ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କ ଜୀବନ ଗଲା

ଝାରସୁଗୁଡ଼ା,୮ା୧: ବେଲପାହାଡ଼ ଗୌରପଡ଼ା ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ୩ ବାଇକ୍‌ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛନ୍ତି।