Posted inଜାତୀୟ

୩୦ ଆଇଟିବିପି ଯବାନଙ୍କ ଆଫଗାନିସ୍ତାନରେ ପୁଣି ମୁତୟନ ଆବେଦନ ଖାରଜ..

ନୂଆଦିଲ୍ଲୀ,୮।୮: ଆଫଗାନିସ୍ତାନର ଅବସ୍ଥା କାହାଠାରୁ ଲୁଚି ନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନରେ ପୁଣି ଥରେ ମୁତୟନ ପାଇଁ ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର କିଛି ଯବାନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ତେବେ ହାଇକୋର୍ଟ ଏହାର ବିଚାର କରି ହିଂସା ପ୍ରଭାବିତ ଆଫଗାନିସ୍ତାନରେ ପୁଣି ଥରେ ମୁତୟନ ହେବା ଲାଗି ଆଇଟିବିପିର ୩୦ ଯବାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଯେ, ଏହି ବିପଜ୍ଜନକ ପରିସ୍ଥିତିରେ କେହି କ‘ଣ ସେଠାକୁ ଫେରିବାକୁ ଆଗ୍ରହ ପ୍ରକାଶ କରିବେ।
ବିଚାରପତି ରାଜୀବ ସହାୟ ଏଣ୍ଡଲୋ ଏବଂ ଅମିତ ବନସାଲଙ୍କ ଦ୍ୱାରା ଗଢ଼ିତ ଖଣ୍ଡପୀଠ କହିଛନ୍ତି ଯେ ଆଇଟିବିପି ଭଳି ସଶସ୍ତ୍ର ବାହିନୀର କର୍ମକର୍ତ୍ତା ଭାବରେ ଆବଶ୍ୟକତା ଅନୁଯାୟୀ ଦେଶର ଯେ କୌଣସି ସ୍ଥାନରେ ପୋଷ୍ଟିଂ କରାଯାଇପାରିବ। ତେବେ ଆଫଗାନିସ୍ତାନରେ ପୋଷ୍ଟିଂ ହେବା ଲାଗି ସେମାନଙ୍କର କୌଣସି ଅଧିକାର ନାହିଁ। ଆବେଦନକାରୀଙ୍କୁ ଭାରତ ଆସିବା ପୂର୍ବରୁ କାନ୍ଧାହାରରେ ମୁତୟନ କରାଯାଇଥିଲା।
ଆଫଗାନିସ୍ତାନରେ ଆଇଟିବିପିର ଏକ ୟୁନିଟ କାବୁଲରେ ଥିବା ଭାରତର ଦୂତାବାସ ଏବଂ କାନ୍ଧାହାରରେ ଥିବା କନସୁଲେଟକୁ ଜଗିବା ପାଇଁ ନିୟୋଜିତ କରାଯାଇଛି। ଆଇଟିବିପି ବହିର୍ବ୍ୟାପାର ମନ୍ତ୍ରଣାଳୟକୁ ବିଦେଶରେ ଡ୍ୟୁଟି ପାଇଁ ରିପୋର୍ଟ କରିଥାଏ ଏବଂ ମୁତୟନ ହୋଇଥିବା ମନୋନୀତ କର୍ମଚାରୀଙ୍କୁ ଅତିରିକ୍ତ ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଇଥାଏ। ଆଫଗାନିସ୍ତାନର ଅବସ୍ଥା ଖରାପ ହେବା ସହ ତାଲିବାନର ହସ୍ତକ୍ଷେପ ପରେ ଭାରତ କାନ୍ଧାହାରରେ ଥିବା ଦୂତାବାସକୁ ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
ଆଇଟିବିପି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଆଇନଜୀବୀ ଗୌରାଙ୍ଗ କନ୍ଥ ଯୁକ୍ତି କରିଥିଲେ ଯେ ଏକ ବିଦେଶୀ ମିଶନରେ କର୍ମଚାରୀଙ୍କ ନିୟୋଜନ, ଡି-ଇଣ୍ଡକଶନ ଏବଂ ରି- ଇଣ୍ଡକଶନ ଏକ ପ୍ରଶାସନିକ ପ୍ରସଙ୍ଗ। ଖଣ୍ଡପୀଠ ଏହା ସହିତ ସହମତି ପ୍ରକାଶ କରିବା ସହିତ କହିଛନ୍ତି ଯେ, ଆଇଟିବିପି କର୍ମଚାରୀଙ୍କୁ କେଉଁଠାରେ ଏବଂ କିପରି ମୁତୟନ କରାଯିବ ତାହା କୋର୍ଟ ସ୍ଥିର କରିପାରିବେ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ଆଇଟିବିପିର ନିଜସ୍ବ ପ୍ରସଙ୍ଗ ଏଥିରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଗୃହରେ ହଙ୍ଗାମା: ଅପରାହ୍ନ ୨ଟା ଯାଏ ଲୋକ ସଭା ସ୍ଥଗିତ

ନୂଆଦିଲ୍ଲୀ,୧୪।୩: ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ହଟ୍ଟଗୋଳ ହୋଇଛି। ଲୋକ ସଭାରେ ପ୍ରଶ୍ନକାଳ ଆରମ୍ଭରୁ  ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ହଙ୍ଗମା କରିଥିଲେ।...

୧୧ ବର୍ଷର ପୁଅକୁ ୨୦ ବୁଲା କୁକୁର ସହ ଗୋଟିଏ ରୁମ୍‌ରେ ଅଟକ ରଖି ଚର୍ଚ୍ଚାରେ ଦମ୍ପତି

ପୁଣେ,୧୨।୫: ମହାରାଷ୍ଟ୍ରର ପୁଣେରେ ଏକ ଅମାନବୀୟ ଘଟଣା ଘଟିଛି। ଏଠାରେ ଏକ ଦମ୍ପତି ୧୧ ବର୍ଷର ପୁଅକୁ ୨୦ଟି ବୁଲା କୁକୁର ସହ ଗୋଟିଏ ରୁମ୍‌ରେ...

ପୋଙ୍ଗଲରେ ଜାଲିକାଟ୍ଟୁ: ସରକାର ଦେଲେ ଅନୁମତି, ଖେଳାଳିଙ୍କୁ ଦାଖଲ କରିବାକୁ ପଡ଼ିବ କରୋନା ନେଗେଟିଭ୍‌ ପ୍ରମାଣପତ୍ର

ଚେନ୍ନାଇ,୨୩।୧୨: ପୋଙ୍ଗଲ ଅବସରରେ ତାମିଲନାଡୁରେ ଅନୁଷ୍ଠିତ ହେଉଥିବା ଜାଲିକାଟ୍ଟୁ ଖେଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କରୋନା ମହାମାରୀ ସଂକ୍ରମଣ ଯୋଗୁ ଜାଲିକାଟ୍ଟୁ ଅନୁଷ୍ଠିତ...

କରୋନା ସଂକ୍ରମଣରୁ ରକ୍ଷା କରିବନି ଏନ୍‌ ୯୫ ମାସ୍କ

ନୂଆଦିଲ୍ଲୀ,୨୧।୭: କରୋନା ଭାଇରସ ସଂକ୍ରମଣ ପରେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷ ଭାବେ ଏନ୍‌ ୯୫ ମାସ୍କ ପିନ୍ଧିବା ଭଲ ବୋଲି କୁହାଯାଇଥିଲା।...

ଘରେ ଘରେ ନଳ ଜଳ ଯୋଜନା ଉପରେ ପ୍ରଶ୍ନ ଚିହ୍ନ, ଉପମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ୩୬ ଠିକା…

ପାଟନା,୨୨।୯: ବିହାରରେ ଘରେ ଘରେ ନଳ ଜଳ ଯୋଜନା ନେଇ ସାଧାରଣରେ ପ୍ରଶ୍ନ ଚିହ୍ନ ଉଠିଛି। ଏହି ଯୋଜନାରେ ଉପମୁଖ୍ୟନ୍ତ୍ରୀ ତାରକିଶୋର ପ୍ରସାଦଙ୍କ ପରିବାର ଏବଂ...

ଭାଜପା ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ:ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ଜେଡିୟୁ ସହ ମେଣ୍ଟ ହୋଇଛି

ପାଟନା, ୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳର ଆବଣ୍ଟନକୁ ନେଇ ବିବାଦ ଦେଖା ଦେବା ପରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ନ ଥିଲା ବିହାର ମୁଖ୍ୟମନ୍ତ୍ରୀ...

‘ଏଭଳି ପଶୁଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ଆବଶ୍ୟକ’

ନୂଆଦିଲ୍ଲୀ,୧୪।୧୨: ଦିଲ୍ଲୀର ଦ୍ୱାରକା ମେଟ୍ରୋ ଷ୍ଟେଶନ ନିକଟରେ ବୁଧବାର ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କ ଉପରେ ଏସିଡ ମାଡ ହୋଇଛି। ଏହି ଘଟଣାରେ ପୂର୍ବତନ କ୍ରିକେଟର...

ଜଙ୍ଗଲରେ ଶିକ୍ଷକ, ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଲକ୍ଷ୍ନୌ,୨୨ା୯: ଉତ୍ତରପ୍ରଦେଶର ସାହାରନ୍‌ପୁର ନିକଟ ଜଙ୍ଗଲରୁ ବୁଧବାର ଜଣେ ଶିକ୍ଷକ ଓ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଉଭୟେ ଗତ ୩ ତାରିଖରୁ ନିଖୋଜ...

Advertisement
Archives

Model This Week