ଲକ୍ଷାଧିକ ଭକ୍ତଙ୍କୁ ଜେଏସ୍‌ପି ଫାଉଣ୍ଡେଶନର ସହାୟତା

ଭୁବନେଶ୍ୱର,୨।୭: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର(ଜେଏସ୍‌ପି)ର ସମାଜ କଲ୍ୟାଣ ସଂସ୍ଥା ଜେଏସ୍‌ପି ଫାଉଣ୍ଡେଶନ ପକ୍ଷରୁ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କୁ ରନ୍ଧାଖାଦ୍ୟ, ଥଣ୍ଡା ପାନୀୟ ଜଳ ଓ ଗ୍ଲୁକୋଜ ଆଦି ଯୋଗାଇ ଦିଆଯାଇଥିଲା। ଏପରିକି ଫାଉଣ୍ଡେଶନର ଚେୟାରପର୍ସନ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ଉକ୍ତ ସେବା ନେତ୍ରୋତ୍ସବରୁ ଆରମ୍ଭହୋଇ ସୁନାବେଶ ରାତ୍ରିରେ ଶେଷ ହୋଇଥିଲା। ବିଶେଷକରି ଫାଉଣ୍ଡେଶନର ‘ମିଶନ ଜିରୋ ହଙ୍ଗର’ କାର୍ଯ୍ୟକ୍ରମ ଅଧୀନରେ ୧୦.୫ଲକ୍ଷ ଲୋକଙ୍କୁ ଗରମ ରନ୍ଧା ଖାଦ୍ୟ ଦିଆଯାଇଥିଲା। ଯେଉଁଥିରେ ଅନ୍ନ, ଡାଲମା ଏବଂ ଖଟା ଭଳି ସୁଷମ ଖାଦ୍ୟ ସାମିଲ ଥିଲା। ସେହିଭଳି ପୁରୀ ଜିଲା ପ୍ରଶାସନ ସହ ସମନ୍ବୟ ରକ୍ଷାକରି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରୋଷେଇଘର ସହିତ ଏକ ସ୍ବତନ୍ତ୍ର ଷ୍ଟଲ୍‌ରେ ୧୦୦ସ୍ବେଚ୍ଛାସେବୀଙ୍କ ସହଯୋଗରେ ଏହି ସେବା ଯୋଗାଇ ଦିଆଯାଇଥିଲା। ଏ ସମ୍ପର୍କରେ ଶାଲୁ ଜିନ୍ଦଲ କହିଛନ୍ତି, ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଭକ୍ତଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଆମେ ଯଥା ସମ୍ଭବ ପ୍ରଚେଷ୍ଟା କରିଛୁ। ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଭକ୍ତଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ଆମେ କୃତଜ୍ଞ। ସେହିଭଳି ଜେଏସ୍‌ପିର ସଭାପତି ତଥା ଗ୍ରୁପ୍‌ ମୁଖ୍ୟ (ସିଏସ୍‌ଆର୍‌) ପ୍ରଶାନ୍ତ ହୋତା କହିଛନ୍ତି, ଦୀର୍ଘ ୧୨ ଦିନ ମଧ୍ୟରେ ଆମେ ୧୦.୫ ଲକ୍ଷ ଭକ୍ତଙ୍କୁ ଭୋଜନ ପରିବେଷଣ କରାଇବା ଏକ ଆହ୍ବାନ ଥିଲା। କିନ୍ତୁ ଆମର ଚେୟାରମ୍ୟାନ୍‌ ନବୀନ ଜିନ୍ଦଲ ଏବଂ ଜେଏସ୍‌ପି ଫାଉଣ୍ଡେଶନ ଚେୟାରପର୍ସନ ଶାଲୁ ଜିନ୍ଦଲଙ୍କ ପ୍ରେରଣାରେ ଏହା ସମ୍ଭବ ହୋଇପାରିଛି। ସେହିପରି ପୁରୀ ଜିଲା ପ୍ରଶାସନ, ରାଜ୍ୟ ସରକାର, ପୁରୀ ବସ୍‌ ମାଲିକ ଆସୋସିଏସନ ଏବଂ ସ୍ଥାନୀୟ ଯୁବକମାନଙ୍କୁ ଆମେ ଧନ୍ୟବାଦ ଜଣାଉଛୁ। ଏହି ସେବା କାର୍ଯ୍ୟକ୍ରମରେ ବିଭିନ୍ନ ସହାୟତା ପାଇଁ ହୋତା ଜିଲା ପ୍ରଶାସନ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri