଣ୍ଡ ୨ ହଜାର ଟଙ୍କିଆ ନୋଟ୍‌ ପ୍ରଚଳିତ ହେଉଥିଲ। ସେହିଭଳି ଠାକୁର କହିଛନ୍ତି, କେଉଁ ମୂଲ୍ୟର ନୋଟ୍‌ ହେଲେ ଲୋକଙ୍କ ବ୍ୟବହାର ଓ କାରବାର ସହଜ ହେବା ସହ ସେମାନଙ୍କ ଚାହିଦା ପୂରଣ ହୋଇପାରିବ ତାହା ଆର୍‌ବିଆଇ ଧାର୍ଯ୍ୟ କରେ। ୨୦୧୯-୨୦ ଏବଂ ୨୦୨୦-୨୧ରେ ୨୦୦୦ ଟଙ୍କିଆ ନୋଟ୍‌ ଛାପାଇବା ପାଇଁ ଅର୍ଡର ଦିଆଯାଇ ନାହିଁ।
ସେହିପରି ୨୦୧୯ରେ ଆର୍‌ବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆର୍ଥିକ ବର୍ଷ ୨୦୧୬-୧୭ରେ ୩୫୪.୨୯୯୧ କୋଟି ନୋଟ୍‌ ଛାପାଯାଇଥିଲା। ୨୦୧୭-୧୮ରେ ମାତ୍ର ୧୧.୧୫୦୭ କୋଟି ଏବଂ ୨୦୧୮-୧୯ରେ ୪.୬୬୯ କୋଟି ନୋଟ୍‌ ପ୍ରିଣ୍ଟ ହୋଇଥିବା ବେଳେ ଏପ୍ରିଲ ୨୦୧୯ ପରେ ଆଉ ନୂଆ ନୋଟ୍‌ ଛାପାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri