ସିମା ଇଲେକ୍ଟ୍ରିକ ପକ୍ଷରୁ ୩ଟି ନୂଆ ଇଭି ମଡେଲ

ନୂଆଦିଲ୍ଲୀ,୧୩।୯:ଓଡ଼ିଶାଭିତ୍ତିକ ମେଡ୍‌-ଇନ୍‌-ଇଣ୍ଡିଆ ଇଭି ନିର୍ମାତା ସିମା ଇଲେକ୍ଟ୍ରିକ (ସିମା ଇ-ଭେଇକିଲ ଆଣ୍ଡ ସୋଲାର ପ୍ରାଇଭେଟ ଲିମିଟେଡ ବା ଏସ୍‌ଇଏସ୍‌) ପକ୍ଷରୁ ଇଭି ଇଣ୍ଡିଆ ଏକ୍ସପୋ-୨୦୨୨ରେ ୩ଟି ନୂଆ ହାଇସ୍ପିଡ ଇଲେକ୍ଟ୍ରିକ ସ୍କୁଟର୍‌ର ଉନ୍ମୋଚନ କରାଯାଇଛି। ନିକଟରେ ଇଣ୍ଡିଆ ଏକ୍ସପୋ ସେଣ୍ଟରଠାରେ ଆୟୋଜିତ ଇଭି ଏକ୍ସପୋରେ ବ୍ରାଣ୍ଡ୍‌ର ନୂତନ ଇ-ସ୍କୁଟର ଯଥା ଇଗଲ ପ୍ଲସ, ଗ୍ରାଏଫୋନ ଏବଂ ଟଫ୍‌ ପ୍ଲସକୁ ପ୍ରଦର୍ଶିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସିମା ଇଲେକ୍ଟ୍ରିକର ପ୍ରତିଷ୍ଠାତା ତଥା ସିଓଓ ଯୋଗେଶ କୁମାର ଲଥ କହିଛନ୍ତି, ସମଗ୍ର ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଜାରି ରହିଥିବା ଇ-ମୋବିଲିଟି ମିଶନରେ ଯୋଗଦାନ ପାଇଁ ନିରନ୍ତର ଭାବେ କାଯର୍‌ୟ କରୁଥିବାବେଳେ ଆମେ ଏଭଳି ଉପତ୍ାଦ ଯୋଗାଇଦେବାର ପ୍ରୟାସ କରୁଛୁ, ଯାହା ଗୁଣବତ୍ତା ଏବଂ କାଯର୍‌ୟଦକ୍ଷତା ସ୍ତରରେ କମ୍‌ ହୋଇନଥିବ ା ଇଭି ଏକ୍ସପୋ ଇଣ୍ଡିଆରେ ଆମେ ଏହି ଚାହିଦାକୁ ବୁଝିବା ଏବଂ ଆମର ପ୍ରୟାସକୁ ପ୍ରଦର୍ଶିତ କରିବା ଲାଗି ଉପଯୁକ୍ତ ମଞ୍ଚ ପାଇଛୁ ା ଆମର ଉପତ୍ାଦ ରେଞ୍ଜ ପାଇଁ ଅତ୍ୟନ୍ତ ଉସତ୍ାହଭରା ପ୍ରତିକ୍ରିୟା ପାଇଛୁ ଏବଂ ଆମେ ନିଶ୍ଚିତ ଯେ ଏହି ନୂତନ ଉନ୍ମୋଚନ ପରେ ମଧ୍ୟ ସମାନ ପ୍ରତିକ୍ରିୟା ହାସଲ କରିବୁ ା
ବର୍ତ୍ତମାନ ବ୍ରାଣ୍ଡ୍‌ର ୫ଟି ନିମ୍ନ ବେଗ ବାହନ ରହିଛି ା ନୂଆକରି ଉନ୍ମୋଚିତ ଏହି ଇ-ସ୍କୁଟରଗୁଡ଼ିକୁ ଔପଚାରିକ ଭାବେ ଚଳିତ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଶୁଭାରମ୍ଭ କରାଯିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri