Posted inଜାତୀୟ

ଉଚ୍ଚଶିକ୍ଷା ପାଇଁ ୫ ବର୍ଷରେ ବିଦେଶ ଯାଇଛନ୍ତି ୩୦ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ,୭।୨: ଉଚ୍ଚଶିକ୍ଷା ପାଇଁ ୨୦୧୭ରୁ ୨୦୨୨ ମଧ୍ୟରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ବିଦେଶ ଯାଇଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଲୋକ ସଭାକୁ ଏହି ସୂଚନା ଦିଆଯାଇଛି। ଜେଡିୟୁ ଏମ୍‌ପି ରାଜୀବ ରଞ୍ଜନ ସିଂ ଓରଫ ଲଲନ ସିଂ ଏବଂ ଅନ୍ୟମାନଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସର୍କାର ଏହା କହିଥିଲେ। ଭାରତୀୟମାନଙ୍କ ଆଗମନ ଓ ପ୍ରସ୍ଥାନ ସମ୍ପର୍କିତ ତଥ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବ୍ୟୁରୋ ଅଫ୍‌ ଇମିଗ୍ରେଶନ ପାଖରେ ରହିଛି। ତେବେ ଉଚ୍ଚଶିକ୍ଷା ଉଦ୍ଦେଶ୍ୟରେ ବିଦେଶ ଯାଉଥିବା ଭାରତୀୟଙ୍କ ବର୍ଗ ଚିହ୍ନଟ କରିବାର କୌଣସି ସୂଚକାଙ୍କ ନାହିଁ। କେବଳ ସେମାନେ ମୌଖିକ ଭାବେ ଦେଉଥିବା ସୂଚନା ଏବଂ ଗନ୍ତବ୍ୟ ସ୍ଥଳ ଭିଜାରୁ ସେମାନଙ୍କ ଗସ୍ତର ଉଦ୍ଦେଶ୍ୟ ଜଣାପଡ଼ିଥାଏ। ୨୦୨୨ରେ ୭.୫୦ ଲକ୍ଷ ଭାରତୀୟ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଉଥିବା କହିଥିଲେ। ଏହା ପୂର୍ବବର୍ଷ ଅର୍ଥାତ୍‌ ୨୦୨୧ରେ ୪.୪ ଲକ୍ଷ ବିଦେଶ ଯାଇଥିବାବେଳେ ୨୦୨୦ରେ ୨.୫୯ ଲକ୍ଷ, ୨୦୧୯ରେ ୫.୮୬ ଲକ୍ଷ, ୨୦୧୮ରେ ୫.୧୭ ଲକ୍ଷ ଏବଂ ୨୦୧୭ରେ ୪.୫୪ ଲକ୍ଷ ଭାରତୀୟ ଉଚ୍ଚଶିକ୍ଷା ଉଦ୍ଦେଶ୍ୟରେ ବିଦେଶ ଯାଇଥିଲେ ବୋଲି ଶିକ୍ଷା ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ବିଦେଶରେ ଭାରତୀୟ ଛାତ୍ରୀଛାତ୍ର ବ୍ୟୟ କରୁଥିବା ଅର୍ଥ ଦେଶର ଶିକ୍ଷା ବଜେଟଠାରୁ ଅଧିକ କି ବୋଲି ବିରୋଧୀ ସଦସ୍ୟମାନେ ପ୍ରଶ୍ନ କରିବା ସହ ଏହି ଅର୍ଥକୁ ରୋକିବା ଲାଗି ଦେଶରେ ଉଚ୍ଚ ମାନର ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପ୍ରସ୍ତାବ ରହିଛି କି ବୋଲି ପଚାରିଥିଲେ। ତେବେ ଭାରତରେ ବିଦେଶୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର କ୍ୟାମ୍ପସ୍‌ ସ୍ଥାପନ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଚିଠା ନିୟମାବଳୀ ପ୍ରସ୍ତୁତ କରିଥିବା ମନ୍ତ୍ରୀ କହିଛନ୍ତି। ଏହା ଉପରେ ବିଭିନ୍ନ ଷ୍ଟେକ୍‌ହୋଲ୍ଡରଙ୍କଠାରୁ ଗତ ଜାନୁୟାରୀ ୧୮ ସୁଦ୍ଧା ମତାମତ ଓ ପ୍ରସ୍ତାବ ଆହ୍ବାନ କରାଯାଇଥିଲା। ଏହି ସମୟସୀମାକୁ ଫେବୃୟାରୀ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri