Posted inଜାତୀୟ

ଭୟଙ୍କର ଦୁର୍ଘଟଣା: ଘାଟିରୁ ୩୦୦ ଫୁଟ ତଳକୁ ଖସିଲା ସେନା ଟ୍ରକ୍‌, ଶହୀଦ ହୋଇଗଲେ ୩ ଯବାନ

ଶ୍ରୀନଗର,୪ା୫: ଜମ୍ମୁ-କଶ୍ମୀରର ରାମବନ ଜିଲାର ବ୍ୟାଟେରି ଚଷ୍ମା ନିକଟରେ ଏକ ସେନା ଟ୍ରକ୍‌ ଘାଟିରୁ ପ୍ରାୟ ୨୦୦-୩୦୦ ମିଟର ତଳକୁ ଖସି ପଡ଼ିଛି। ଫଳରେ ୩ ଯବାନ ଶହୀଦ ହୋଇଛନ୍ତି। ପୋଲିସ, ଏସ୍‌ଡିଆର୍‌ଏଫ୍‌, ସେନା ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଏହି ଟ୍ରକ୍‌ଟି ଜମ୍ମୁରୁ ଶ୍ରୀନଗର ଯାଉଥିଲା ଏବଂ ମୃତକମାନଙ୍କୁ ରାମବନ ଜିଲା ହସ୍ପିଟାଲକୁ ଅଣାଯାଉଛି। ଦୁର୍ଘଟଣାର କାରଣ ଖୋଜା ଚାଲିଛି।

ଅଧିକାରୀମାନେ କହିଛନ୍ତି ଯେ, ଦୁର୍ଘଟଣାଟି ରବିବାର ପୂର୍ବାହ୍ନରେ ଜାତୀୟ ରାଜପଥ-୪୪ର ବ୍ୟାଟେରି ଚଷ୍ମା ନିକଟରେ ଘଟିଥିଲା। ଏହି ସେନା ଟ୍ରକଟି ଜମ୍ମୁରୁ ଶ୍ରୀନଗର ଯାଉଥିବା ଏକ କନଭୟର ଅଂଶ ଥିଲା। ଏହି ସମୟ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ତୁରନ୍ତ, ଏସ୍‌ଡିଆର୍‌ଏଫ୍‌, ପୋଲିସ, ସେନା ଏବଂ ସ୍ଥାନୀୟ ସଚ୍ଛୋସେବକମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଅଧିକାରୀଙ୍କ ଅନୁଯାୟୀ, ଦୁର୍ଘଟଣା ଏତେ ଦୁଃଖଦ ଥିଲା ଯେ ଦୁର୍ଘଟଣା ପରେ ଗାଡ଼ିଟି ଲୁହା ଗଦାରେ ପରିଣତ ହୋଇଗଲା। ବର୍ତ୍ତମାନ ଶହୀଦ ଯବାନଙ୍କ ମୃତଦେହ ବାହାର କରିବା ପାଇଁ କାମ ଚାଲିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଭୀର ଖାଲ ମଧ୍ୟକୁ ଖସି ପଡ଼ିଥିଲା।

୩ ଯବାନଙ୍କୁ ସମ୍ମାନ ଜଣାଇବା ପାଇଁ ସେନା ଏକ ଶୋକ ସଭାର ଆୟୋଜନ କରିଥିଲା। ବରିଷ୍ଠ ସେନା ଅଧିକାରୀମାନେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶହୀଦ ଯବାନଙ୍କ ମଧ୍ୟରେ ଅଛନ୍ତି ଅମିତ କୁମାର, ସୁଜିତ କୁମାର ଏବଂ ମାନ ବାହାଦୂର।

ପହଲଗାମ ଆକ୍ରମଣ ପରେ ଜମ୍ମୁ-କଶ୍ମୀରରେ ପ୍ରବଳ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏହା ସହିତ, ପୂର୍ବ ଅପେକ୍ଷା ଏହି ସମୟରେ ଅଧିକ ପାଟ୍ରୋଲିଂ କରାଯାଉଛି। ଏହି ପାଟ୍ରୋଲିଂ ସମୟରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୩ ଜଣ ଯବାନ ଶହୀଦ ହୋଇଛନ୍ତି। ପହଲଗାମରେ ଆକ୍ରମଣ ପରଠାରୁ, ସେନା ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରି କାମ କରୁଛି। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୋନ୍‌ ଟ୍ୟାପିଂ ଅଭିଯୋଗ ଉପରେ ସାମ୍‌ ପିତ୍ରୋଡାଙ୍କ ବଡ଼ ବୟାନ: ପ୍ରଧାନମନ୍ତ୍ରୀ ଏପରି…

ନୂଆଦିଲ୍ଲୀ,୧୪ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫୋନ୍‌କୁ ଟ୍ୟାପିଂ କରିଥିତ୍ବା ନେଇ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ରାଜନୈତିକ ଝଡ଼ ସୃଷ୍ଟି…

ମହାଦେବ ବେଟିଂ ଆପ୍‌ ମାମଲା: ସିବିଆଇର ବଡ଼ ଚଢ଼ାଉ, ବହୁ ଦସ୍ତାବିଜ୍‌ ଜବତ

ନୂଆଦିଲ୍ଲୀ,୧୪ା୧୧: ମହାଦେବ ଅନ୍‌ଲାଇନ୍‌ ବେଟିଂ ଆପ୍‌ ମାମଲାର ତଦନ୍ତ ଚଳାଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ୬ ରାଜ୍ୟର ୩୩ଟି ସ୍ଥାନରେ ଚଢ଼ାଉ କରିଛି। ତଲାସି…

ND vs PAK U19 Asia Cup Final: ପାକିସ୍ତାନକୁ ହରାଇ ଭାରତ ଏସିଆ କପ୍‌ ଚାମ୍ପିୟନ

ନୂଆଦିଲ୍ଲୀ,୧୪।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମହା ମୁକାବିଲାରେ ୧ ଉଇକେଟରେ ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ ହୋଇଛି। ଭାରତର ମୋହିତ ଉଲଭା ଏହି…

ଆଇଏଏସ ଅଧିକାରୀଙ୍କ ବଦଳିରେ ଦରମା ବଢେ ନା କମେ? ଜାଣନ୍ତୁ ଟ୍ରାନ୍ସଫର୍‌ ସମୟରେ ମିଳୁଥିବା ସମସ୍ତ ବଡ଼ ସୁବିଧା

ନୂଆଦିଲ୍ଲୀ,୧୪।୧୧: ଉତ୍ତରପ୍ରଦେଶରେ ସମ୍ପ୍ରତି ୩୮ ଜଣ ଆଇଏଏସ (IAS) ଅଧିକାରୀଙ୍କ ବଦଳି ପରେ ପ୍ରଶାସନିକ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋରଧରିଛି। କୌଣସି ଅଧିକାରୀଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ…

CM ଶିବକୁମାରଙ୍କୁ ଟାର୍ଗେଟ୍‌ କଲେ ତାମିଲନାଡୁ କଂଗ୍ରେସ ମୁଖ୍ୟ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୪ା୧୧: କାବେରୀ ନଦୀ ଉପରେ ପ୍ରସ୍ତାବିତ ମେକେଦାଟୁ ଡ୍ୟାମ୍‌ ନିର୍ମାଣକୁ ନେଇ କଂଗ୍ରେସ ଭିତରେ ମତଭେଦ ସାମ୍ନାକୁ ଆସିଛି । କର୍ନାଟକ ସରକାର ଏହି ପ୍ରକଳ୍ପକୁ ଆଗକୁ…

IMDର ବଡ଼ ଆକଳନ; ୧୮ରେ ଭୀଷଣ ବାତ୍ୟା, ପବନର ବେଗ….

ଭୁବନେଶ୍ୱର, ୧୪ା୧୧: ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବଡ଼ ଆକଳନ କରାଯାଇଛି । ବାତ୍ୟା ସହ ଜଡ଼ିତ ପବନ ଓ ଗତିପଥ ନେଇ…

ବାଂଲାଦେଶ ଫେରିପାରନ୍ତି ଶେଖ୍‌ ହାସିନା, ଭାରତ ରଖିଲା ଏହି ଦୁଇ ସର୍ତ୍ତ

ନୂଆଦିଲ୍ଲୀ/ଢାକା,୧୪ା୧୧: ଅଗଷ୍ଟ ୨୦୨୪ରେ କ୍ଷମତାଚ୍ୟୁତ ହୋଇ ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଆସନ୍ତା ଡିସେମ୍ବରରେ ସ୍ବଦେଶ ଫେରିପାରନ୍ତି। ଏକ ରିପୋର୍ଟ ଅନୁଯାୟୀ,…

ଭାରତ-ଆମେରିକା ଟ୍ରେଡ୍‌ ଡିଲ୍‌ ନେଇ ଜୟଶଙ୍କରଙ୍କ ବଡ଼ ଘୋଷଣା, ଅଧିକାଂଶ ପ୍ରସଙ୍ଗରେ….

ନୂଆଦିଲ୍ଲୀ,୧୪।୧୧: ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବାଣିଜ୍ୟ ଚୁକ୍ତି (ଟ୍ରେଡ୍‌ ଡିଲ୍‌) ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବା ଆଶା ରହିଛି । ଏହି ଚୁକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?