ଜଳୁଛି ୩୦ ସଂରକ୍ଷିତ ଜଙ୍ଗଲ

ବାରିପଦା ଅଫିସ,୫।୩: ପ୍ରକୃତିର ରାଣୀ ସୁବଜ ସୁନ୍ଦର ଅଭୟାରଣ୍ୟ ଶିମିଳିପାଳ ଏବେ ସର୍ବଗ୍ରାସୀ ନିଆଁରେ କ୍ଷତବିକ୍ଷତ। ମନୁଷ୍ୟକୃତ ଅଗ୍ନିକାଣ୍ଡ ପାଇଁ ଶୁଷ୍କ ଜୈବମଣ୍ଡଳ ଉତ୍ତପ୍ତ ହୋଇଉଠିଛି। ତାରି କୋଳରେ ବଢୁଥିବା ଜୀବଜନ୍ତୁ, ସରୀସୃପ, ବୃକ୍ଷଲତା, ଗୁଳ୍ମ, ଔଷଧୀୟ ଫଳମୂଳ ପୋଡ଼ି ଅଙ୍ଗାର ପାଲଟିଛି। ଚାରିଆଡ଼େ ସବୁଜ ଦିଶୁଥିବା ପ୍ରକୃତିର ଲକ୍ଷ୍ମୀଭଣ୍ଡାର ଉଜୁଡ଼ିବାକୁ ବସିଛି। ପ୍ରାଣ ବିକଳରେ ପଶୁପକ୍ଷୀ ଏଣେତେଣେ ଦୌଡୁଥିବା ବେଳେ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ଅକ୍ଳାନ୍ତ ପ୍ରାୟସ ଜାରି ରହିଛି। ମାତ୍ର ଅଦ୍ୟାବଧି ନିଆଁ ଆୟତ୍ତ ହୋଇ ପାରି ନ ଥିବା ବେଳେ ପରିସ୍ଥିତି ଅଣାୟତ୍ତ ରହିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ରିପୋର୍ଟ ପ୍ରକାଶିତ ହୋଇଛି। ମିଳିଥିବା ସାଟେଲାଇଟ ତଥ୍ୟ ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ରେଞ୍ଜରେ ଥିବା ୩୦ଟି ସଂରକ୍ଷିତ ଜଙ୍ଗଲରେ ନିଆଁ ଜଳୁଛି ା ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ୍‌) ଶଶୀ ପଲ୍‌, ଶିମିଳିପାଳ ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ଜଗ ଜୟାନନ୍ଦ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ପ୍ରମୁଖ ଶିମିଳିପାଳ ଆଭ୍ୟନ୍ତରୀଣ ଇଲାକାରେ ରହି ନିଆଁଲିଭା କାର୍ଯ୍ୟକୁ ତଦାରଖ କରୁଛନ୍ତି। ବନବିଭାଗ କର୍ମଚାରୀ, ଦମକଳବାହିନୀ, ବନସୁରକ୍ଷା ସମିତି ଓ ଅଞ୍ଚଳବାସୀ ନିଆଁ ଲିଭାଇବାରେ ଲାଗି ପଡ଼ିଛନ୍ତି ।

ସୂଚନା ଅନୁଯାୟୀ, ଶିମିଳିପାଳ ଜୈବ ମଣ୍ଡଳର ଥିବା ବରେହିପାଣି ଉତ୍ତର, ତୁଳସୀବଣି, ଚଢ଼େଇପାହାଡ଼, ଗୁଡୁଗୁଡ଼ିଆ, ନଅଣା ରେଞ୍ଜ ଏବଂ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ବନଖଣ୍ଡର ୩୦ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ସ୍ଥାନରେ ନିଆଁଲିଭା କାର୍ଯ୍ୟ ଚାଲୁରହିଛି। ପୋଡ଼ି ଯାଇଥିବା ଜଙ୍ଗଲରେ ପାଉଁଶ ହୋଇଯାଇଛନ୍ତି ଅନେକ ସରୀସୃପ, କୀଟପତଙ୍ଗ ଓ ପକ୍ଷୀଶାବକ। ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ନିଆଁର ଉତ୍ତାପ ସାଙ୍ଗକୁ ତାତିର ପ୍ରଭାବ ବାୟୁମଣ୍ଡଳରେ ପରିଲକ୍ଷିତ ହୋଇଛି। ଗୋଟିଏ ପାହାଡ଼ରୁ ଅନ୍ୟ ଏକ ପାହାଡ଼କୁ ଚଢ଼ି କର୍ମଚାରୀମାନେ ବ୍ଲୋୟର ମେଶିିନ ମାଧ୍ୟମରେ ନିଆଁକୁ ଆୟତ୍ତ କରିବା ପାଇଁ ପରିଶ୍ରମ ଜାରି ରଖିଛନ୍ତି। ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରା କୁହନ୍ତି, ନିଆଁଲିଭା କାର୍ଯ୍ୟରେ ୧୧ଶହ କର୍ମଚାରୀ ନିୟୋଜିତ ଅଛନ୍ତି। ସେହିପରି ପିସିସିଏଫ ପଲ କହିଛନ୍ତି, ନିଆଁ ଲିଭା କାର୍ଯ୍ୟ ଜୋରଦାର ଚାଲୁ ରହିଛି। ଅନ୍ୟ କିଛି ଅଞ୍ଚଳରେ ନିଆଁ ଲାଗିଥିବା ଖବର ମିଳିଛି। ନିଆଁ ଲାଗିଥିବା ସ୍ଥାନର ସଂଖ୍ୟା ବଢ଼ୁଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଧିକ ଏକ ଶହ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ସଂଖ୍ୟକ ଲୋକଙ୍କୁ ନିୟୋଜିତ କରାଯିବ। ତେବେ ନିଆଁ ଯୋଗୁ କୌଣସୀ ଜୀବଜନ୍ତୁଙ୍କ ପ୍ରାଣହାନୀ ଘଟି ନ ଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୨ କୋଟି

ଭୁବନେଶ୍ୱର,୭।୪(ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରୁ ମିଳିଲା ନଗଦ ୨ କୋଟି ଟଙ୍କା । ଯାହା ଓଡ଼ିଶା...

ହଟିଲା ହୋର୍ଡିଂ, ଭାଙ୍ଗିଲା ୪୦ ଦୋକାନ

ଭୁବନେଶ୍ୱର, ୧୧ା୨ (ବ୍ୟୁରୋ): ବିଗତ କିଛି ମାସ ହେବ ଭୁବନେଶ୍ୱରରେ ଜବରଦଖଲ ଉଚ୍ଛେଦ ଜୋର୍‌ଦାର ଚାଲିଛି। ସହରକୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ ଲକ୍ଷ୍ୟ ରଖି ଭୁବନେଶ୍ୱର...

ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍‌,ତଦନ୍ତ ଆରମ୍ଭ

ରାୟଗଡ଼ା ଅଫିସ,୩୦।୧୨: ବିଦାନୋଭ ଏବଂ ପାଭେଲଙ୍କ ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍‌ ଶୁକ୍ରବାର ପହଞ୍ଚିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ...

ଶିମିଳିପାଳ ସୁରକ୍ଷା ନେଇ ପୋଲିସ ଡିଜିଙ୍କ ସମୀକ୍ଷା, ୧୬୫ଟି ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଜବତ

ବାରିପଦା,୯।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ) କ୍ଲିନ ଶିମିଳିପାଳ ଅପରେଶନ ସମ୍ପର୍କରେ ବୁଧବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡିଜି ସୁନୀଲ କୁମାର ବଂସାଲ ସମୀକ୍ଷା କରିଛନ୍ତି । ମୟୂରଭଞ୍ଜ...

ପ୍ରତିଦ୍ୱନ୍ଦ୍ୱିତାରେ ପୁରୁଖା ନେତା

ଚଣ୍ଡିଖୋଲ,୧୨ା୨(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ୧୯ ନଂ. ଜୋନ୍‌ ଜିଲା ପରିଷଦ ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ, ଭାଜପା ଓ...

ବିଶ୍ୱକପ୍‌ ହକି: ସେମିରେ ଜର୍ମାନୀ

ଭୁବନେଶ୍ବର,୨୫।୧(ବ୍ୟୁରୋ): ପୁରୁଷ ହକି ବିଶ୍ବକପର ସେମିଫାଇନାଲରେ ପ୍ରବେଶ କରିଛି ଜର୍ମାନୀ। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ଜର୍ମାନୀ ସୁଟ୍‌ଆଉଟ୍‌ରେ ଇଂଲଣ୍ଡକୁ ପରାସ୍ତ...

ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୯: ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶନିବାର ଦେହାନ୍ତ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି, ପୂର୍ବତନ ବାଚସ୍ପତି, ମନ୍ତ୍ରୀ...

କାଲିଠୁ ଚାଲିବନି ବସ୍‌:ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ କଟକଣା ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୨୩।୩(ବ୍ୟୁରୋ)- କରୋନା ଭୂତାଣୁ (କୋଭିଡ୍‌-୧୯)ର ସଂକ୍ରମଣ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଦିନରାତି ଲାଗିପଡ଼ିଛନ୍ତି। ପ୍ରତିଦିନ ଏ ଦିଗରେ କିଛି ନା କିଛି ପଦକ୍ଷେପ...

Advertisement
Archives

Model This Week