ଶିକ୍ଷକ ନ ଆସିବାରୁ ୩୦ ଛାତ୍ରୀଛାତ୍ର ପରୀକ୍ଷାରୁ ବଞ୍ଚିତ

କୋରାପୁଟ/ ନାରାୟଣପାଟଣା, ୨୬।୩(ସ୍ବ.ପ୍ର./ ଡି.ଏନ.ଏ.)
ଛାତ୍ରୀଛାତ୍ରଙ୍କୁ ସରକାରୀ ସ୍କୁଲମୁହାଁ କରିବାକୁ ୫-ଟି ରୂପାନ୍ତରିତ କାର୍ଯ୍ୟକ୍ରମରେ ବିଦ୍ୟାଳୟଗୁଡିକୁ ବହୁ ଅର୍ଥ ଯୋଗାଇ ଦିଆଯାଉଛି। ଛାତ୍ରୀଛାତ୍ରଙ୍କୁ ମାଗଣା ପୋଷାକ, ଖାଇବା ଏବଂ ବହିପତ୍ର ସରକାର ଯୋଗାଇ ଦେଉଛନ୍ତି। ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳରେ ଡ୍ରପଆଉଟ୍‌ ରୋକିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏହା ସତ୍ତ୍ୱେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସୁନାହିଁ। ବିଦ୍ୟାଳୟକୁ କେବେ ପିଲା ଆସିଲେ ଶିକ୍ଷକଙ୍କ ଦେଖାମିଳୁନି ତ କେବେ ଶିକ୍ଷକ ଆସିଲେ ପିଲା ଆସୁନାହାନ୍ତି। ସ୍କୁଲକୁ ଶିକ୍ଷକ ନ ଆସିବା ଯୋଗୁ ଛାତ୍ରୀଛାତ୍ର ଶୁକ୍ରବାର ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଏପରି ଘଟଣା କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ବିଜାଘାଟି ପଞ୍ଚାୟତର ତୁର୍ଲି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।
ଏବେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡିକରେ ବାର୍ଷିକ ପରୀକ୍ଷା ଚାଲିଛି। ତେବେ ତୁର୍ଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପରୀକ୍ଷା ବନ୍ଦ ରହିଛି। ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ଯାଏ ୩୦ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଏମାନଙ୍କ ପାଇଁ ୨ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ, ଅନ୍ୟଜଣେ ସହକାରୀ ଶିକ୍ଷକ। ପ୍ରଧାନଶିକ୍ଷକ ଦିଲିପ ଖଟାଇ ଏଠାରେ ଚାକିରି କରିବା ଦିନଠୁ ସ୍କୁଲ ହତା ମାଡିନାହାନ୍ତି। ସେ ଅଧିକାଂଶ ସମୟ ଭୁବନେଶ୍ୱରରେ ରହୁଛନ୍ତି। ତେବେ ସ୍କୁଲ କାଗଜପତ୍ରରେ ସବୁ ଠିକ୍‌ଠାକ୍‌ ଚାଲିଥିବା ଦର୍ଶାଯାଉଛି। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ପ୍ରତିଦିନ ମିଳୁଛି, ଛାତ୍ରୀଛାତ୍ର ନିୟମିତ ବିଦ୍ୟାଳୟ ଆସୁଥିବା ଉପସ୍ଥାନ ଖାତାରେ ଦର୍ଶାଯାଉଛି। ସ୍କୁଲରେ ଥିବା ଅନ୍ୟ ଜଣେ ସହକାରୀ ଶିକ୍ଷକ କାଁଭାଁ ଆସି ବିଦ୍ୟାଳୟ ବୁଲି ଯାଉଛନ୍ତି। ଶିକ୍ଷକଙ୍କ ଅନୁପସ୍ଥିତି ଯୋଗୁ ବିଦ୍ୟାଳୟରେ ପଢୁଥିବା ୩୦ ଛାତ୍ରୀଛାତ୍ର ବାର୍ଷିକ ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ବର୍ଷ ତମାମ ସ୍କୁଲରେ ତାଲା ଝୁଲୁଥିବାରୁ ପାଠପଢା ହେଉନି। ଏପରି ସ୍ଥଳେ ପିଲାମାନେ କ’ଣ ପରୀକ୍ଷା ଦେବେ ବୋଲି ତୁର୍ଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ତୁର୍ଲି ଗ୍ରାମର ଓ୍ବାର୍ଡସଭ୍ୟ ସୁରେ ଶିରିକା, ରାହୁଲ ଶିରିକା, ଗାହିଁ ଶିରିକା, ମାସୁରୁ ଶିରିକା, ଧରା ଶିରିକା, ପୂର୍ଣ୍ଣ ଶିରିକା, ଜତ ଶିରିକା ପ୍ରମୁଖ ଅଭିଭାବକ ବିଗତ ଦିନରେ ଉଭୟ ଶିକ୍ଷକଙ୍କୁ ଡାକି ତାଗିଦ୍‌ କରିଥିଲେ। ଏନେଇ ବିଇଓ ଅଫିସରେ ଅଭିଯୋଗ କରିଥିଲେ। କିଛି ମାସ ଧରି ସେମାନଙ୍କ ଦରମା ମଧ୍ୟ ବନ୍ଦ ହୋଇଥିଲା। ଏହା ସତ୍ତ୍ୱେ ସେମାନେ ସୁଧୁରିନାହାନ୍ତି ବୋଲି ଅଭିଭାବକମାନେ କହିଛନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ରାମଚନ୍ଦ୍ର ନାହାକଙ୍କୁ ପଚାରିବାରୁ ସେ କହିଲେ, ଘଟଣା ସମ୍ପର୍କରେ ବିଇଓଙ୍କୁ ରିପୋର୍ଟ ମାଗିବେ। ରିପୋର୍ଟ ଆସିବା ପରେ ଉଭୟ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri