Posted inଜାତୀୟ

ଉଚ୍ଚଶିକ୍ଷା ପାଇଁ ୫ ବର୍ଷରେ ବିଦେଶ ଯାଇଛନ୍ତି ୩୦ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ,୭।୨: ଉଚ୍ଚଶିକ୍ଷା ପାଇଁ ୨୦୧୭ରୁ ୨୦୨୨ ମଧ୍ୟରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ବିଦେଶ ଯାଇଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଲୋକ ସଭାକୁ ଏହି ସୂଚନା ଦିଆଯାଇଛି। ଜେଡିୟୁ ଏମ୍‌ପି ରାଜୀବ ରଞ୍ଜନ ସିଂ ଓରଫ ଲଲନ ସିଂ ଏବଂ ଅନ୍ୟମାନଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସର୍କାର ଏହା କହିଥିଲେ। ଭାରତୀୟମାନଙ୍କ ଆଗମନ ଓ ପ୍ରସ୍ଥାନ ସମ୍ପର୍କିତ ତଥ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବ୍ୟୁରୋ ଅଫ୍‌ ଇମିଗ୍ରେଶନ ପାଖରେ ରହିଛି। ତେବେ ଉଚ୍ଚଶିକ୍ଷା ଉଦ୍ଦେଶ୍ୟରେ ବିଦେଶ ଯାଉଥିବା ଭାରତୀୟଙ୍କ ବର୍ଗ ଚିହ୍ନଟ କରିବାର କୌଣସି ସୂଚକାଙ୍କ ନାହିଁ। କେବଳ ସେମାନେ ମୌଖିକ ଭାବେ ଦେଉଥିବା ସୂଚନା ଏବଂ ଗନ୍ତବ୍ୟ ସ୍ଥଳ ଭିଜାରୁ ସେମାନଙ୍କ ଗସ୍ତର ଉଦ୍ଦେଶ୍ୟ ଜଣାପଡ଼ିଥାଏ। ୨୦୨୨ରେ ୭.୫୦ ଲକ୍ଷ ଭାରତୀୟ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଉଥିବା କହିଥିଲେ। ଏହା ପୂର୍ବବର୍ଷ ଅର୍ଥାତ୍‌ ୨୦୨୧ରେ ୪.୪ ଲକ୍ଷ ବିଦେଶ ଯାଇଥିବାବେଳେ ୨୦୨୦ରେ ୨.୫୯ ଲକ୍ଷ, ୨୦୧୯ରେ ୫.୮୬ ଲକ୍ଷ, ୨୦୧୮ରେ ୫.୧୭ ଲକ୍ଷ ଏବଂ ୨୦୧୭ରେ ୪.୫୪ ଲକ୍ଷ ଭାରତୀୟ ଉଚ୍ଚଶିକ୍ଷା ଉଦ୍ଦେଶ୍ୟରେ ବିଦେଶ ଯାଇଥିଲେ ବୋଲି ଶିକ୍ଷା ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ବିଦେଶରେ ଭାରତୀୟ ଛାତ୍ରୀଛାତ୍ର ବ୍ୟୟ କରୁଥିବା ଅର୍ଥ ଦେଶର ଶିକ୍ଷା ବଜେଟଠାରୁ ଅଧିକ କି ବୋଲି ବିରୋଧୀ ସଦସ୍ୟମାନେ ପ୍ରଶ୍ନ କରିବା ସହ ଏହି ଅର୍ଥକୁ ରୋକିବା ଲାଗି ଦେଶରେ ଉଚ୍ଚ ମାନର ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପ୍ରସ୍ତାବ ରହିଛି କି ବୋଲି ପଚାରିଥିଲେ। ତେବେ ଭାରତରେ ବିଦେଶୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର କ୍ୟାମ୍ପସ୍‌ ସ୍ଥାପନ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଚିଠା ନିୟମାବଳୀ ପ୍ରସ୍ତୁତ କରିଥିବା ମନ୍ତ୍ରୀ କହିଛନ୍ତି। ଏହା ଉପରେ ବିଭିନ୍ନ ଷ୍ଟେକ୍‌ହୋଲ୍ଡରଙ୍କଠାରୁ ଗତ ଜାନୁୟାରୀ ୧୮ ସୁଦ୍ଧା ମତାମତ ଓ ପ୍ରସ୍ତାବ ଆହ୍ବାନ କରାଯାଇଥିଲା। ଏହି ସମୟସୀମାକୁ ଫେବୃୟାରୀ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri