Posted inଜାତୀୟ

୩୦ ଆଇଟିବିପି ଯବାନଙ୍କ ଆଫଗାନିସ୍ତାନରେ ପୁଣି ମୁତୟନ ଆବେଦନ ଖାରଜ..

ନୂଆଦିଲ୍ଲୀ,୮।୮: ଆଫଗାନିସ୍ତାନର ଅବସ୍ଥା କାହାଠାରୁ ଲୁଚି ନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନରେ ପୁଣି ଥରେ ମୁତୟନ ପାଇଁ ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର କିଛି ଯବାନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ତେବେ ହାଇକୋର୍ଟ ଏହାର ବିଚାର କରି ହିଂସା ପ୍ରଭାବିତ ଆଫଗାନିସ୍ତାନରେ ପୁଣି ଥରେ ମୁତୟନ ହେବା ଲାଗି ଆଇଟିବିପିର ୩୦ ଯବାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଯେ, ଏହି ବିପଜ୍ଜନକ ପରିସ୍ଥିତିରେ କେହି କ‘ଣ ସେଠାକୁ ଫେରିବାକୁ ଆଗ୍ରହ ପ୍ରକାଶ କରିବେ।
ବିଚାରପତି ରାଜୀବ ସହାୟ ଏଣ୍ଡଲୋ ଏବଂ ଅମିତ ବନସାଲଙ୍କ ଦ୍ୱାରା ଗଢ଼ିତ ଖଣ୍ଡପୀଠ କହିଛନ୍ତି ଯେ ଆଇଟିବିପି ଭଳି ସଶସ୍ତ୍ର ବାହିନୀର କର୍ମକର୍ତ୍ତା ଭାବରେ ଆବଶ୍ୟକତା ଅନୁଯାୟୀ ଦେଶର ଯେ କୌଣସି ସ୍ଥାନରେ ପୋଷ୍ଟିଂ କରାଯାଇପାରିବ। ତେବେ ଆଫଗାନିସ୍ତାନରେ ପୋଷ୍ଟିଂ ହେବା ଲାଗି ସେମାନଙ୍କର କୌଣସି ଅଧିକାର ନାହିଁ। ଆବେଦନକାରୀଙ୍କୁ ଭାରତ ଆସିବା ପୂର୍ବରୁ କାନ୍ଧାହାରରେ ମୁତୟନ କରାଯାଇଥିଲା।
ଆଫଗାନିସ୍ତାନରେ ଆଇଟିବିପିର ଏକ ୟୁନିଟ କାବୁଲରେ ଥିବା ଭାରତର ଦୂତାବାସ ଏବଂ କାନ୍ଧାହାରରେ ଥିବା କନସୁଲେଟକୁ ଜଗିବା ପାଇଁ ନିୟୋଜିତ କରାଯାଇଛି। ଆଇଟିବିପି ବହିର୍ବ୍ୟାପାର ମନ୍ତ୍ରଣାଳୟକୁ ବିଦେଶରେ ଡ୍ୟୁଟି ପାଇଁ ରିପୋର୍ଟ କରିଥାଏ ଏବଂ ମୁତୟନ ହୋଇଥିବା ମନୋନୀତ କର୍ମଚାରୀଙ୍କୁ ଅତିରିକ୍ତ ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଇଥାଏ। ଆଫଗାନିସ୍ତାନର ଅବସ୍ଥା ଖରାପ ହେବା ସହ ତାଲିବାନର ହସ୍ତକ୍ଷେପ ପରେ ଭାରତ କାନ୍ଧାହାରରେ ଥିବା ଦୂତାବାସକୁ ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
ଆଇଟିବିପି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଆଇନଜୀବୀ ଗୌରାଙ୍ଗ କନ୍ଥ ଯୁକ୍ତି କରିଥିଲେ ଯେ ଏକ ବିଦେଶୀ ମିଶନରେ କର୍ମଚାରୀଙ୍କ ନିୟୋଜନ, ଡି-ଇଣ୍ଡକଶନ ଏବଂ ରି- ଇଣ୍ଡକଶନ ଏକ ପ୍ରଶାସନିକ ପ୍ରସଙ୍ଗ। ଖଣ୍ଡପୀଠ ଏହା ସହିତ ସହମତି ପ୍ରକାଶ କରିବା ସହିତ କହିଛନ୍ତି ଯେ, ଆଇଟିବିପି କର୍ମଚାରୀଙ୍କୁ କେଉଁଠାରେ ଏବଂ କିପରି ମୁତୟନ କରାଯିବ ତାହା କୋର୍ଟ ସ୍ଥିର କରିପାରିବେ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ଆଇଟିବିପିର ନିଜସ୍ବ ପ୍ରସଙ୍ଗ ଏଥିରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?