Posted inଜାତୀୟ

କ୍ଷମତାଶାଳୀ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀଙ୍କ ସମେତ ଅନ୍ୟ ୩ ଭାରତୀୟ…

ନୂଆଦିଲ୍ଲୀ,୬।୧୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ମହିଳାଙ୍କ ଫୋର୍ବସ ତାଲିକାରେ ୩୨ ତମ ସ୍ଥାନରେ ରହିଛନ୍ତି। ଯେଉଁଥିରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଏବଂ ସଙ୍ଗୀତକାର ଟେଲର୍‌ ସୱିଫ୍ଟ ମଧ୍ୟ ସାମିଲ ଅଛନ୍ତି। ଏହି ତାଲିକାରେ ନାମିତ ଅନ୍ୟ ତିନିଜଣ ଭାରତୀୟ ମହିଳା ହେଉଛନ୍ତି ଏଚସିଏଲ ନିଗମର ଏସଇଓ ରୋଶନୀ ନାଦର ମାଲହୋତ୍ରା (୬୦ ତମ ସ୍ଥାନ), ଷ୍ଟିଲ ଅଥରିଟି ଅଫ ଇଣ୍ଡିଆର ଚେୟାରମ୍ୟାନ ସୋମା ମଣ୍ଡଳ (୭୦ ସ୍ଥାନ) ଏବଂ ବାୟୋକନ ପ୍ରତିଷ୍ଠାତା କିରଣ ମଜୁମଦାର-ଶୋ(୭୬ ସ୍ଥାନ)।

ଏହି ତାଲିକାରେ ୟୁରୋପୀୟ କମିଶନ ମୁଖ୍ୟ ଉର୍ସୁଲା ଭନ ଡେର୍‌ ଲେୟନ ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ମାଲିକ ଖ୍ରୀଷ୍ଟାଇନ ଲାଗାର୍ଡ ଏବଂ ତୃତୀୟ ସ୍ଥାନରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ରହିଛନ୍ତି। ନିର୍ମଳା ସୀତାରମଣ ମେ ୨୦୧୯ ରେ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ହୋଇଥିଲେ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ମଧ୍ୟ ମୁଖ୍ୟ ହୋଇଥିଲେ। ଫୋର୍ବସ କହିଛି ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ବ୍ରିଟେନର କୃଷି ଇଞ୍ଜିନିୟର୍ସ ଏବଂ ବିବିସି ୱାଲର୍‌ଡ ସର୍ଭିସରେ କାର୍ଯ୍ୟ କରିଥିଲେ। ସେ ମହିଳା ଜାତୀୟ ଆୟୋଗର ସଦସ୍ୟ ମଧ୍ୟ ରହିଛନ୍ତି।

ରୋଶନୀ ନାଦର ମାଲହୋତ୍ରା ଏଚସିଏଲ ପ୍ରତିଷ୍ଠାତା ତଥା ଶିଳ୍ପପତି ଶିବ ନାଦାରଙ୍କ ଝିଅ। ଫୋର୍ବସ କହିଛି ଏଚସିଏଲ ଟେକ୍ନୋଲୋଜିର ଚେୟାରମ୍ୟାନ ଭାବରେ ସେ କମ୍ପାନୀର ସମସ୍ତ ରଣନୀତିକ ନିଷ୍ପତ୍ତି ପାଇଁ ଦାୟୀ ଅଟନ୍ତି। ସେ ଜୁଲାଇ ୨୦୨୦ ରେ ତାଙ୍କ ପିତାଙ୍କ ଠାରୁ ଏହି ପଦ ଗ୍ରହଣ କରିଥିଲେ।

ଫୋର୍ବସ ଅନୁଯାୟୀ, ରାଷ୍ଟ୍ରାୟତ୍ତ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ (ସେଲ) ର ପ୍ରଥମ ମହିଳା ଅଧ୍ୟକ୍ଷ ହେଉଛନ୍ତି ସୋମା ମଣ୍ଡଳ। ୨୦୨୧ ମସିହାରେ ଏହି ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ଇସ୍ପାତ ନିର୍ମାତାଙ୍କୁ ଆର୍ଥିକ ଅଭିବୃଦ୍ଧି ରେକର୍ଡ କରିବାରେ ନେତୃତ୍ୱ ନେଇଛନ୍ତି, ତାଙ୍କ ନେତୃତ୍ୱର ପ୍ରଥମ ବର୍ଷରେ ଫାର୍ମର ଲାଭ ତିନିଗୁଣ ହୋଇଛି।

ଫୋର୍ବସ ରିପୋର୍ଟ କରିଛି କିରଣ ମଜୁମଦାର ହେଉଛନ୍ତି ଭାରତର ସବୁଠାରୁ ଧନୀ ଆତ୍ମନିର୍ଭରଶୀଳ ମହିଳା। ସେ ୧୯୭୮ରେ ବାୟୋଫାର୍ମାସ୍ୟୁଟିକାଲ ଫାର୍ମ ବାୟୋକନ ପ୍ରତିଷ୍ଠା କରିଥିଲେ। କମ୍ପାନୀର ମାଲେସିଆର ଜୋହୋର ଅଞ୍ଚଳରେ ଏସିଆର ସର୍ବବୃହତ ଇନସୁଲିନ କାରଖାନା ଅଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri