୨୦ କି.ମି. ମଧ୍ୟରେ ୩ ଟୋଲ୍‌ଗେଟ୍‌

ପାଲଲହଡ଼ା,୩୦ା୯(ଦିବ୍ୟଜ୍ୟୋତି ଦାଶ): ଦେବଗଡ଼ ଓ କେନ୍ଦୁଝର ଜିଲାକୁ ଲାଗିକରି ଥିବା ଅନୁଗୋଳ ଜିଲାର ପାଲଲହଡା ଉପଖଣ୍ଡବସୀଙ୍କ ଉପରେ ବଢ଼ୁଛି ଟୋଲ୍‌ଗେଟ୍‌ ବୋଝ। ପାଲଲହଡ଼ା ଉପଖଣ୍ଡ ଠାରୁ ମାତ୍ର ୨୦ କି.ମି. ପରିଧି ମଧ୍ୟରେ ୪୯ ଏବଂ ୧୪୯ନଂ. ଜାତୀୟ ରାଜପଥରେ ୩ଟି ଟୋଲଗେଟ୍‌ ରହିଥିବାରୁ ନିକଟ ହେଉଥିବା ପଡ଼ୋଶୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ରୋଗୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ସେହିପରି ଦେବଗଡ଼ ଓ କେନ୍ଦୁଝର ଜିଲାର ବିଭିନ୍ନ ଗ୍ରାମାଞ୍ଚଳକୁ ବ୍ୟବସାୟ ପାଇଁ ଯାଉଥିବା ଏହି ଉପଖଣ୍ଡର ବ୍ୟବସାୟୀମାନଙ୍କୁ ମଧ୍ୟ ଏକାଧିକ ଥର ଟୋଲ୍‌ ଟ୍ୟାକ୍ସ ଦେବାକୁ ହେଉଛି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, କୋଲକାତା-ମୁମ୍ବାଇ ୪୯ନଂ. ଜାତୀୟ ରାଜପଥ ପାଲଲହଡ଼ା ଉପଖଣ୍ଡ ଦେଇ ଯାଇଛି। ସେହିପରି ୧୪୯ ନଂ. ଜାତୀୟ ରାଜପଥ ପାଲଲହଡା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଯୋଡି ହୋଇଛି। ଗତ ୫ ବର୍ଷ ମଧ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏହି ୨ଟି ରାଜପଥର ୪ ଲେନ୍‌ କାର୍ଯ୍ୟ କରାଯାଇଛି। ଏଥିସହ ୪୯ନଂ. ରାଜପଥର କେନ୍ଦୁଝର ଜିଲା ଜଗମୋହନପୁରଠାରେ ଗୋଟିଏ ଏବଂ ଦେବଗଡ ଜିଲା ବଡ଼କୁଦରଠାରେ ଗୋଟିଏ ଟୋଲଗେଟ୍‌ ସ୍ଥାପନ କରାଯାଇଛି। ସେହିପରି ୧୪୯ନଂ. ଜାତୀୟ ରାଜପଥର ଖମାରଠାରେ ଅନ୍ୟ ଏକ ଟୋଲଗେଟ୍‌ ବସାଯାଇଛି। ଏହି ୩ଟି ଟୋଲଗେଟ୍‌ ପାଲଲହଡ଼ା ଉପଖଣ୍ଡ ଠାରୁ ମାତ୍ର ୨୦ କି.ମି. ପରିଧି ମଧ୍ୟରେ ଆସୁଛି। ଫଳରେ ପାଲଲହଡ଼ାରୁ ପ୍ରତିଦିନ କେନ୍ଦୁଝର ଓ ଦେବଗଡ଼ ଜିଲାର ସୀମାନ୍ତବର୍ତ୍ତୀ ଗ୍ରାମକୁ ବ୍ୟବସାୟ ପାଇଁ ଯାଉଥିବା ବ୍ୟବସାୟୀଙ୍କୁ ୩ଟି ଟୋଲରେ ଟ୍ୟାକ୍ସ ଦେବା ବେଶ୍‌ ବାଧୁଛି। ଏପରି କି ପାଲଲହଡ଼ା ଉପଖଣ୍ଡ ମେଡିକାଲରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଦୂରତା ୧୦୦ କି.ମି. ହୋଇଥିବାରୁ ଏଠାରୁ ରେଫର ହେଉଥିବା ରୋଗୀମାନେ ଏତେଦୂର ଯାଇ ନ ପାରି ନିକଟସ୍ଥ ଦେବଗଡ଼ ଓ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ଚାହିଁଲେ ଟୋଲ ଟ୍ୟାକ୍ସ ସେମାନଙ୍କ ଆର୍ଥିକ ବୋଝକୁ ଅଧିକ ବଢ଼ାଇ ଦେଉଛି। ଅନ୍ୟପଟେ ଖମାରଠାରେ ନିର୍ମିତ ଟୋଲଗେଟ୍‌ ଉପଖଣ୍ଡ ଭିତରେ ଚଳପ୍ରଚଳ କରୁଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ାଇ ଦେଇଛି। ୨୦୨୦ ମସିହାରେ ପାଲଲହଡାର ତତ୍କାଳୀନ ଉପଜିଲାପାଳ ଅଜିତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏବଂ ବିଧାୟକ ମୁକେଶ କୁମାର ପାଲ, ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ବୈଠକ ବସି ଏହାର ସମାଧାନ ପନ୍ଥା ବାହାର କରାଯାଇଥିଲା। ଏହି ୨୦ କି.ମି. ମଧ୍ୟରେ ଆସୁଥିବା ସମସ୍ତ ଘରୋଇ ନମ୍ବର ପଞ୍ଜୀକୃତ ଗାଡ଼ିକୁ ଟୋଲ ଟ୍ୟାକ୍ସ ଛାଡ଼ କରାଯାଇଥିବା ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ କିଛିଟା ଦେୟ କୋହଳ କରାଯାଇଥିଲା। କିଛିମାସ ଏହା ଠିକ୍‌ଠାକ ଚାଲିଥିଲା। ହେଲେ ଟୋଲ ଆଦାୟକାରୀ ସଂସ୍ଥା ପରିବର୍ତ୍ତନ ହେବାପରଠାରୁ ପୂର୍ବ ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଉ ନାହିଁ। ଗୋଟିଏ ଟୋଲଗେଟ ଠାରୁ ଅନ୍ୟଟିର ବ୍ୟବଧାନ ୬୦ କି.ମି. ରହିବ ବୋଲି ନିୟମ ଥିବାବେଳେ ପାଲଲହଡ଼ା ଉପଖଣ୍ଡ ଠାରୁ ମାତ୍ର ୨୦ କି.ମି. ପରିଧି ମଧ୍ୟରେ ୩ଟି ଟୋଲ ପଡ଼ୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ଏ ସମ୍ପର୍କରେ ମତାମତ ମିଳିପାରି ନାହିଁ।

ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ
ଦୈନିକ ବିଭିନ୍ନ କାର୍ଯ୍ୟରେ ସୀମାବର୍ତ୍ତୀ ଅଞ୍ଚଳକୁ ଯିବାକୁ ପଡ଼ୁଛି। କିନ୍ତୁ ୨୦ କି.ମି. ମଧ୍ୟରେ ୩ଟି ଟୋଲଗେଟ ଥିବାରୁ ଚାରିଚକିଆ ଗାଡିରେ ଗଲେ ବାରମ୍ବାର ଟ୍ୟାକ୍ସ ଦେବାକୁ ପଡ଼ୁଛି। ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।
-ଦିଲୀପ କୁମାର ଉଦାବଳ, ପାଲଲହଡ଼ା

ଅଧିକାରୀଙ୍କ ସହ ଆଲୋଚନା କରାଯିବ
ଏହା କେନ୍ଦ୍ର ସରକାରଙ୍କ ଅଧୀନ କାର୍ଯ୍ୟ। ତଥାପି ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ସମସ୍ୟାର ସମାଧାନ ପାଇଁ ଉଦ୍ୟମ ହେବ।
-ସୁଶାନ୍ତ କୁମାର ପତି, ଉପଜିଲାପାଳ, ପାଲଲହଡ଼ା

ବୈଠକ ଡକାଯାଇ ସମାଧାନ କରାଯିବ
ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ଉପଖଣ୍ଡ ପ୍ରଶାସନକୁ ନେଇ ଏକ ବୈଠକ କରି ସମସ୍ୟାର ସମାଧାନ କରାଯିବ। ଏହାପରେ ରାଜପଥ କର୍ତ୍ତୃପକ୍ଷ କିମ୍ବା ଠିକା ସଂସ୍ଥା ମନମାନି କଲେ ଟୋଲଗେଟ୍‌ ସମ୍ମୁଖରେ ଆନ୍ଦୋଳନ କରାଯିବ।
– ମୁକେଶ କୁମାର ପାଲ, ବିଧାୟକ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

କଳାମାଟିଆ ଡାକ୍ତରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା, ସିଡିଏମ୍‌ଓ କହିଲେ….

ବରୀ,୧୦।୧୧(ମହେନ୍ଦ୍ର ସ୍ୱାଇଁ ): ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କଳାମାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇ ସେବା ଯୋଗାଇ ଆସୁଥିଲେ ଆୟୁଷ ଡାକ୍ତର କୈଳାଶ ଚନ୍ଦ୍ର ପତି ।…

କାହିଁକି ଭାରତର ପ୍ରଧାନମନ୍ତ୍ରୀ ହେଲେନି ସୋନିଆ ଗାନ୍ଧୀ? ଏତେ ବର୍ଷ ପରେ ନିଜେ ଖୋଲିଲେ ବଡ଼ ରହସ୍ୟ, କହିଲେ ରାହୁଲ…

ନୂଆଦିଲ୍ଲୀ,୧୦।୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ନିଜ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ ଲଭ’ରେ ସେ କାହିଁକି ପ୍ରଧାନମନ୍ତ୍ରୀ ହୋଇନଥିଲେ, ସେନେଇ ବଡ଼ ଖୁଲାସା କରିଛନ୍ତି।…

ବୋହୂଙ୍କୁ ଘାରିଲା iPhone ନିଶା, ଶାଶୂଙ୍କ ଗହଣା ବିକି କିଣିଲେ ଫୋନ୍‌, ଶାଶୂ ଜାଣିବା ପରେ…

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରର ନାଗପୁରରୁ ଚୋରିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦାମୀ iPhone କିଣିବାର ସଉକ ପୂରଣ କରିବା ପାଇଁ ଜଣେ ବୋହୂ ନିଜ ଶାଶୂଙ୍କ…

ବଦଳିଗଲା ସବୁ ନିୟମ: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ ମିନିଟରେ ଆରମ୍ଭ ହେବାର ଥିଲା। କିନ୍ତୁ ବର୍ଷା…

୫୦୦ ଟଙ୍କିଆ ନୋଟ୍ ବନ୍ଦ କରିବାକୁ ଦାବି! ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ହଇଚଇ

ଅମରାବତୀ,୧୦।୧୧: ଦେଶରେ ବଡ଼ ମୂଲ୍ୟର ନୋଟ୍‌ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ। ୫୦୦ ଓ ୨,୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ…

ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ଦିନରେ ସର୍ବାଧିକ ରନ୍‌: ଟପ-୧୦ରେ ୨ ଭାରତୀୟ, ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୧: ଟେଷ୍ଟ କ୍ରିକେଟରେ ଗୋଟିଏ ଦିନରେ ସର୍ବାଧିକ ରନ ସଂଗ୍ରହ କରିବାର ବିଶ୍ୱ ରେକର୍ଡ ଆଜି ବି କିମ୍ବଦନ୍ତୀ ବ୍ୟାଟର୍‌ ସାର୍‌ ଡନ ବ୍ରାଡମ୍ୟାନଙ୍କ ନାମରେ ରହିଛି।…

ଯୁବ ରେଡକ୍ରସ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର, ୧୦।୧୧ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ତିନିଦିନିଆ ଯୁବ ରେଡକ୍ରସ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଡେପୁଟୀ…

ପୁଣି ଟସ୍‌ ଜିତିଲା ଭାରତ: ଶୁବମନ ଗିଲ ନେଲେ ବଡ଼ ନିଷ୍ପତ୍ତି, ସିରିଜ୍‌ ଜିତିବା ଲକ୍ଷ୍ୟରେ ଟିମ୍‌ଇଣ୍ଡିଆ

ହାମିଲଟନ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ତୃତୀୟ ମୁକାବିଲା ଆଜି ହାମିଲଟନରେ ଖେଳାଯାଉଛି। ବର୍ଷା ଯୋଗୁ ଟସ୍‌ରେ ବିଳମ୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?