ଶପଥ ନେଲେ ହାଇକୋର୍ଟର ୩ ବିଚାରପତି

କଟକ ଅଫିସ,୧୪ା୨: ଓଡ଼ିଶା ହାଇକୋର୍ଟରେ ନବ ନିଯୁକ୍ତ ୩ ବିଚାରପତି ସୋମବାର ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରନ ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ନେଇଥିବା ବିଚାରପତିମାନେ ହେଲେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁରାହାରି ଶ୍ରୀରମଣ ।

ସୂଚନାଯୋଗ୍ୟ, ନୂଆ ବିଚାରପତିଙ୍କ ଶପଥ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। କୋଭିଡ୍‌ କଟକଣା ଭିତରେ ସ୍ବଳ୍ପ ସଂଖ୍ୟକ ଅତିଥିଙ୍କୁ ନେଇ ଶପଥଗ୍ରହଣ ସମାରୋହ ଶେଷ ହୋଇଛି। ଗତ ସପ୍ତାହରେ ୩ ବିଚାରପତିଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ବରିଷ୍ଠ ଆଇନଜୀବୀଙ୍କ ନାଁ ସୁପାରିସ ହୋଇଥିଲା।