ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୩୦ ପୂର୍ବତନ ବିଧାୟକ

ଭୁବନେଶ୍ୱର,୧ା୮(ବ୍ୟୁରୋ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ୩୦ ପୂର୍ବତନ ବିଧାୟକ ଭେଟିଛନ୍ତି। ପେନ୍‌ସନ୍‌ ଏବଂ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଁ ସେମାନେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି। ପୂର୍ବତନ ବିଧାୟକଙ୍କ ସହ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ମଧ୍ୟ ଏହି ବିଧାୟକମାନଙ୍କ ସହ ଥିଲେ। ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି।