ପକ୍ଷୀଗଣନା ଲାଗି କୁଲଡ଼ିହାରେ ୩ ଟିମ୍‌

ସଜନାଗଡ଼, ୬।୧(ଡି.ଏନ.ଏ.) ଶୀତ ଋତୁରେ ଅଧିକ ଥଣ୍ଡା କାରଣରୁ ଜଳାଶୟ ଉପରେ ନିର୍ଭରଶୀଳ ପ୍ରଜାତିର ପକ୍ଷୀମାନେ ପ୍ରତିବର୍ଷ ଖାଦ୍ୟ ଅନ୍ବେଷଣରେ ମାଇଲ ମାଇଲ ବାଟ ଅତିକ୍ରମ କରି ବାଲେଶ୍ୱର କୁଲଡ଼ିହା ଅଭୟାରଣ୍ୟରେ ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି। ଏହି ପକ୍ଷୀମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ପ୍ରଜାତିର ଚିହ୍ନଟ ଓ ଗତିବିଧିକୁ ଜାଣିବା ପାଇଁ ପ୍ରତିବର୍ଷ ପକ୍ଷୀଗଣନା କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। ଚଳିତବର୍ଷ ବନବିଭାଗ ପକ୍ଷରୁ କୁଲଡିହା ଅଭୟାରଣ୍ୟରେ ପକ୍ଷୀଗଣନା ଆରମ୍ଭ ହୋଇଛି। ଅଭୟାରଣ୍ୟ ଭିତରେ ଥିବା ରିଷିୟା ଡ୍ୟାମ, ବୁଗାଳିବନ୍ଧ, ଖୁମକୁଟ, ତେଣ୍ଡା ଅଞ୍ଚଳର ସାତଘାଟି ଡ୍ୟାମ୍‌ରେ ପକ୍ଷୀଗଣନା ପାଇଁ ୩ଟି ଟିମ୍‌ ନିୟୋଜିତ ହୋଇଛନ୍ତି।
ପକ୍ଷୀଗଣନା କାର୍ଯ୍ୟକ୍ରମରେ କୁଲଡିହା ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନା ମୁଖ୍ୟ କାର୍ଯ୍ୟନିର୍ବାହ କରୁଛନ୍ତି। ଫରେଷ୍ଟର ଉମାକାନ୍ତ ଜେନା, ରାମେଶ୍ୱର ମୁର୍ମୁ, ପରମାନନ୍ଦ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ। ଏହାସହ ବନ କର୍ମଚାରୀ ଫରେଷ୍ଟଗାର୍ଡ଼, ସବୁଜବାହିନୀ ପକ୍ଷୀଗଣନାରେ ସାମିଲ ହୋଇଛନ୍ତି। ପକ୍ଷୀଗଣନା ପୂର୍ବାହ୍ନ ୬ଟାରେ ଆରମ୍ଭ ହୋଇଥିଲା। ରିଷିଆ ଡ୍ୟାମ୍‌ରେ ଡଙ୍ଗା ସାହାଯ୍ୟରେ ପକ୍ଷୀଗଣନା ହେଉଥିବା ଦେଖିବାକୁ ମିଳିଥିଲା। ପକ୍ଷୀଙ୍କ ଭିତରେ ବଗ, ଶୁଆ, ଗେଣ୍ଡାଳିଆ, ମାଛରଙ୍କା, ସଲରୀ, କଜଳପାତି, ବୁବୁନ, ଭଦଭଦଳିଆ ଆଦି ଦେଶୀପକ୍ଷୀ ରହିଥିବା ବେଳେ ୨୮ପ୍ରଜାତିର ପକ୍ଷୀ ସହ ପ୍ରଥମଥର ପାଇଁ ମାଛଖିଆ ଛଞ୍ଚାଣ ରହିଥିବା ଜଣାପଡିଛି। ପକ୍ଷୀ ବିଶେଷଜ୍ଞ ମେଘା ନାୟକ, ସୁବ୍ରତ ନାୟକ ଓ ତାଙ୍କର ୨ ସହଯୋଗୀ ମନୋରଞ୍ଜନ ଦାସ, ପ୍ରକାଶ ମର୍ଦ୍ଦରାଜ ଆସି ପକ୍ଷୀଗଣନାରେ ସହଯୋଗ କରିଛନ୍ତି। କିନ୍ତୁ ପୂର୍ବ ବର୍ଷଠାରୁ ପକ୍ଷୀ କମ୍‌ ଥିବା ସୂଚନା ମିଳିଛି। ଅନୁରୂପ ଭାବେ ନୀଳଗିରି ବନ ବିଭାଗ ଅଧୀନ ପଦ୍ମତୋଳାଠାରେ ନୀଳଗିରି ରେଞ୍ଜର ଗଣେଶ ପ୍ରସାଦ ଲେଙ୍କାଙ୍କ ନେତୃତ୍ୱରେ ୩ ଫରେଷ୍ଟର, ଫରେଷ୍ଟଗାର୍ଡ଼, ସବୁଜବାହିନୀକୁ ନେଇ ପକ୍ଷୀଗଣନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri