୩ ଗ୍ରାମବାସୀଙ୍କ ଭୋଟ ବର୍ଜନ

ଫୁଲବାଣୀ ଅଫିସ, ୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ବୁଧବାର ହୋଇଛିା କ.ନୂଆଗଁା ବ୍ଲକର ଜିରିଡିକିଆ ପଞ୍ଚାୟତରେ ସାମିଲ ହୋଇଥିବା ୩ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ୩ ଗ୍ରାମ ମଗଡିଙ୍ଗିଆ, କପୁଗୁଡା ଓ ମାହାଗୁଡା ପୂର୍ବରୁ ପୂର୍ବରୁ ବଣ୍ଡଗୁଡା ପଞ୍ଚାୟତରେ ରହିଥିଲା। ଜିରିଡିକିଆ ପଞ୍ଚାୟତରେ ସାମିଲ ହୋଇଥିବାରୁ
ଗୁଗାଁ, କପୁଗୁଡା, ମଗଡିଙ୍ଗିଆ, ଡଲାବାଲି, ଉପର କଙ୍ଗେରିକିଆ ଏବଂ ତଳ କଙ୍ଗେରିକିଆରେ ହୋଇଥିବା ବୁଥ୍‌ରେ ସେମାନଙ୍କ ଭୋଟ ଦେବାର ଥିଲା। ତେବେ ପଞ୍ଚାୟତ ପରିବର୍ତ୍ତନରେ ଅସନ୍ତୁଷ୍ଟ ଉକ୍ତ ୩ ଗ୍ରାମବାସୀ ଭୋଟ ଦେବାକୁ ଯାଇ ନ ଥିବା ବୁଥ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରଶାସନିକ ଅଧିକାରୀ ସେଠାକୁ ଯାଇ ଲୋକଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଇ ଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଧାରଣାରତ ୩ ଗ୍ରାମବାସୀଙ୍କ ଅଭିଯୋଗ ଯେ, ବଣ୍ଡଗୁଡା ପଞ୍ଚାୟତରୁ ଭାଗ ହୋଇ ଗଠନ ହୋଇଥିବା ଜିରିଡିକିଆ ପଞ୍ଚାୟତର ଦୂରତା ମାତ୍ର ୧ କି.ମି. ମଧ୍ୟରେ ା ପୂର୍ବତନ ଜିଲା ପଞ୍ଚାୟତ ଅଧିକାରୀଙ୍କ ମନମାନୀ ଯୋଗୁ ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରାଯାଇଛି। ଗ୍ରାମବାସୀ ମଗଡିଙ୍ଗିଆରେ ପଞ୍ଚାୟତ କରିବାକୁ ଦାବି ରଖିଥିଲେ। ନଚେତ୍‌ ଆନ୍ଦୋଳନ ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।
ସୂଚନାଯୋଗ୍ୟ, ଗତ ପଞ୍ଚାୟତ ପୁନର୍ଗଠନ ସମୟରେ ବଣ୍ଡଗୁଡା ପଞ୍ଚାୟତରୁ କେତେକ ଗ୍ରାମକୁ ନୂତନ ଭାବେ ଗଠନ କରାଯାଇଥିବା ଜିରିଡିକିଆ ପଞ୍ଚାୟତରେ ମିଶାଯାଇଛି ା ନୂଆ ପଞ୍ଚାୟତକୁ ଆସିବା ପରେ କେତେକ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତଳ କଙ୍ଗରେକିଆ, ଉପର କଙ୍ଗେରିକିଆ, ଡଲାବାଲି, ଗୁଞ୍ଜିଗାଁ, ଶଶିମାହା, ଡୁଡୁୁକାରାଗଁ, କପୁଗୁଡା, ମଗଡଙ୍ଗିଆ, ମାହାଗୁଡା,କଦାକମ୍ବା, କଟାବାଲି, ବେଶିଙ୍ଗାସାହି, ଗିନ୍ଦାପାଙ୍ଗା, ଡାବୁଲିସୁଗା ଓ ନାହୁଡିମାହା ଆଦି ଗ୍ରାମ ନୂଆ ପଞ୍ଚାୟତ ମୁଖ୍ୟାଳୟ ଜିରିଡିକିଆ ଠାରୁ ୧୦ରୁ ୧୫ କି.ମି. ଦୂରରେ ରହିଛି ା ଏପରିକି ସେଠାକୁ ଯିବା ପାଇଁ ଭଲ ରାସ୍ତା ବି ନାହିଁ ା ବାଟରେ ପାହାଡ ଓ ଜଙ୍ଗଲ ବି ରହିଛି ା ପୂର୍ବରୁ ଥିବା ବଣ୍ଡଗୁଡା ପଞ୍ଚାୟତ ଏଠାରୁ ମାତ୍ର ୩ କିମି ଦୂର ଥିଲା ା ସମସ୍ତ ସମସ୍ୟାକୁ ନଜରରେ ରଖି ଗ୍ରାମବାସୀ ପଞ୍ଚାୟତ ସୀମା ନିର୍ଦ୍ଧାରଣ ବେଳେ ଏ ନେଇ ଜିଲା ପ୍ରଶାସନକୁ ପ୍ରତିବାଦ ଜଣାଇବା ସହ ମଗଡ଼ଙ୍ଗିଆଠାରେ ନୂତନ ପଞ୍ଚାୟତ ଗଠନ ପାଇିଁ ଗ୍ରାମବାସୀ ପ୍ରସ୍ତାବ ଦେଇଥିଲେ। ସେ ସମୟରେ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲା । ଯାହାର ପ୍ରତିବାଦରେ ଗ୍ରାମବାସୀ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ବି ବର୍ଜନ କରିଥିଲୋ ପରେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଜିଲାପାଳ ଏସବୁ ଗ୍ରାମବାସୀଙ୍କୁ ବଣ୍ଡଗୁଡା ପଞ୍ଚାୟତରୁ ରାଶନ ଓ ଭତ୍ତା ଆଦି ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ା ପରେ ଗ୍ରାମବାସୀ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ା ଏବେ ଏହି ମାମଲା ଅଦାଲତର ବିଚାରାଧୀନ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

ନୂତନ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଲା ଭାଜପା: ଦାରିଙ୍ଗବାଡିରେ ଆଇନଶୃଙ୍ଖଳା ଉପରେ କଡା ନଜର…

ଦାରିଙ୍ଗବାଡି, ୨୯।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି...

ପିକ୍‌ନିକ୍‌ ପାଇଁ ଆସି ୨ ଗୋଷ୍ଠୀ ପିଟାପିଟି: ଆଜି ଖାଁ ଖାଁ ଡୁଲୁରୀ ପାଇନ୍‌ ବଣ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଡ଼ୁଲୁରୀ ପାଇନ ବଣରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ସୋମବାର ସକାଳେ ଉକ୍ତ ଡୁଲୁରୀ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri