୨୦ କି.ମି. ମଧ୍ୟରେ ୩ ଟୋଲ୍‌ଗେଟ୍‌

ପାଲଲହଡ଼ା,୩୦ା୯(ଦିବ୍ୟଜ୍ୟୋତି ଦାଶ): ଦେବଗଡ଼ ଓ କେନ୍ଦୁଝର ଜିଲାକୁ ଲାଗିକରି ଥିବା ଅନୁଗୋଳ ଜିଲାର ପାଲଲହଡା ଉପଖଣ୍ଡବସୀଙ୍କ ଉପରେ ବଢ଼ୁଛି ଟୋଲ୍‌ଗେଟ୍‌ ବୋଝ। ପାଲଲହଡ଼ା ଉପଖଣ୍ଡ ଠାରୁ ମାତ୍ର ୨୦ କି.ମି. ପରିଧି ମଧ୍ୟରେ ୪୯ ଏବଂ ୧୪୯ନଂ. ଜାତୀୟ ରାଜପଥରେ ୩ଟି ଟୋଲଗେଟ୍‌ ରହିଥିବାରୁ ନିକଟ ହେଉଥିବା ପଡ଼ୋଶୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ରୋଗୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ସେହିପରି ଦେବଗଡ଼ ଓ କେନ୍ଦୁଝର ଜିଲାର ବିଭିନ୍ନ ଗ୍ରାମାଞ୍ଚଳକୁ ବ୍ୟବସାୟ ପାଇଁ ଯାଉଥିବା ଏହି ଉପଖଣ୍ଡର ବ୍ୟବସାୟୀମାନଙ୍କୁ ମଧ୍ୟ ଏକାଧିକ ଥର ଟୋଲ୍‌ ଟ୍ୟାକ୍ସ ଦେବାକୁ ହେଉଛି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, କୋଲକାତା-ମୁମ୍ବାଇ ୪୯ନଂ. ଜାତୀୟ ରାଜପଥ ପାଲଲହଡ଼ା ଉପଖଣ୍ଡ ଦେଇ ଯାଇଛି। ସେହିପରି ୧୪୯ ନଂ. ଜାତୀୟ ରାଜପଥ ପାଲଲହଡା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଯୋଡି ହୋଇଛି। ଗତ ୫ ବର୍ଷ ମଧ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏହି ୨ଟି ରାଜପଥର ୪ ଲେନ୍‌ କାର୍ଯ୍ୟ କରାଯାଇଛି। ଏଥିସହ ୪୯ନଂ. ରାଜପଥର କେନ୍ଦୁଝର ଜିଲା ଜଗମୋହନପୁରଠାରେ ଗୋଟିଏ ଏବଂ ଦେବଗଡ ଜିଲା ବଡ଼କୁଦରଠାରେ ଗୋଟିଏ ଟୋଲଗେଟ୍‌ ସ୍ଥାପନ କରାଯାଇଛି। ସେହିପରି ୧୪୯ନଂ. ଜାତୀୟ ରାଜପଥର ଖମାରଠାରେ ଅନ୍ୟ ଏକ ଟୋଲଗେଟ୍‌ ବସାଯାଇଛି। ଏହି ୩ଟି ଟୋଲଗେଟ୍‌ ପାଲଲହଡ଼ା ଉପଖଣ୍ଡ ଠାରୁ ମାତ୍ର ୨୦ କି.ମି. ପରିଧି ମଧ୍ୟରେ ଆସୁଛି। ଫଳରେ ପାଲଲହଡ଼ାରୁ ପ୍ରତିଦିନ କେନ୍ଦୁଝର ଓ ଦେବଗଡ଼ ଜିଲାର ସୀମାନ୍ତବର୍ତ୍ତୀ ଗ୍ରାମକୁ ବ୍ୟବସାୟ ପାଇଁ ଯାଉଥିବା ବ୍ୟବସାୟୀଙ୍କୁ ୩ଟି ଟୋଲରେ ଟ୍ୟାକ୍ସ ଦେବା ବେଶ୍‌ ବାଧୁଛି। ଏପରି କି ପାଲଲହଡ଼ା ଉପଖଣ୍ଡ ମେଡିକାଲରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଦୂରତା ୧୦୦ କି.ମି. ହୋଇଥିବାରୁ ଏଠାରୁ ରେଫର ହେଉଥିବା ରୋଗୀମାନେ ଏତେଦୂର ଯାଇ ନ ପାରି ନିକଟସ୍ଥ ଦେବଗଡ଼ ଓ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ଚାହିଁଲେ ଟୋଲ ଟ୍ୟାକ୍ସ ସେମାନଙ୍କ ଆର୍ଥିକ ବୋଝକୁ ଅଧିକ ବଢ଼ାଇ ଦେଉଛି। ଅନ୍ୟପଟେ ଖମାରଠାରେ ନିର୍ମିତ ଟୋଲଗେଟ୍‌ ଉପଖଣ୍ଡ ଭିତରେ ଚଳପ୍ରଚଳ କରୁଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ାଇ ଦେଇଛି। ୨୦୨୦ ମସିହାରେ ପାଲଲହଡାର ତତ୍କାଳୀନ ଉପଜିଲାପାଳ ଅଜିତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏବଂ ବିଧାୟକ ମୁକେଶ କୁମାର ପାଲ, ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ବୈଠକ ବସି ଏହାର ସମାଧାନ ପନ୍ଥା ବାହାର କରାଯାଇଥିଲା। ଏହି ୨୦ କି.ମି. ମଧ୍ୟରେ ଆସୁଥିବା ସମସ୍ତ ଘରୋଇ ନମ୍ବର ପଞ୍ଜୀକୃତ ଗାଡ଼ିକୁ ଟୋଲ ଟ୍ୟାକ୍ସ ଛାଡ଼ କରାଯାଇଥିବା ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ କିଛିଟା ଦେୟ କୋହଳ କରାଯାଇଥିଲା। କିଛିମାସ ଏହା ଠିକ୍‌ଠାକ ଚାଲିଥିଲା। ହେଲେ ଟୋଲ ଆଦାୟକାରୀ ସଂସ୍ଥା ପରିବର୍ତ୍ତନ ହେବାପରଠାରୁ ପୂର୍ବ ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଉ ନାହିଁ। ଗୋଟିଏ ଟୋଲଗେଟ ଠାରୁ ଅନ୍ୟଟିର ବ୍ୟବଧାନ ୬୦ କି.ମି. ରହିବ ବୋଲି ନିୟମ ଥିବାବେଳେ ପାଲଲହଡ଼ା ଉପଖଣ୍ଡ ଠାରୁ ମାତ୍ର ୨୦ କି.ମି. ପରିଧି ମଧ୍ୟରେ ୩ଟି ଟୋଲ ପଡ଼ୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ଏ ସମ୍ପର୍କରେ ମତାମତ ମିଳିପାରି ନାହିଁ।

ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ
ଦୈନିକ ବିଭିନ୍ନ କାର୍ଯ୍ୟରେ ସୀମାବର୍ତ୍ତୀ ଅଞ୍ଚଳକୁ ଯିବାକୁ ପଡ଼ୁଛି। କିନ୍ତୁ ୨୦ କି.ମି. ମଧ୍ୟରେ ୩ଟି ଟୋଲଗେଟ ଥିବାରୁ ଚାରିଚକିଆ ଗାଡିରେ ଗଲେ ବାରମ୍ବାର ଟ୍ୟାକ୍ସ ଦେବାକୁ ପଡ଼ୁଛି। ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।
-ଦିଲୀପ କୁମାର ଉଦାବଳ, ପାଲଲହଡ଼ା

ଅଧିକାରୀଙ୍କ ସହ ଆଲୋଚନା କରାଯିବ
ଏହା କେନ୍ଦ୍ର ସରକାରଙ୍କ ଅଧୀନ କାର୍ଯ୍ୟ। ତଥାପି ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ସମସ୍ୟାର ସମାଧାନ ପାଇଁ ଉଦ୍ୟମ ହେବ।
-ସୁଶାନ୍ତ କୁମାର ପତି, ଉପଜିଲାପାଳ, ପାଲଲହଡ଼ା

ବୈଠକ ଡକାଯାଇ ସମାଧାନ କରାଯିବ
ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ଉପଖଣ୍ଡ ପ୍ରଶାସନକୁ ନେଇ ଏକ ବୈଠକ କରି ସମସ୍ୟାର ସମାଧାନ କରାଯିବ। ଏହାପରେ ରାଜପଥ କର୍ତ୍ତୃପକ୍ଷ କିମ୍ବା ଠିକା ସଂସ୍ଥା ମନମାନି କଲେ ଟୋଲଗେଟ୍‌ ସମ୍ମୁଖରେ ଆନ୍ଦୋଳନ କରାଯିବ।
– ମୁକେଶ କୁମାର ପାଲ, ବିଧାୟକ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri