ଜଳସେଚନ ପାଇଁ ୩ ବର୍ଷ ଲଢ଼େଇ

ନୟାଗଡ଼,୮।୩(ଲୋକନାଥ ମିଶ୍ର): ଉଠାଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀଙ୍କ ମନମାନି ଓ ଅସହଯୋଗ କାରଣରୁ ଜିଲାରେ ୧୨୦ ଗଭୀର ନଳକୂପ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ପାରି ଅନିଶ୍ଚିତତା ଘେରରେ ରହିଛି। ଚାଷୀଙ୍କ ବାରମ୍ବାର ପ୍ରତିବାଦ, ୩ ବର୍ଷ ହେଲା ଆନ୍ଦୋଳନ ପରେ ବି ସୁଫଳ ମିଳୁନି। ଏଭଳିସ୍ଥଳେ ଚାଷୀ ଉଠାଜଳସେଚନ ବିଭାଜନର ମୁଖ୍ୟଫାଟକରେ ତାଲା ମାରି ଗୁରୁବାର ଆନ୍ଦୋଳନ କରିଥିଲେ। ୧୨୦ ଅଗଭୀର ନଳକୂପକୁ ନିଜ ଚାଷ ଜମିରେ ଖନନ ପାଇଁ ୨୦୧୭ରେ ୧୨୦ ଚାଷୀ ୨୦ ହଜାର ଟଙ୍କା ଲେଖାଏଁ ଡିପୋଜିଟ୍‌ କରିଥିଲେ। ଆବେଦନର ୩ ବର୍ଷ ପରେ ୨୦୨୦ରେ ଗଭୀର ନଳକୂପ ଖନନ ହୋଇଥିଲା। ୨୦୨୧ରେ ବିଦ୍ୟୁତ୍‌ ଖୁଣ୍ଟ ପଡିଥିଲା। ତେବେ ବିଦ୍ୟୁତ୍‌ ତାର ଟଣା ଯାଇ ପାରିଲା ନାହିଁ କି ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ପାରିଲ ନାହିଁ। ଏଣୁ ଚାଷୀ ଜମିରେ ଫସଲ କରିବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲା ତାହା ସ୍ବପ୍ନରେ ରହି ଯାଇଛି। ଏନେଇ ଚାଷୀ ସଂଯୁକ୍ତା ଭଟ, ଦିଲୀପ ପାତ୍ର, ମାୟା ସାହୁ, ବୀର ପ୍ରଧାନ କୁହନ୍ତି, ଓଡ଼ଗାଁ ବ୍ଲକ ଅଞ୍ଚଳରେ ହନୁମନ୍ତିଆ ୧୧, ଗିରିଡିପଲ୍ଲୀ ୪, ପଥରପଲ୍ଲୀ ୩, ଧାନଝରି ୩, ଭାଡିକିଳା ୧୨, ଲିଙ୍ଗରାଜପ୍ରସାଦରେ ୭, କେନ୍ଦୁପଲ୍ଲୀ ୬, ରଘୁନାଥପୁର ୪, କୁରାଳରେ ୫ ଏପରି ମୋଟରେ ୫୫ ଗଭୀର ନଳକୂପ ଖନନ ହୋଇଛି। ଗଭୀର ନଳକୂପ ଖନନ ପରେ ୨୦୨୧ରେ କେବଳ ବିଦ୍ୟୁତ୍‌ ଖୁଣ୍ଟ ପୋତି ଠିକାଦାର ଆଉ କାର୍ଯ୍ୟ କରି ନାହାନ୍ତି। ଏହା ପରେ ପ୍ରକଳ୍ପ କାମ ଆଉ ହେଉନି। ଇତିମଧ୍ୟରେ ୧୦ରୁ ୧୬ ଥର ଉଠାଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀଙ୍କୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବାରମ୍ବାର ଭେଟିଛୁ। ଗତ ଫେବୃଆରୀ ୬ରେ ପୁଣି ଭେଟିବାକୁ ଅପେକ୍ଷା କରିଥିଲୁ। ଉଠାଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ଅନୁପସ୍ଥିତ ଥିବାରୁ ବିକ୍ଷୋଭ କଲୁ। କିଛି ସୁଫଳ ନ ପାଇ ଫେରିଲୁ। କିଛି ଦିନ ପରେ ପୁଣି ଗୁରୁବାର ତାଲା ପକାଇ ଆନ୍ଦୋଳନ କରିଥିଲେ।

ଡିଭିଜିନରେ ଟେଣ୍ଡର ପରେ ବି ମିଳିଲାନି ସୁଫଳ

ଗଭୀର ନଳକୂପର ଟେଣ୍ଡର ରାଜ୍ୟସ୍ତରରେ ହେଉଥିଲା। ଉଠାଜଳସେଚନ ବିଭାଗର ଚେୟାରମ୍ୟାନଙ୍କ ହସ୍ତକ୍ଷେପ ପରେ ଟେଣ୍ଡର ପ୍ରକ୍ରୀୟା ନୟାଗଡ ଡିଭିଜନ ସ୍ତରକୁ ଆସିଥିଲା। ବିଦ୍ୟୁତ୍‌ ସମ୍ବଦ୍ଧିୟ ଟେଣ୍ଡର ଡିଭିଜନସ୍ତରରେ ହୋଇଥିଲା। ଇତି ମଧ୍ୟରେ ଟେଣ୍ଡର ୪ଥର ହୋଇ ସାରିଲାଣି। ଟେଣ୍ଡର ବାରମ୍ବାର ହେଉଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଉଠାଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ଦୁଃଶାସନ ଜେନା କୁହନ୍ତି, ଜିଲାର ଗଭୀର ନଳକୂପର ଟେଣ୍ଡର ରାଜ୍ୟସ୍ତରରେ ୪ଥର ହୋଇ ସାରିଲାଣି। ହେଲେ ସଫଳତା ମିଳୁନି। ବିଦ୍ୟୁତ୍‌ ସଂଯୋଗ ପରେ ଚାଷୀ ଜମିରେ ଜଳସେଚନ କରିପାରିବେ। ରାଜ୍ୟରୁ ଡିଭିଜନସ୍ତରକୁ ଟେଣ୍ଡର ପ୍ରକ୍ରିୟା ଆସିବା ପରେ ବି ସଫଳତା ମିଳିଲା ନାହିଁ। ଗୁରୁବାର ଚାଷୀଙ୍କ ଆନ୍ଦୋଳନ ହେବା ପରେ ଆଲୋଚନା ହେଲା ଚାଷୀମାନେ ଭୁବନେଶ୍ୱର ଯାଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ। ଉଠାଜଳସେଚନ ବିଭାଗ ପକ୍ଷରୁ ସହଯୋଗ କରାଯିବ। କିପରି ଚାଷୀଙ୍କ ଜମିରେ ଶୀଘ୍ର ଜଳସେଚିନର ସୁବିଧା ମିଳିବ ସେନେଇ ଆମେ ସହଯୋଗ କରିବୁ ବୋଲି ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେଇଛୁ ବୋଲିି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri