ଜଳୁଛି ୩୦ ସଂରକ୍ଷିତ ଜଙ୍ଗଲ

ବାରିପଦା ଅଫିସ,୫।୩: ପ୍ରକୃତିର ରାଣୀ ସୁବଜ ସୁନ୍ଦର ଅଭୟାରଣ୍ୟ ଶିମିଳିପାଳ ଏବେ ସର୍ବଗ୍ରାସୀ ନିଆଁରେ କ୍ଷତବିକ୍ଷତ। ମନୁଷ୍ୟକୃତ ଅଗ୍ନିକାଣ୍ଡ ପାଇଁ ଶୁଷ୍କ ଜୈବମଣ୍ଡଳ ଉତ୍ତପ୍ତ ହୋଇଉଠିଛି। ତାରି କୋଳରେ ବଢୁଥିବା ଜୀବଜନ୍ତୁ, ସରୀସୃପ, ବୃକ୍ଷଲତା, ଗୁଳ୍ମ, ଔଷଧୀୟ ଫଳମୂଳ ପୋଡ଼ି ଅଙ୍ଗାର ପାଲଟିଛି। ଚାରିଆଡ଼େ ସବୁଜ ଦିଶୁଥିବା ପ୍ରକୃତିର ଲକ୍ଷ୍ମୀଭଣ୍ଡାର ଉଜୁଡ଼ିବାକୁ ବସିଛି। ପ୍ରାଣ ବିକଳରେ ପଶୁପକ୍ଷୀ ଏଣେତେଣେ ଦୌଡୁଥିବା ବେଳେ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ଅକ୍ଳାନ୍ତ ପ୍ରାୟସ ଜାରି ରହିଛି। ମାତ୍ର ଅଦ୍ୟାବଧି ନିଆଁ ଆୟତ୍ତ ହୋଇ ପାରି ନ ଥିବା ବେଳେ ପରିସ୍ଥିତି ଅଣାୟତ୍ତ ରହିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ରିପୋର୍ଟ ପ୍ରକାଶିତ ହୋଇଛି। ମିଳିଥିବା ସାଟେଲାଇଟ ତଥ୍ୟ ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ରେଞ୍ଜରେ ଥିବା ୩୦ଟି ସଂରକ୍ଷିତ ଜଙ୍ଗଲରେ ନିଆଁ ଜଳୁଛି ା ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ୍‌) ଶଶୀ ପଲ୍‌, ଶିମିଳିପାଳ ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ଜଗ ଜୟାନନ୍ଦ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ପ୍ରମୁଖ ଶିମିଳିପାଳ ଆଭ୍ୟନ୍ତରୀଣ ଇଲାକାରେ ରହି ନିଆଁଲିଭା କାର୍ଯ୍ୟକୁ ତଦାରଖ କରୁଛନ୍ତି। ବନବିଭାଗ କର୍ମଚାରୀ, ଦମକଳବାହିନୀ, ବନସୁରକ୍ଷା ସମିତି ଓ ଅଞ୍ଚଳବାସୀ ନିଆଁ ଲିଭାଇବାରେ ଲାଗି ପଡ଼ିଛନ୍ତି ।

ସୂଚନା ଅନୁଯାୟୀ, ଶିମିଳିପାଳ ଜୈବ ମଣ୍ଡଳର ଥିବା ବରେହିପାଣି ଉତ୍ତର, ତୁଳସୀବଣି, ଚଢ଼େଇପାହାଡ଼, ଗୁଡୁଗୁଡ଼ିଆ, ନଅଣା ରେଞ୍ଜ ଏବଂ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ବନଖଣ୍ଡର ୩୦ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ସ୍ଥାନରେ ନିଆଁଲିଭା କାର୍ଯ୍ୟ ଚାଲୁରହିଛି। ପୋଡ଼ି ଯାଇଥିବା ଜଙ୍ଗଲରେ ପାଉଁଶ ହୋଇଯାଇଛନ୍ତି ଅନେକ ସରୀସୃପ, କୀଟପତଙ୍ଗ ଓ ପକ୍ଷୀଶାବକ। ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ନିଆଁର ଉତ୍ତାପ ସାଙ୍ଗକୁ ତାତିର ପ୍ରଭାବ ବାୟୁମଣ୍ଡଳରେ ପରିଲକ୍ଷିତ ହୋଇଛି। ଗୋଟିଏ ପାହାଡ଼ରୁ ଅନ୍ୟ ଏକ ପାହାଡ଼କୁ ଚଢ଼ି କର୍ମଚାରୀମାନେ ବ୍ଲୋୟର ମେଶିିନ ମାଧ୍ୟମରେ ନିଆଁକୁ ଆୟତ୍ତ କରିବା ପାଇଁ ପରିଶ୍ରମ ଜାରି ରଖିଛନ୍ତି। ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରା କୁହନ୍ତି, ନିଆଁଲିଭା କାର୍ଯ୍ୟରେ ୧୧ଶହ କର୍ମଚାରୀ ନିୟୋଜିତ ଅଛନ୍ତି। ସେହିପରି ପିସିସିଏଫ ପଲ କହିଛନ୍ତି, ନିଆଁ ଲିଭା କାର୍ଯ୍ୟ ଜୋରଦାର ଚାଲୁ ରହିଛି। ଅନ୍ୟ କିଛି ଅଞ୍ଚଳରେ ନିଆଁ ଲାଗିଥିବା ଖବର ମିଳିଛି। ନିଆଁ ଲାଗିଥିବା ସ୍ଥାନର ସଂଖ୍ୟା ବଢ଼ୁଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଧିକ ଏକ ଶହ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ସଂଖ୍ୟକ ଲୋକଙ୍କୁ ନିୟୋଜିତ କରାଯିବ। ତେବେ ନିଆଁ ଯୋଗୁ କୌଣସୀ ଜୀବଜନ୍ତୁଙ୍କ ପ୍ରାଣହାନୀ ଘଟି ନ ଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri