Advertisement

ଓସ୍କାର ଦୌଡ଼ରେ ଆଉ ୩ ଫିଲ୍ମ

ମୁମ୍ବାଇ: ରିଷଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାନ୍ତାରା’, ବିବେକ୍‌ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି କଶ୍ମୀର ଫାଇଲ୍‌ସ’ ଏବଂ ସଞ୍ଜୟଲୀଲା ଭଁସାଲିଙ୍କ ‘ଗଙ୍ଗୁବାଈ କାଠିଆୱାଡ଼ି’ ଏବେ ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଓସ୍କାର ୨୦୨୩ ପାଇଁ ‘କାନ୍ତାରା’ ବେଷ୍ଟ ପିକ୍ଚର ଏବଂ ବେଷ୍ଟ ଆକ୍ଟର ବର୍ଗରେ କ୍ୱାଲିଫାଏ ହୋଇଛି। ଏହା ପୂର୍ବରୁ ରାଜମୌଲିଙ୍କ ସିନେମା ‘ଆର୍‌ଆର୍‌ଆର୍‌’ ବେଷ୍ଟ ଅରିଜିନାଲ୍‌ ସଙ୍ଗ୍‌ ବର୍ଗରେ ‘ନାଟୁନାଟୁ’ ସ୍ଥାନ ପାଇଛି। ଏହି ଓସ୍କାର ସମ୍ମାନ ପାଇଁ ‘କାନ୍ତାରା’ର ବିଳମ୍ବରେ ପ୍ରବେଶ ହୋଇଥିଲା। ‘କାନ୍ତାରା’ ଲିଷ୍ଟରେ ସ୍ଥାନ ପାଇବା ନେଇ ନିର୍ଦ୍ଦେଶକ ରିଷଭ ଟୁଇଟ୍‌ କରି ଖୁସି ବ୍ୟକ୍ତ କରିଛନ୍ତି। ୨ଟି ବର୍ଗରେ ଏହି ଫିଲ୍ମ ସ୍ଥାନ ପାଇଥିବା ସେ ଜଣାଇଛନ୍ତି। ‘ଦି କଶ୍ମୀର ଫାଇଲ୍‌ସ’ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର ବର୍ଗରେ କ୍ୱାଲିଫାଏ ହୋଇଛି। ବିବେକ ଅଗ୍ନିହୋତ୍ରୀ ଏବଂ ଅନୁପମ୍‌ ଖେର୍‌ ଟୁଇଟ୍‌ କରି ଖୁସିବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନ-କମଲାଙ୍କ ବିଜୟକୁ ନେଇ ଖୁସି ପ୍ରକାଶ କଲେ ପ୍ରିୟଙ୍କା କହିଲେ ବଡ ସ୍ୱପ୍ନ ଦେଖ

ମୁମ୍ବାଇ: ବଲିଉଡ୍ ତଥା ହଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ନିଜର...

ବିବାହ ପାଇଁ ନେହା କରିଥିଲେ ପ୍ରପୋଜ, ରୋହନପ୍ରୀତ କହିଥିଲେ ନା

ବଲିଉଡ୍‌ ଗାୟିକ ନେହା କକ୍କର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ରୋହନପ୍ରୀତ ସିଂଙ୍କୁ ବିବାହ କରି ତାଙ୍କ ଜୀବନ ଆରମ୍ଭ କରିଛନ୍ତି। ଜୀବନର...

ପ୍ରଶଂସିକାରୁ ଜୀବନସାଥୀ: ଶ୍ରୀତମ ଦାସ

ପ୍ରଶଂସିକାରୁ ଜୀବନସାଥୀ – ଶ୍ରୀତମ ଦାସ (ଅଭିନେତା) ପ୍ରଶଂସିକାରୁ ପ୍ରେମିକା ଏବଂ ପରେ ଜୀବନସାଥୀ। ବିବାହର ୬/୭ ବର୍ଷ ପୂର୍ବରୁ ଭୁବନେଶ୍ୱରରେ ମୋ ସହ ପୁନମ୍‌ଙ୍କର...

ସ୍ପାଇଡରମ୍ୟାନ୍‌ଙ୍କ ଆଗରେ ହାତ ଯୋଡିଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର...

ପରଦାରେ ସାଧାସିଧା, ହେଲେ ବାସ୍ତବ ଜୀବନରେ ବେଶ୍‌ ହଟ୍‌ ଇମଲୀଙ୍କ ଅନ୍‌ସ୍କ୍ରିନ୍‌ ମା’; ହ୍ରିତିକଙ୍କ ସହ…

ବମ୍ବେ: ପରଦାରେ ଗାଁର ଅପାଠୁଆ ମା’ର ଚରିତ୍ର ତୁଲାଇଥାନ୍ତି। ହେଲେ ବାସ୍ତବ ଜୀବନରେ ସେ ବେଶ୍‌ ବୋଲ୍ଡ ଏବଂ ଷ୍ଟାଇଲିସ୍‌। ଆମେ କଥା ହେଉଛୁ ଷ୍ଟାର...

ସାଉଥ୍‌ ଫିଲ୍ମରେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଅଭିନୟ ଓ ନୂଆ ନୂଆ ପ୍ରୋଜେକ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨୦୧୮ରେ ଫିଲ୍ମ ‘ଧଡକ୍‌’ରୁ...

ଏହି ୨ ଅଭିନେତାଙ୍କୁ ଭାରତରତ୍ନ ପାଇଁ ଦାବି

କରୋନା ମହାମାରୀ ସମୟରେ ବଲିଉଡ୍‌ର ଅନେକ କଳାକାର ଗରିବ, ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। କେହି ଟଙ୍କା ବାଣ୍ଟିଛନ୍ତି ତ ଆଉ କେହି ଭୋକିଲାଙ୍କୁ ଖାଇବାକୁ...

ବଲିଉଡ୍‌ର ଏହି କଳାକାରମାନେ କୌଣସି ଫିଲ୍ମ ପାର୍ଟିକୁ ଯାଆନ୍ତି ନାହିଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯୋଡି ହୋଇଥିବା ଡ୍ରଗ୍ସ ମାମଲାର ତଦନ୍ତ ଏବେ ଜୋର୍‌ ଧରିଛି। ଏନ୍‌ସିବି ଜାଲରେ ଛନ୍ଦି ହୋଇଥିବା...

Advertisement
Archives

Model This Week