ଲିଜ୍‌ଧାରୀଙ୍କୁ ୧୦ କୋଟି ଜରିମାନା

ଯାଜପୁର ଅଫିସ,୧୯।୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବହୁଚର୍ଚ୍ଚିତ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ଓ ଜାଲିଆତି ଅଭିଯୋଗର ଲୋକାୟୁକ୍ତ ମାମଲା ଭିନ୍ନମୋଡ ନେଇଛି। ଏହି ମାମଲାରେ ପ୍ରାୟ ୧୦ ଅଧିକାରୀ ଓ କର୍ମଚାରୀ ଛନ୍ଦି ହୋଇଛନ୍ତି। ସେମାନେ ମାମଲାରୁ ମୁକ୍ତି ପାଇବାକୁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଥିବା ଅନୁମାନ କରାଯାଉଛି। ଧର୍ମଶାଳା ତହସିଲ କାର୍ଯ୍ୟାଳୟରୁ ୨୯ା୯ା୨୦୨୧ରେ ଲିଜ୍‌ଧାରୀଙ୍କୁ ୨ଟି ନୋଟିସରେ ୧୦.୦୨ କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି। ତେବେ ଏହି ନୋଟିସକୁ ଫାଇଲରେ ଚାପି ରଖି ଗତ ୫ ଦିନ ହେଲା ଲିଜ୍‌ଧାରୀ ତ୍ରିନାଥ ଜେନାଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ପୁରୁଣା ତାରିଖରେ ଜରିମାନା ନୋଟିସ ଜାରି ହୋଇଛି କିମ୍ବା ଜାଣିଶୁଣି ସାଢେ ୩ ମାସ ପର୍ଯ୍ୟନ୍ତ ଏହି ନୋଟିସକୁ ଚାପି ରଖାଯାଇ ଲିଜ୍‌ଧାରୀଙ୍କୁ ସୁରକ୍ଷା ଦିଆଯାଉଥିଲା ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି।
ଲୋକାୟୁକ୍ତରେ ଆରୁହା କଳାପଥର ଲୁଟ୍‌ ଅଭିଯୋଗକୁ ନେଇ ଏକ ମାମଲା(ନଂ.୧୩୫୫/୨୦୨୦)ରୁଜୁ ହୋଇଥିଲା। ଲୋକାୟୁକ୍ତ ନିର୍ଦ୍ଦେଶକ ଏହି ମାମଲାର ତଦନ୍ତ କରି ଗତ ନଭେମ୍ବରରେ ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟରେ ପୂର୍ବତନ ଜିଲାପାଳ, ୪ ପୂର୍ବତନ ତହସିଲଦାର, ୨ ଭୂତତ୍ତ୍ବବିତ୍‌, ୩ ରାଜସ୍ବ ନିରୀକ୍ଷକଙ୍କ ସମେତ ଲିଜ୍‌ଧାରୀ ଲୁଟ୍‌ କାରବାରରେ ସମ୍ପୃକ୍ତ ଥିବା ଦର୍ଶାଇଥିଲେ। ଏନେଇ ଉପରୋକ୍ତ ଅଧିକାରୀମାନଙ୍କୁ ଜବାବ୍‌ ତଲବ ହୋଇଥିଲା। ଗତ ୧୨ ତାରିଖରେ ସମ୍ପୃକ୍ତ ଅଧିକାରୀମାନେ ଲୋକାୟୁକ୍ତରେ ସତ୍ୟପାଠ ଦାଖଲ କରିଥିଲେ। ଏବେ ପୁଣି ଏକ ନୂଆ କଥା ସାମ୍‌ନାକୁ ଆସିଛି। ଧର୍ମଶାଳା ତହସିଲଦାର ସଇରାତ ନୋଟିସ ୩୭୪୯ ଓ ୩୭୪୮ରେ ଲିଜ୍‌ଧାରୀ ଜେନାଙ୍କୁ ଯଥାକ୍ରମେ ୨୪,୮୬,୬୫୨ ଟଙ୍କା ଏବଂ ୯,୭୭,୯୯,୭୩୦ ଟଙ୍କା ଜରିମାନା ତୁରନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିର୍ଦ୍ଦେଶ ପତ୍ରରେ ୨୨ା୭ା୨୦୨୧ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ୩୦ା୭ା୨୦୨୧ରେ ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶରେ ଲୋକାୟୁକ୍ତ ମାମଲା ଉପରେ ତଦନ୍ତ ହୋଇଥିଲା। ଅତିରିକ୍ତ ଜିଲାପାଳ(ରାଜସ୍ବ)ଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲାସ୍ତରୀୟ ବିଶେଷଜ୍ଞ କମିଟି ମାମଲା ଉପରେ ଛାନ୍‌ଭିନ୍‌ କରି ୩୧,୫୪୮.୩୦ ଘନମିଟର ପଥର ଅନୁମତିଠାରୁ ଅଧିକ ଉତ୍ତୋଳନ ହୋଇଥିବା ଦୁଇଟି ରିପୋର୍ଟ ଦାଖଲ କରିଥିଲେ। ତଦନୁସାରେ ଘନମିଟର ପିଛା ୧୫୫୦ ଟଙ୍କା ଦରରେ ୪,୮୮,୯୯,୮୬୫ ଜରିମାନା ସହ ୧୦୦ ପ୍ରତିଶତ ରାଜସ୍ବକୁ ମିଶାଇ ୯,୭୭,୯୯,୭୩୦ ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଥିଲା। ଅନ୍ୟ ଏକ ଜରିମାନା ନୋଟିସରେ ୫୯୨୦.୬୦ ଘନମିଟର ଅଧିକ ପଥର ଉତ୍ତୋଳନ ହୋଇଛି ା ଘନମିଟର ପିଛା ୨୧୦ ଟଙ୍କା ଦରରେ ୧୨,୪୩,୩୨୬ ଟଙ୍କା ଏବଂ ୧୦୦ ପ୍ରତିଶତ ରାଜସ୍ବକୁ ମିଶାଇ ୨୪,୮୬,୬୫୨ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।
ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ ଏବଂ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ମଙ୍ଗଳବାର ଏକାଧିକ ଥର ଫୋନ କରିଥିଲେ ହେଁ ଉଭୟ ଫୋନ କଲ୍‌କୁ ଗ୍ରହଣ କରି ନ ଥିଲେ। ଅନ୍ୟପକ୍ଷେ ଲିଜ୍‌ଧାରୀ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଲିଜ୍‌ ପାଇଥିବା ଅଞ୍ଚଳରେ ସେ ଧାର୍ଯ୍ୟ ଅନୁଯାୟୀ ପଥର ଉତ୍ତୋଳନ କରୁଛନ୍ତି। ଲିଜ୍‌ ବାହାରେ ଅନ୍ୟମାନେ ପଥର ଚୋରି କରିଥିବା ନେଇ ସେ ପୂର୍ବରୁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟର ଦୋଷଦୁର୍ବଳତା ଲୁଚାଇବାକୁ ଯାଇ ସମସ୍ତ ଅଭିଯୋଗ ତାଙ୍କ ଉପରେ ଲଦି ଦିଆଯାଉଛି। ଲୋକାୟୁକ୍ତ ଛାନ୍‌ଭିନ୍‌ କରିବା ପରେ ଗତ ୫ଦିନ ହେଲା ଜରିମାନା ନୋଟିସ ସେ ପାଇଛନ୍ତି। ଏନେଇ ସେ ସାର୍ଟିଫାଏଡ କପି ଦେବାକୁ ଧର୍ମଶାଳା ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି।
ଡଙ୍କାରୀ ପାହାଡ଼ରୁ ବେଆଇନ କଳାପଥର ଉତ୍ତୋଳନ ବାବଦକୁ ୫୮ କୋଟି ୬୨ ଲକ୍ଷ ୭୯ ହଜାର ୬୩୩ ଟଙ୍କା ରାଜସ୍ବ ଜମା କରିବାକୁ ୨୦୧୬ ମେ ରେ ନୋଟିସ ଜାରି ହୋଇଥିଲା। ଏହାବାଦ୍‌ ଏନ୍‌ଜିଟି ମଧ୍ୟ ୨୫ କୋଟି ଟଙ୍କାର ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତା’ର ସୁଫଳ ଏଯାଏ ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri