୨୦ କି.ମି. ମଧ୍ୟରେ ୩ ଟୋଲ୍‌ଗେଟ୍‌

ପାଲଲହଡ଼ା,୩୦ା୯(ଦିବ୍ୟଜ୍ୟୋତି ଦାଶ): ଦେବଗଡ଼ ଓ କେନ୍ଦୁଝର ଜିଲାକୁ ଲାଗିକରି ଥିବା ଅନୁଗୋଳ ଜିଲାର ପାଲଲହଡା ଉପଖଣ୍ଡବସୀଙ୍କ ଉପରେ ବଢ଼ୁଛି ଟୋଲ୍‌ଗେଟ୍‌ ବୋଝ। ପାଲଲହଡ଼ା ଉପଖଣ୍ଡ ଠାରୁ ମାତ୍ର ୨୦ କି.ମି. ପରିଧି ମଧ୍ୟରେ ୪୯ ଏବଂ ୧୪୯ନଂ. ଜାତୀୟ ରାଜପଥରେ ୩ଟି ଟୋଲଗେଟ୍‌ ରହିଥିବାରୁ ନିକଟ ହେଉଥିବା ପଡ଼ୋଶୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ରୋଗୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ସେହିପରି ଦେବଗଡ଼ ଓ କେନ୍ଦୁଝର ଜିଲାର ବିଭିନ୍ନ ଗ୍ରାମାଞ୍ଚଳକୁ ବ୍ୟବସାୟ ପାଇଁ ଯାଉଥିବା ଏହି ଉପଖଣ୍ଡର ବ୍ୟବସାୟୀମାନଙ୍କୁ ମଧ୍ୟ ଏକାଧିକ ଥର ଟୋଲ୍‌ ଟ୍ୟାକ୍ସ ଦେବାକୁ ହେଉଛି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, କୋଲକାତା-ମୁମ୍ବାଇ ୪୯ନଂ. ଜାତୀୟ ରାଜପଥ ପାଲଲହଡ଼ା ଉପଖଣ୍ଡ ଦେଇ ଯାଇଛି। ସେହିପରି ୧୪୯ ନଂ. ଜାତୀୟ ରାଜପଥ ପାଲଲହଡା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଯୋଡି ହୋଇଛି। ଗତ ୫ ବର୍ଷ ମଧ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏହି ୨ଟି ରାଜପଥର ୪ ଲେନ୍‌ କାର୍ଯ୍ୟ କରାଯାଇଛି। ଏଥିସହ ୪୯ନଂ. ରାଜପଥର କେନ୍ଦୁଝର ଜିଲା ଜଗମୋହନପୁରଠାରେ ଗୋଟିଏ ଏବଂ ଦେବଗଡ ଜିଲା ବଡ଼କୁଦରଠାରେ ଗୋଟିଏ ଟୋଲଗେଟ୍‌ ସ୍ଥାପନ କରାଯାଇଛି। ସେହିପରି ୧୪୯ନଂ. ଜାତୀୟ ରାଜପଥର ଖମାରଠାରେ ଅନ୍ୟ ଏକ ଟୋଲଗେଟ୍‌ ବସାଯାଇଛି। ଏହି ୩ଟି ଟୋଲଗେଟ୍‌ ପାଲଲହଡ଼ା ଉପଖଣ୍ଡ ଠାରୁ ମାତ୍ର ୨୦ କି.ମି. ପରିଧି ମଧ୍ୟରେ ଆସୁଛି। ଫଳରେ ପାଲଲହଡ଼ାରୁ ପ୍ରତିଦିନ କେନ୍ଦୁଝର ଓ ଦେବଗଡ଼ ଜିଲାର ସୀମାନ୍ତବର୍ତ୍ତୀ ଗ୍ରାମକୁ ବ୍ୟବସାୟ ପାଇଁ ଯାଉଥିବା ବ୍ୟବସାୟୀଙ୍କୁ ୩ଟି ଟୋଲରେ ଟ୍ୟାକ୍ସ ଦେବା ବେଶ୍‌ ବାଧୁଛି। ଏପରି କି ପାଲଲହଡ଼ା ଉପଖଣ୍ଡ ମେଡିକାଲରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଦୂରତା ୧୦୦ କି.ମି. ହୋଇଥିବାରୁ ଏଠାରୁ ରେଫର ହେଉଥିବା ରୋଗୀମାନେ ଏତେଦୂର ଯାଇ ନ ପାରି ନିକଟସ୍ଥ ଦେବଗଡ଼ ଓ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ଚାହିଁଲେ ଟୋଲ ଟ୍ୟାକ୍ସ ସେମାନଙ୍କ ଆର୍ଥିକ ବୋଝକୁ ଅଧିକ ବଢ଼ାଇ ଦେଉଛି। ଅନ୍ୟପଟେ ଖମାରଠାରେ ନିର୍ମିତ ଟୋଲଗେଟ୍‌ ଉପଖଣ୍ଡ ଭିତରେ ଚଳପ୍ରଚଳ କରୁଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ାଇ ଦେଇଛି। ୨୦୨୦ ମସିହାରେ ପାଲଲହଡାର ତତ୍କାଳୀନ ଉପଜିଲାପାଳ ଅଜିତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏବଂ ବିଧାୟକ ମୁକେଶ କୁମାର ପାଲ, ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ବୈଠକ ବସି ଏହାର ସମାଧାନ ପନ୍ଥା ବାହାର କରାଯାଇଥିଲା। ଏହି ୨୦ କି.ମି. ମଧ୍ୟରେ ଆସୁଥିବା ସମସ୍ତ ଘରୋଇ ନମ୍ବର ପଞ୍ଜୀକୃତ ଗାଡ଼ିକୁ ଟୋଲ ଟ୍ୟାକ୍ସ ଛାଡ଼ କରାଯାଇଥିବା ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ କିଛିଟା ଦେୟ କୋହଳ କରାଯାଇଥିଲା। କିଛିମାସ ଏହା ଠିକ୍‌ଠାକ ଚାଲିଥିଲା। ହେଲେ ଟୋଲ ଆଦାୟକାରୀ ସଂସ୍ଥା ପରିବର୍ତ୍ତନ ହେବାପରଠାରୁ ପୂର୍ବ ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଉ ନାହିଁ। ଗୋଟିଏ ଟୋଲଗେଟ ଠାରୁ ଅନ୍ୟଟିର ବ୍ୟବଧାନ ୬୦ କି.ମି. ରହିବ ବୋଲି ନିୟମ ଥିବାବେଳେ ପାଲଲହଡ଼ା ଉପଖଣ୍ଡ ଠାରୁ ମାତ୍ର ୨୦ କି.ମି. ପରିଧି ମଧ୍ୟରେ ୩ଟି ଟୋଲ ପଡ଼ୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ଏ ସମ୍ପର୍କରେ ମତାମତ ମିଳିପାରି ନାହିଁ।

ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ
ଦୈନିକ ବିଭିନ୍ନ କାର୍ଯ୍ୟରେ ସୀମାବର୍ତ୍ତୀ ଅଞ୍ଚଳକୁ ଯିବାକୁ ପଡ଼ୁଛି। କିନ୍ତୁ ୨୦ କି.ମି. ମଧ୍ୟରେ ୩ଟି ଟୋଲଗେଟ ଥିବାରୁ ଚାରିଚକିଆ ଗାଡିରେ ଗଲେ ବାରମ୍ବାର ଟ୍ୟାକ୍ସ ଦେବାକୁ ପଡ଼ୁଛି। ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।
-ଦିଲୀପ କୁମାର ଉଦାବଳ, ପାଲଲହଡ଼ା

ଅଧିକାରୀଙ୍କ ସହ ଆଲୋଚନା କରାଯିବ
ଏହା କେନ୍ଦ୍ର ସରକାରଙ୍କ ଅଧୀନ କାର୍ଯ୍ୟ। ତଥାପି ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ସମସ୍ୟାର ସମାଧାନ ପାଇଁ ଉଦ୍ୟମ ହେବ।
-ସୁଶାନ୍ତ କୁମାର ପତି, ଉପଜିଲାପାଳ, ପାଲଲହଡ଼ା

ବୈଠକ ଡକାଯାଇ ସମାଧାନ କରାଯିବ
ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ଉପଖଣ୍ଡ ପ୍ରଶାସନକୁ ନେଇ ଏକ ବୈଠକ କରି ସମସ୍ୟାର ସମାଧାନ କରାଯିବ। ଏହାପରେ ରାଜପଥ କର୍ତ୍ତୃପକ୍ଷ କିମ୍ବା ଠିକା ସଂସ୍ଥା ମନମାନି କଲେ ଟୋଲଗେଟ୍‌ ସମ୍ମୁଖରେ ଆନ୍ଦୋଳନ କରାଯିବ।
– ମୁକେଶ କୁମାର ପାଲ, ବିଧାୟକ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri