ଗୌରୀଙ୍କୁ ହତ୍ୟା ଲାଗି ୩୦ ଲକ୍ଷର ଡିଲ୍‌

ରାୟଗଡ଼ା,୨।୭ (ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ଜିଲା ଗୁଣପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ ା ଏହି ଘଟଣା ସହିତ ଜଡ଼ିତ ରାଜେଶଙ୍କ ହତ୍ୟା ଘଟଣା ଉପରୁ ମଧ୍ୟ ହଟିଛି ପରଦା ା ଉଭୟ ହତ୍ୟାକାଣ୍ଡର ସମସ୍ତ ତଥ୍ୟ ରାୟଗଡ଼ା ପୋଲିସ ଶନିବାର ଖବରଦାତା ସମ୍ମିଳନୀରେ ଉପସ୍ଥାପନ କରିଛି ା ଜମି ବିବାଦରୁ ଗୌରୀ ମିଶ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସପି ବିବେକାନନ୍ଦ ଶର୍ମା ା ସୁପାରି କିଲର ଦ୍ୱାରା ଗୌରୀଙ୍କ ହତ୍ୟା କରାଯିବା ପରେ ସୁପାରି ଟଙ୍କା ବିବାଦରୁ ରାଜେଶଙ୍କୁ ହତ୍ୟା କରାଯାଇଥିବା ଏସପି ଶର୍ମା କହିଛନ୍ତି। ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୭ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଆଉ ୨ଜଣ ଫେରାର ଅଛନ୍ତି। ଖୁବ୍‌ଶୀଘ୍ର ଫେରାର ଅଭିଯୁକ୍ତ ଗଞ୍ଜାମ ଜିଲା ଛତ୍ରପୁରର କାହ୍ନା ପ୍ରଧାନ ଓ ଗଜପତି ଜିଲା ଆର.ଉଦୟଗିରିର ମୁନା ପ୍ରଧାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ସୂଚନା ଦେଇିଛନ୍ତି। ହତ୍ୟା ଘଟଣାରେ ବ୍ୟବହୃତ ୨ଟି ମାଉଜରକୁ ପୋଲିସ ଜବତ କରିଛି ା ସେହିଭଳି ଗୋଟିଏ ବାଇକ ମଧ୍ୟ ଜବତ ହୋଇଛି।
୨ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଆର୍‌. କ୍ରିଷ୍ଣା, ଏ. ଗୋବିନ୍ଦା, ଡି. ଭେଙ୍କଟ ରାଓ, ବି. ଆକାଶ କୁମାର, ଗୋବିନ୍ଦା, ବିନୋଦ ବାଉରି, କେ. ଅରୁଣ କୁମାର ଓରଫ ଚାଣ୍ଟି ଓ ମୁନା ପିଡ଼ିକାଙ୍କୁ ପୋଲସ ଗିରଫ କରିଛି। ତେବେ ଗୌରୀଙ୍କୁ ଗୁଳିକରି ହତ୍ୟା କରିଥିବା ଗୁଣପୁରର ସୁପାରି କିଲର ଭି.ରାଜେଶ ଓରଫ ରାଜାଙ୍କୁ ପ୍ରମାଣ ନଷ୍ଟ ପାଇଁ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଗତ ଜୁନ୍‌ ୧୯ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଆନନ୍ଦପୁରମ ନିକଟରେ ଥିବା ଏକ ଜଙ୍ଗଲରେ ହତ୍ୟାକରି ମାଟି ଖୋଳି ପୋତିଦେଇଥିବା ପୋଲିସ ସୂଚନା ଦେଇଛି।
ଘଟଣାରୁ ପ୍ରକାଶ ଯେ, ୨୦୦୯ରେ ୧୫ଲକ୍ଷ ଟଙ୍କାରେ ଗୁଣପୁର ସହରର ମୁଖ୍ୟ ସ୍ଥାନରେ ୨ ଏକର ୮୮.୫ ଡିସିମିଲ ଜମି କ୍ରୟକୁ ନେଇ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା ଏବଂ ଗୌରୀ ମିଶ୍ରଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ କ୍ରୟ ହୋଇଥିବା ଜମିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଗୌରୀଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ତାଙ୍କୁ ଜୀବନରୁ ମାରିଦେବାକୁ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା ଯୋଜନାକରି ଗୁଣପୁରର ସୁପାରି କିଲର ରାଜାଙ୍କ ସହ ୩୦ ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ। ଆଡଭାନ୍ସରେ ୧ ଲକ୍ଷ ଓ ହତ୍ୟା ପରେ ୧ ଲକ୍ଷ ୯୦ ହଜାର ଟଙ୍କା ରାଜାକୁ ଦେବା ପରେ ଆଉ ବାକି ଟଙ୍କା କ୍ରିଷ୍ଣା ଦେଇ ନ ଥିଲେ । ଏହାକୁ ନେଇ ଗୌରୀ ହତ୍ୟା ଘଟଣା ସମ୍ପର୍କରେ ଖୁଲାସା କରିଦେବା ନେଇ କ୍ରିଷ୍ଣାଙ୍କୁ ରାଜା ଧମକ ଦେଇଥିଲେ। ପୁଣି ରାଜାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନାକରି ଗତ ଜୁନ୍‌ ୧୯ରେ କ୍ରିଷ୍ଣା ଓ ଅନ୍ୟ ଅଭିଯୁକ୍ତମାନେ ରାଜାଙ୍କୁ ହତ୍ୟା କରିଥିଲେ ବୋଲି ପୋଲସ ସୂଚନା ଦେଇଛି। ଜିଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ଖବରଦାତା ସମ୍ମିଳନୀରେ ଏସପି ଶର୍ମାଙ୍କ ସମେତ ଅତିରିକ୍ତ ଏସପି ବିଷ୍ଣୁ ପାତ୍ର ସମସ୍ତ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri